କରୋନା ଆଣୁଛି କି ବଡ଼ ବିପତ୍ତି!
ସଂପ୍ରତି କରୋନା ବିପତ୍ତି ସାରା ଭାରତକୁ ଦୋହଲାଇ ଦେଇଛି । ଦେଶର ବିଭିନ୍ନ ସ୍ଥାନରେ ମୃତୁ୍ୟ ସଂଖ୍ୟା କେତେବେଳେ କମୁଛି ତ କେତେବେଳେ ବଢୁଛି । ଭାରତରେ ଆଗାମୀ ଦିନରେÿ ମହାମାରୀ କରୋନା ବଡ଼ ଧରଣର ବିନାଶ କରିବାର ଆଶଙ୍କା ରହିଥିବା କୁହା ଯାଉଛି । ତେବେ ଇତିମଧ୍ୟରେ କରୋନାକୁ ନେଇ ବି୍ରଟେନ୍ ରୁ ଏକ ଆଶ୍ଚର୍ଯ୍ୟ ଜନକ ଖବର ଆସୁଛି । ଏହି ଖବର ଅନୁଯାୟୀ ଆସନ୍ତା ଅଗଷ୍ଟ ମାସ ମଧ୍ୟରେ ଭାରତରେ ମହାମାରୀ କରୋନାରେ ପ୍ରାୟ ୧୦ ଲକ୍ଷ ଲୋକେ ପ୍ରାଣ ହରାଇ ପାରନ୍ତି ବୋଲି କୁହା ଯାଉଛି ।
ବ୍ରିଟିସ ମେଡ଼ିକାଲ୍ ଜର୍ଣ୍ଣାଲ୍ “ଦି ଲାଂସେଟ” ରେ ପ୍ରକାଶିତ ଲେଖାରେ କୁହା ଯାଇଛି ଯେ, ଭାରତରେ ଆସନ୍ତା ୨୦୨୧ ଅଗଷ୍ଟ ମାସ ମଧ୍ୟରେ କରୋନା ଜନିତ ପ୍ରାୟ ୧୦ ଲକ୍ଷ ଲୋକେ ମୃତୁ୍ୟବରଣ କରି ପାରନ୍ତି । ଯଦି ଏହି ଆଶଙ୍କା ସତ୍ୟରେ ପରିଣତ ହୁଏ, ତେବେ ଏଥିପାଇଁ ଭାରତ ସରକାର ଦାୟୀ ରହିବେ ବୋଲି କୁହାଯାଇଛି । ‘ଇନଷ୍ଟିଚୁ୍ୟଟ୍ ଫର୍ ହେଲ୍ଥ ମେଟ୍ରିକ୍ସ ଏଣ୍ଡ ଇଭାଲୁ୍ୟସନ’ର ତଥ୍ୟ ମୁତାବକ ଲାଂସେଟ ସଂପାଦକୀୟରେ ଏହା ପ୍ରକାଶ ପାଇଛି । ଏହା ଏକ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ସଂଗଠନ ଭାବେ ପରିଚିତ । ସେହି ସଂପାଦକୀୟରେ ଆହୁରି ମଧ୍ୟ କୁହା ଯାଇଛି ଯେ, ଭାରତ କରୋନା ନିୟନ୍ତ୍ରଣ କରିବାରେ ଡ଼େରି କରିଦେଲା, ଯାହାର ପରିଣାମ ସେ ଏବେ ଭୋଗୁଛି । କେତେକ ମେଡ଼ିକାଲ୍ ଜର୍ଣ୍ଣାଲରେ ଭାରତରେ ଦ୍ରୁତ କରୋନା ସଂକ୍ରମଣ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରା ଯାଉଛି । ମହାମାରୀ କରୋନାର ଭୟାବହତା ସତ୍ତ୍ୱେ ସରକାର ଧାର୍ମିକ ପର୍ବ ପର୍ବାଣୀକୁ ଅନୁମତି ଦେବା ସହ ରାଜନୀତିକ ର୍ୟାଲୀ ଭଳି କାର୍ଯ୍ୟକ୍ରମକୁ ଅନୁମତି ଦେଇଦେଲେ । ଫଳ ସ୍ୱରୂପ ଦେଶର ଲକ୍ଷ ଲକ୍ଷ ଲୋକେ ଧାର୍ମିକ ପର୍ବ ପର୍ବାଣୀ ତଥା ରାଜନୀତିକ ର୍ୟାଲୀ-ସମାବେଶ ଆଦିରେ ସମବେତ ହେଲେ, ଯଦ୍ୱାରା କରୋନା ନିୟମକୁ ସମସ୍ତେ ଫୁ କରିଦେଲେ । ଏପରିକି ଭବିଷ୍ୟତର ଅବସ୍ଥା ସଂପର୍କରେ କେହି ଚିନ୍ତା କଲେନାହିଁ । ମାତ୍ର ଆଜି ପ୍ରଶାସନ ଏକଥା ବୁଝିବା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଛି ।
ସବୁଠୁ ଗୁରୁ୍ତ୍ୱ ପୂର୍ଣ୍ଣ ବିଷୟ ହେଲା, ଟୀକା କରଣ ଅଭିଯାନର ଧୀମା ଗତି । ଏହା କରୋନା ଭାଇରସ୍ ସଂକ୍ରମଣର ସବୁଠୁ ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ଆହୁରି ମଧ୍ୟ କୁହାଯାଉଛି ଯେ, କରୋନାର ଦ୍ୱିତୀୟ ଲହର ସମ୍ପର୍କରେ ଆରମ୍ଭରୁ ହିଁ ବିଭିନ୍ନ ସତର୍କତା ଜାରି କରାଯାଇଥିଲା । ମାତ୍ର ସେଗୁଡ଼ିକୁ ପ୍ରଶାସନ ଦ୍ୱାରା ଗୁରୁତ୍ୱ ଦିଆଗଲା ନାହିଁ । ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ କରୋନା ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଗଲା ନାହିଁ । କେତେକ ତ କହିବାକୁ ଆରମ୍ଭ ଯେ, ଆମ ଦେଶରୁ କରୋନାର ଖେଳ ଶେଷ ହୋଇଗଲା । କିନ୍ତୁ ବାସ୍ତବତା ଥିଲା ସଂପୂର୍ଣ୍ଣ ଭିନ୍ନ । ପରେ ପରେ କରୋନା ଭାଇରସ୍ ଆହୁରି ଶକ୍ତିଶାଳୀ ହୋଇ ତାଣ୍ଡବ ସୃଷ୍ଟି କରି ଚାଲିଛି ।
ଭାରତରେ କରୋନାକୁ କାବୁ କରିବା ପାଇଁ ଲାଂସେଟ ପକ୍ଷରୁ ବିଭିନ୍ନ ପରାମର୍ଶ ଦିଆ ଯାଇଛି । ଏଥିରେ କୁହା ଯାଇଛି ଯେ, ପ୍ରଥମେ ଟୀକାକରଣ ଅଭିଯାନର ବ୍ୟବସ୍ଥା ପରିବର୍ତ୍ତନ କରି ସହଜ କରାଯାଉ ଏବଂ ଟୀକା କରଣ ତୀବ୍ର ଗତିରେ ଚାଲୁ ରହୁ । ଏଥିସହ ଭାକସିନ୍ ର ଆବଶ୍ୟକତା ପୂରଣ କରାଯାଉ ଓ ବଣ୍ଟନ ବ୍ୟବସ୍ଥା ମଜଭୁତ ହେଉ । ଆହୁରି ମଧ୍ୟ ପରାମର୍ଶ ଦିଆ ଯାଇଛି ଯେ, ଯଦି ଲକଡ଼ାଉନ୍ ର ଆବଶ୍ୟକତା ପଡ଼ୁଛି, ତେବେ ଏହାକୁ ଲାଗୁ କରାଯିବା ଉଚିତ ।
ସବୁଠୁ ବଡ଼ କଥା ହେଲା, ଲୋକ ମାନଙ୍କ ପାଖରେ କିଛି ଲୁଚାଇବା ଉଚିତ ନୁହେଁ । ମୃତୁ୍ୟ ସଂଖ୍ୟା ହେଉ କି ଅନ୍ୟକିଛି, ଲୋକମାନଙ୍କୁ ସବୁକିଛି ଜଣାଇଦେବା ଉଚିତ । ସମସ୍ତଙ୍କର ଏ ସଂପର୍କରେ ଜାଣିବାର ଅଧିକାର ରହିଛି । ବାସ୍ତବରେ ସେମାନେ ଜାଣିବା ଉଚିତ ଯେ, ଦେଶରେ କ’ଣ ଚାଲିଛି ବା ଦେଶ କେଉଁ ଅବସ୍ଥାରେ ରହିଛି । ଏଣେ ୱାସିଙ୍ଗଟନ୍ ର ‘ଇନଷ୍ଟିଚୁ୍ୟଟ୍ ଫର୍ ହେଲ୍ଥ ମେଟ୍ରିକ୍ସ ଏଣ୍ଡ ଇଭାଲୁ୍ୟସନ’ ମୁତାବକ ଭାରତରେ ଯଦି ବର୍ତ୍ତମାନର ଅବସ୍ଥା ସୁଧୁରିବ ନାହିଁ, ତେବେ ସେପ୍ଟମ୍ବର ୨୦୨୧ ମଧ୍ୟରେ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣହାନି ଘଟିପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଭାରତରେ ଏପର୍ଯ୍ୟନ୍ତ କରୋନା ଜନିତ ମୃତୁ୍ୟ ସଂଖ୍ୟା ପ୍ରାୟ ୩ ଲକ୍ଷ ୬୭ ହଜାର ରହିଛି ।
ଆମ ଦେଶର ଭୌଗୋଳିକ ସ୍ଥିତି ଅନୁଯାୟୀ ଆମେ ସମସ୍ତେ ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ତଥାପି ସଚେତନଶୀଳ ନାଗରିକ ମାନେ ଲୋକମାନଙ୍କୁ ଏ ବାବଦରେ ସଚେତନ କରାଇବା ଉଚିତ । ଅନ୍ୟପକ୍ଷରେ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଅନେକ ମାରାତ୍ମକ ସାଂକ୍ରମକ ରୋଗ ସୃଷ୍ଟି ହେବାର ସମ୍ଭାବନା ରହୁଛି ।
ଏବେ ଆମ ପାଇଁ ବଡ଼ ପରିକ୍ଷାର ସମୟ । ବାସ୍ତବରେ କରୋନା ଭୂତାଣୁର ଲୋପ ପାଇଁ ଆମ ହାତରେ ଅସ୍ତ୍ର ଥାଇ ମଧ୍ୟ ଆମେ ସେହି ଅଦୃଶ୍ୟ ଶକ୍ତି ସହ ଲଢି ପାରୁନାହୁଁ । କାରଣ ଆମ ମଧ୍ୟରୁ କିଛି ଲୋକେ କରୋନା ଅସ୍ତ୍ର ବ୍ୟବହାର କରୁ ନାହାନ୍ତି । ଉଦାହରଣ ସ୍ୱରୂପ ସର୍ବସାଧାରଣ ସ୍ଥାନରେ ଲୋକେ ଏତେ ଭିଡ଼ କରୁଛନ୍ତି ଯେ, ଅଧିକାଂଶ ସାମାଜିକ ଦୂରତ୍ୱ ମାନୁ ନଥିବା ଦେଖା ଯାଉଛି । ଆହୁରି ଚିନ୍ତାର ବିଷୟ ହେଲା, ଅତି ଭିଡ଼ ଭିତରେ ବି ମାକ୍ସ ପିନ୍ଧୁ ନାହାନ୍ତି । ଏହା ଦ୍ୱାରା ସେମାନେ ନିଜକୁ ଓ ଅନ୍ୟ ଲୋକ ମାନଙ୍କୁ ବିପଦ ଘେରରେ ରଖୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ଦ୍ୱାରା ଲକ୍ ଡ଼ାଉନ୍ କିମ୍ବା ସଟ୍ ଡ଼ାଉନ୍ ବ୍ୟବସ୍ଥା ଜାରି ଥିବାବେଳେ ଲୋକମାନେ ମନମୁଖି ବାହାରେ ବୁଲିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଉଛି । ସରକାରଙ୍କ କୋଭିଡ଼୍-୧୯ ଆଇନ ଅନୁଯାୟୀ ଏଭଳି ଅମାନିଆ ଲୋକମାନଙ୍କ ଠାରୁ ଜରିମାନା ଆଦାୟ ହେଲେ ମଧ୍ୟ କେହି ଚେତୁ ନାହାନ୍ତି । ଏହା ଦ୍ୱାରା ଲକ୍ ଡ଼ାଉନ୍ କିମ୍ବା ସଟ୍ ଡ଼ାଉନ୍ ର ସଂପୂର୍ଣ୍ଣ ଲାଭ ମିଳୁନାହିଁ । ଦେଶର କିଛି ଅଂଚଳରେ ବାରମ୍ବାର ଲକ୍ ଡ଼ାଉନ୍ କିମ୍ବା ସର୍ଟ ଡ଼ାଉନ୍ ବଢାଇବାର ମୁଖ୍ୟ କାରଣ ଅମାନିଆ ଲୋକଙ୍କ ଅସାବଧାନତା । ଆହୁରି ଚିନ୍ତାର ବିଷୟ ହେଲା, ଆମ ଦେଶରେ ଲୁଚି ଛପି ସଭା, ସମିତି ଆଦି ଆୟୋଜନ କରା ଯାଉଥିବାରୁ ଗୋଟିଏ ସ୍ଥାନରେ ଅସମ୍ଭବ ଭିଡ଼ ଜମୁଛି । ଏଭଳି ଅସାବଧାନତା ଦେଶ ପାଇଁ ମହଙ୍ଗା ସାବ୍ୟସ୍ଥ ହେଉଛି । ଆଉ ଏଥିଯୋଗୁ କରୋନା ସଂକ୍ରମଣ ତୀବ୍ର ଗତିରେ ବଢୁଛି ଓ ଏହା ଫଳରେ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପ୍ରଭାବିତ ହେଉଛି । ସରକାରୀ ଆଇନ ପାଳନ କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ । ସମସ୍ତେ ମିଶି ମିଶି ଲଢେଇ ନକଲେ, ଆମେ କରୋନା ମହାମାରୀକୁ ଜିତି ପାରିବା ନାହିଁ । ଶରତ କୁମାର ରାଉତ
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ: ୯୩୩୭୩୬୯୪୪୮
Your article helped me a lot, is there any more related content? Thanks! https://accounts.binance.com/ru/register-person?ref=V3MG69RO
priligy generika dapoxetine 60mg Provacyl is a mix of amino acids, herbs, and many other organic ingredients that make your body produce more testosterone and HGH
priligy online pharmacy Like it or not, hops have defined craft s recent surge
cytotec abortion pill I tried to revive him but noo we cried so hard