ଗାଁର ନାମ ‘ସ୍ୱର୍ଗ ବ୍ରହ୍ମପୁର’
ପ୍ରୀତିରଂଜନ ଦାସ
କେଉଁ ଆଦିମ କାଳରୁ ଓଡ଼ିଶାର ଏପରି ଏକ ଗ୍ରାମ ରହିଛି, ଯାହାର ନାମ ‘ସ୍ୱର୍ଗ ବ୍ରହ୍ମପୁର’ । କେଉଁ ଦୂରଦ୍ରଷ୍ଠା ବହୁବର୍ଷ ପୂର୍ବେ ଅନୁଭୁବ କରି ଉକ୍ତ ନାମ ରଖିଛନ୍ତି, ଭଗବାନଙ୍କୁ ଜଣା । କିମ୍ବଦନ୍ତୀରୁ ଜଣାପଡ଼େ, ଏହି ଗ୍ରାମ ପ୍ରକୃତରେ ସ୍ୱର୍ଗସ୍ଥଳୀ । ଗ୍ରାମର ଉତ୍ତର ଦିଗରେ ନନ୍ଦାବ୍ରତ ନଦୀ ପଶ୍ଚିମରୁ ପୂର୍ବକୁ ବହି ଯାଇଛି । ନିକଟରେ ଅଛି ଅଗସ୍ଥୀ ଋଷିଙ୍କ ଆଶ୍ରମ, ଶୁକଦେବଙ୍କ ଆଶ୍ରମ ସହିତ ଧଉଳିକୁଦରେ ରହିଛି ଧୃବଙ୍କ ତପସ୍ୟା ସ୍ଥଳୀ । ଏହି ପବିତ୍ର ମାଟିରେ ୧୯୧୯ ମସିହାର ପବିତ୍ର ଚମ୍ପକ ଦ୍ୱାଦଶୀ ତିଥିରେ ପିତା ରାଜୀବ ଲୋଚନ ଓ ମାତା ରାଧାମଣୀ ଦେବୀଙ୍କ ଔରଷରୁ ଜଗତସିଂହପୁର ଜିଲ୍ଲା ସ୍ୱର୍ଗ ବ୍ରହ୍ମପୁର ଗ୍ରାମରେ ଧରାବତରଣ କରିଥିଲେ ସାଧକ ପ୍ରେମାଚାର୍ଯ୍ୟ ବାବା ମଧୁସୁଦନ । ଯାହାଙ୍କ ଧରାବତରଣର୬ ଶହ ବର୍ଷ ପୂର୍ବରୁ ଉକ୍ରଳର ମହାପୁରୁଷ ଅଚୁ୍ୟତାନନ୍ଦ ଗୋସ୍ୱାମୀ ଲୀଳା ମାଧୂରୀ ସଂପର୍କରେ ଭବିଷ୍ୟତ ବାଣୀ ଶୁଣାଇଥିଲେ ଯେ, “ମଧୂର କୁଳରେ ଜନମ ଲଭିବ, ମଧୁ ଦାସ ନାମେ ଖ୍ୟାତ, ପ୍ରାଚୀ କୂଳରେ ତା’ ଆଶ୍ରମ ହୋଇବ, ଜାଗଯଜ୍ଞରେ ତା’ ମତ ।”
ପ୍ରତ୍ୟେକ ମହାପୁରୁଷଙ୍କ ବାଲ୍ୟକାଳରେ ଅଲୌକିକ ଘଟଣା ମାନ ଘଟିଥାଏ । ଯେପରି ଆଠ ମାସର ଶିଶୁ ମଧୁସୁଦନ ବିରାଟ ବିଷଧର ନାଗ ସାପ କବଳରେ ରହିଥାନ୍ତି । ମାତା ରାଧାମଣୀ କିଂକର୍ତ୍ତବ୍ୟ ବିମୁଢ ହୋଇ ଦେଖୁ ଥାନ୍ତି । ଗ୍ରାମର ସମସ୍ତ ଲୋକମାନେ ଲୋତକଭରା ଚକ୍ଷୁରେ ଆଶ୍ଚର୍ଯ୍ୟ ହୋଇ ରହିଥାନ୍ତି । ଏହି ସମୟରେ ମାତା ରାଧାମଣୀ ଅନ୍ୟ ଉପାୟ ନପାଇ ନିଜର ପୁତ୍ରକୁ ପ୍ରଭୁ ରାଧାକୃଷ୍ଣଙ୍କୁ ସମର୍ପଣ କରି ସମ୍ବୋଧନ କରିଥିଲେ, “ହେ ପ୍ରଭୁ, ମୋ ପୁଅକୁ ନାଗସାପ କବଳରୁ ରକ୍ଷା କରିଲେ, ଏ ପୁତ୍ର ତୁମର ।”
ବିସ୍ମୟର କଥା ସଙ୍ଗେ ସଙ୍ଗେ ବିଷଧର ସାପଟି କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା, କେହି କିଛି ଜାଣି ପାରିଲେ ନାହିଁ । ପ୍ରେମାଚାର୍ଯ୍ୟ ମଧୁସୂଦନ ବାଲ୍ୟକାଳରୁ ସର୍ବଦା ଗୋଡ଼ ଛନ୍ଦି ଛିଡ଼ା ହୁଅନ୍ତି । କାନ୍ଦୁଥିବାବେଳେ କାନରେ କୃଷ୍ଣ କୃଷ୍ଣ କହିଲେ ଶାନ୍ତ ହୋଇଥାନ୍ତି । ରାଧାକୃଷ୍ଣ ପ୍ରେମ ଉପାସକ ମଧୁସୂଦନ ୧୪ ବର୍ଷ ବୟସରେ ଗୃହ ତ୍ୟାଗ କରିଥିଲେ । ସଙ୍ଗରେ ଥାଏ କେବଳ ଶ୍ରୀମତ ଭଗବତ ଗୀତା ଓ ଖଣ୍ଡିଏ ଛୋଟ ଲୁଗା । ବଣ-ଜଙ୍ଗଲ, ନଦୀ-ନାଳ ଅତିକ୍ରମ କରି ବାଙ୍କିର ମା’ ଚର୍ଚ୍ଚିକା ଦେବୀଙ୍କ ନିକଟରେ କୃପାଭିକ୍ଷା ଲାଗି ଧ୍ୟାନସ୍ଥ ଥିଲେ । ୨୧ ଦିନ ପରେ ମା’ଙ୍କର କୃପାଲାଭ ପରେ ସେ ବାହାରି ପଡ଼ିଥିଲେ ଜଗତର କଲ୍ୟାଣ ପାଇଁ । ମହାପୁରୁଷ ଗୋପୀ ଦାସ ଅଲୌକିକ ସାଧୁ ଥିଲେ, ଯିଏକି କୂଅରେ ବୁଡ଼ି ପୋଖରୀରେ ବାହାରୁ ଥିଲେ ବୋଲି ଲୋକ କୁହନ୍ତି । ସେହି ମହାପୁରୁଷ ନିଜ ଶିଷ୍ୟ ମାନଙ୍କୁ ସାନ୍ତ୍ୱନା ଦେଥିଲେ, “ମୁଁ ନିଜେ ଲେଖିଥିବା ଏକାକ୍ଷର ଗୀତା ଅସଂପୁର୍ଣ୍ଣ ରହି ଯାଇଛି, ଯେଉଁ ମହାପୁରୁଷ ସେହି ଅସମ୍ପୁର୍ଣ୍ଣ ତତ୍ୱକୁ ପରୂଣ କରିବ, ନିଶ୍ଚୟ ଚିହ୍ନିବ ସେ ହି ହିଁ ହେଉଛି ସିଦ୍ଧ ପୁରୁଷ । କିଛି ଦିନ ପରେ ଏହି ଅସଂପୂର୍ଣ୍ଣ ତତ୍ତ୍ୱକୁ ମଧୁସୁଦନ ପୁରଣ କରିଥିଲେ । ସର୍ବଦା ମଧୁସୁଦନ କୁହନ୍ତି, ସମସ୍ତଙ୍କର ଗୋଟିଏ ଧର୍ମ, ସମସ୍ତଙ୍କର ଗୁରୁ ଏକ, ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିୟାନ ସମସ୍ତେ ଈଶ୍ୱରଙ୍କ ସନ୍ତାନ । ସବୁ ଧର୍ମର ମୌଳିକ ସତ୍ୟ ଏକ ବୋଲି ଦୃଢୋକ୍ତି ପ୍ରକାଶ କରି ସେହି ମହାପୁରୁଷ ୧୯୪୦ ମସିହାରେ ପୁରୀ ଜିଲ୍ଲା ନୟାହାଟରେ ଗଢିତୋଳିଥିଲେ, ସର୍ବଧର୍ମ ସମନ୍ୱୟ ପୀଠ, ଯାହାକି ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ଭାବରେ ବିଖ୍ୟାତ । ସର୍ବଧର୍ମ ସମନ୍ୱୟ ବାଣୀକୁ ବିଭିନ୍ନ ପ୍ରଚାର,ନାମ ସଂକିର୍ତ୍ତନ, ଧର୍ମସଭା ଓ ନୈତିକ ଆଦ୍ଧ୍ୟାତ୍ମିକ ଚିତ୍ର ମାଧ୍ୟମରେ ଓଡ଼ିଶାର ବିଭିନ୍ନ ସ୍ଥାନ ବିଷେଶ ଭାବେ ପଶ୍ଚିମ ଓଡ଼ିଶାରେ ୧୯୩୧ ମସିହାରୁ ପଦ୍ମପୁର, ସମ୍ବଲପୁର, କୁସୁମପାଲ୍ଲୀ, ମହାନ୍ତିପଡ଼ା, ରୁଗୁଡ଼ିପଡ଼ା ଇତ୍ୟାଦି ଅଞ୍ଚଳରେ ଜନସାଧାରଣଙ୍କୁ ବୁଝାଉଥିଲେ । ଓଡ଼ିଶାରେ ଜନ୍ମିତ ଏହି ମହାପୁରୁଷ ୧୯୪୩ ରେ କେତେକ ଶିଷ୍ୟଙ୍କୁ ନେଇ ଖଣ୍ଡଗିରିରେ ମେଳା ଆରମ୍ଭ କରିଥିଲେ । ଯାହା ଏବେ ବି ମା’ ବାରଭୁଜା ପୀଠରେ ପ୍ରେମାଚାର୍ଯ୍ୟଙ୍କ ବିଗ୍ରହ ପୂଜା ପାଉଛି । ୧୯୪୪ରେ ସ୍ୱପ୍ନାଦେଶ ପାଇ ଭୁବନେଶ୍ୱର ସ୍ଥିତ ବାଲିପାଟଣାରେ ଶିଶୁ ଅନନ୍ତ ସମାଧି ଗାଦିକୁ ପୁନଃଉଦ୍ଧାର କରିଥିଲେ । ସେହିପରି ପ୍ରାଚୀ ଗୁରୁଧର୍ମ କ୍ଷେତ୍ରସ୍ଥ ‘ଫକିର ପୋତା’ ନାମକ ସ୍ଥାନରୁ ଯୁଗ୍ମ ମହାପୁରୁଷ ସ୍ୱାମୀ ଅନାମାନନ୍ଦ ଓ ସ୍ୱାମୀ ଅରୂପାନନ୍ଦଙ୍କୁ ଉଦ୍ଧଧାର କରିଥିଲେ ।
ଧନ୍ୟ ସେହି ମାଟି ସ୍ୱର୍ଗ ବ୍ରହ୍ମପୁର ବାସୀ, ଅପେକ୍ଷାରତ ଥାଆନ୍ତି ଏହି ଶୁଭ ଆବିର୍ଭାବ ଦିବସକୁ । ଏହି ଦିନ ମନେପଡ଼େ ସେହି ମହାପୁରୁଷଙ୍କ ବାଣୀ, “ଆସ, ସବୁଧର୍ମକୁ ସମ୍ମାନ ଦେବା, ଆମେ ସମସ୍ତେ ଏହାକୁ ସମ୍ମାନ ଜଣାଇବା ଏହି ଅବସରରେ ଆସନ୍ତୁ, ସମସ୍ତେ ବିଶ୍ୱର ମହା ବିପତ୍ତିନାସନ ମହାମନ୍ତ୍ର “ଓଁ କୃଷ୍ଣ ମଧୁସୁଦନ ବାସୁଦେବ ଜନାର୍ଦ୍ଦନ” ନାମ କିର୍ତ୍ତନ କରି ମହାମାରୀ କରୋନାରୁ ମୁକ୍ତି ପାଇବା କଟକ, ମୋ-୯୪୩୭୨୭୪୪୮୮
I don’t think the title of your article matches the content lol. Just kidding, mainly because I had some doubts after reading the article.
Can you be more specific about the content of your article? After reading it, I still have some doubts. Hope you can help me.