କେଉଁଠି ମଣିଷ ଶୀକାରୀ ତ କେଉଁଠି ଶୀକାର!
ଶରତ କୁମାର ରାଉତ
ଆମ ଦେଶରେ ଜନ ସଚେତନତା ଅଭାବରୁ ବନ୍ୟଜନ୍ତୁ ମାନଙ୍କୁ ଉପଯୁକ୍ତ ସୁରକ୍ଷା ମିଳି ପାରୁନାହିଁ । କେତେକ ଅଂଚଳର ଲୋକମାନେ ନିଜ ଜମି, ଫସଲ ଓ ଘରକୁ ଜଙ୍ଗଲୀ ପଶୁଙ୍କ ଠାରୁ ରକ୍ଷା ପାଇଁ ବନ୍ୟ ଜନ୍ତୁଙ୍କୁ ମାରିବାକୁ ବାଧ୍ୟ ହୁଅନ୍ତି ବୋଲି କୁହାଯାଏ । ଅନ୍ୟପକ୍ଷରେ କିଛି ଶିକାରୀ ନିଜର ଖାଦ୍ୟ ଓ ବ୍ୟବସାୟ ପାଇଁ ନିରୀହ ବନ୍ୟ ପଶୁଙ୍କୁ ଶିକାର କରନ୍ତି । ମୋଟ ଉପରେ ବନ୍ୟଜନ୍ତୁଙ୍କୁ ହତ୍ୟା କରିବା ବା ସେମାନଙ୍କ ମୃତ୍ୟୁ ନିଶ୍ଚୟ ଚିନ୍ତାର ବିଷୟ । ଏଥିପାଇଁ ମଣିଷ ଓ ବଣୁଆ ପଶୁଙ୍କ ମଧ୍ୟରେ ବଢୁଥିବା ମୁହାଁମୁହିଁ ସଂଘର୍ଷକୁ ରୋକା ଯିବାର ଆବଶ୍ୟକତା ରହିଛି । ଏହି ଲଢେଇରେ କେବଳ ବହୁ ସଂଖ୍ୟାରେ ପଶୁ ନୁହନ୍ତି, ବରଂ ମଣିଷ ମାନଙ୍କର ମଧ୍ୟ ମୃତ୍ୟୁ ଘଟୁଛି । ଭାରତ ସରକାରଙ୍କର ଜଙ୍ଗଲ ମନ୍ତ୍ରଣାଳୟର ହିସାବ ଅନୁଯାୟୀ ୨୦୧୪ ରୁ ୨୦୧୭ ମଧ୍ୟରେ ହାତୀ, ବାଘ, ଚିତା ବାଘ ଓ ଭାଲୁ ଭଳି ଜଙ୍ଗଲୀ ପଶୁଙ୍କ ସହ ମଣିଷର ସିଧା ସଂଘର୍ଷ ବେଳେ ୧୬୦୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଅର୍ଥାତ୍ ପ୍ରତିଦିନ ଗୋଟିଏ ମଣିଷ ମରୁଛନ୍ତି ।୨୦୧୯ ମସିହାର ସରକାରୀ ତଥ୍ୟ ଅନୁଯାୟୀ ଗତ ୫ବର୍ଷ ମଧ୍ୟରେ କେବଳ ହାତୀ ମାନେ ୨ ହଜାରରୁ ଅଧିକ ଓ ବାଘ ମାନେ ୨୦୦ରୁ ଅଧିକ ଲୋକଙ୍କୁ ମାରିଛନ୍ତି । ଅନ୍ୟ ପକ୍ଷରେ ନିଜ ଫସଲ ରକ୍ଷା ଓ ଜଙ୍ଗଲୀ ପଶୁଙ୍କ ଆକ୍ରମଣରୁ ବଂଚିବା ପାଇଁ ମଣିଷ ମାନେ ମଧ୍ୟ ବହୁ ସଂଖ୍ୟାରେ ଜଙ୍ଗଲୀ ପଶୁଙ୍କୁ ମାରୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଏଭଳି ଶିକାରର ସଠିକ୍ ହିସାବ ସରକାରଙ୍କ ପାଖରେ ନାହିଁ । ଯାହା କିଛି ହିସାବ ଉପଲବ୍ଧ ରହିଛି, ସେଥିରୁ ଜଣା ପଡ଼ୁଛି ଯେ, ୨୦୧୯ ମସିହାରେ ଜଙ୍ଗଲୀ ପଶୁଙ୍କ କବଳରୁ ଫସଲ ରକ୍ଷା କରିବାକୁ ୮୦ ଟି ହାତୀ, ୧୨୦ଟି ଜଙ୍ଗଲୀ ବାର୍ହା ଓ ୨୪ ଟି ହରିଣଙ୍କୁ ମରା ଯାଇଥିଲା । ଏହି ସମୟରେ ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ଫସଲ ନଷ୍ଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।
ତେବେ କୋଭିଡ଼୍-୧୯ର ଲକ୍ ଡ଼ାଉନ୍ ସମୟର ଅଭାବନୀୟ ଘଟଣା ଗୁଡ଼ିକ ସମସ୍ତଙ୍କ ପାଇଁ ଘୋର ଚିନ୍ତାର କାରଣ ହୋଇଛି । ଲକ୍ ଡ଼ାଉନ୍ ର ସୁଯୋଗ ନେଇ ପଶୁ ଶୀକାରୀ ମାନେ ମନ ଇଚ୍ଛା ଲାଭ ଉଠାଇଛନ୍ତି । ୱାଇଲ୍ଡ ଲାଇଫ୍ ଟ୍ରେଡ଼୍ ମନିଟରିଙ୍ଗ ନେଟୱାର୍କ ଟ୍ରାଫିକ୍ ନିଜର ଏକ ରିପୋର୍ଟ “ଇଣ୍ଡିଆନ୍ ୱାଇଲ୍ଡ ଲାଇଫ୍ ଏମିଡ଼ଷ୍ଟ ଦି କୋଭିଡ଼୍-୧୯ କ୍ରାଇସିସ୍”ରେ କହିଛି ଯେ, ଲକ୍ ଡ଼ାଉନ୍ ସମୟରେ ବନ୍ୟଜନ୍ତୁ ମାନଙ୍କୁ ବେଆଇନ ଭାବେ ମାରିବା ଘଟଣା ୧୫୧ ଶତକଡ଼ାକୁ ବଢି ଯାଇଛି । ସବୁଠୁ ଅଧିକ ହାତୀ, ଗଣ୍ଡା, ଓଟ, ହରିଣ, ମଇଁଷି ଓ ଘୁଷୁରୀ ଆଦି ପଶୁଙ୍କୁ ଖାଇବା ସହିତ ବେପାର ପାଇଁ ହତ୍ୟା କରାଯାଇଛି ।
ଜଙ୍ଗଲ ଧ୍ୱଂସ ପାଇବା ସହିତ ମଣିଷ ଓ ବନ୍ୟ ପଶୁଙ୍କ ମଧ୍ୟରେ ସଂଘର୍ଷ ବଢି ଚାଲିଛି । ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବା ଉଚିତ । ଏଥିପାଇଁ ଅତି କମ୍ରେ ଜଙ୍ଗଲ ଗୁଡ଼ିକୁ ଲୁହା ତାର କିମ୍ବା ପ୍ଲାଷ୍ଟିକ ଦ୍ୱାରା ଆବଦ୍ଧ କରାଯିବା ଉଚିତ । ଏହାଦ୍ୱାରା ବନ୍ୟ ଜନ୍ତୁ ବାହାରକୁ ଆସି ଲୋକଙ୍କୁ ଆକ୍ରମଣ କରି ପାରିବେ ନାହିଁ କି ଫସଲ ନଷ୍ଟ କରିବେ ନାହିଁ । ପୁଣି କିଛି କେମିକାଲ୍ ଦ୍ରବ୍ୟ ଛିଂଚି ମଧ୍ୟ ପଶୁଙ୍କୁ ଫସଲ ଠାରୁ ଦୂରକୁ ବାହାର କରି ଦିଆ ଯାଇପାରେ । ଅନ୍ୟ ପକ୍ଷରେ ଢୋଲ ପିଟିବା, ନିଆଁ ଜାଳିବା, ବାଣ ଫୁଟାଇବା ଭଳି ଅନେକ ପୁରୁଣା ଉପାୟ ରହିଛି, ଯାହା ଦ୍ୱାରା ଜଙ୍ଗଲୀ ପଶୁଙ୍କୁ କୌଣସି କଷ୍ଟ ନଦେଇ ନିଜର ଫସଲ ବା ଜୀବନକୁ ସୁରକ୍ଷିତ ରଖା ଯାଇପାରିବ । ଏହା ଛଡ଼ା ଡ଼୍ରୋନ୍ କ୍ୟାମେରା ଓ ରୋବଟ୍ର ସହାୟତାରେ ମଧ୍ୟ ଫସଲ ଉପରେ ନଜର ରଖା ଯାଇପାରିବ ।
କେତେକ ସ୍ଥାନରେ ବନ ବିଭାଗ ମଧ୍ୟ ‘ଆନିମଲ୍ ଫ୍ରେଣ୍ଡଲି’କାର୍ଯ୍ୟକ୍ରମ ଆରମ୍ଭ କରିଛି । ତାମିଲନାଡ଼ୁରେ ହାତୀ ମାନଙ୍କୁ ରେଳ ଦୁର୍ଘଟଣାରୁ ସୁରକ୍ଷା ଦେବା ପାଇଁ କୋଏମ୍ବାଟୁରରେ ରେଳ ଲାଇନର ଦୁଇ ପାଶ୍ୱର୍ରେ ସେଂସର ଲଗା ଯାଇଛି । ଯେତେବେଳେ ହାତୀ ମାନେ ରେଳ ଧାରଣା ପାଖରେ ପହଂଚିବେ, ସଙ୍ଗେ ସଙ୍ଗେ ଆଲାର୍ମ ମାଧ୍ୟମରେ ସେମାନଙ୍କୁ ସୂଚନା ମିଳିଯିବ । ପୁଣି ହାତୀ ମାନଙ୍କୁ ସେଠାରୁ ବାହାର କରିବା ସହିତ ଟ୍ରେନ୍ ଚାଳକ ଗତିକୁ କମ୍ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସେଠାରେ ମଧ୍ୟ ଦକ୍ଷିଣ ରେଳ ବିଭାଗ ଦ୍ୱାରା ମହୁମାଛି ଗୁଡ଼ିକର ଧ୍ୱନିକୁ ରେକର୍ଡ଼ କରି ଲାଉଡ଼୍ ସ୍ୱିକର ମାଧ୍ୟମରେ ବଜା ଯାଉଛି । ଯେହେତୁ ହାତୀ ମାନେ ମହୁମାଛି ଗୁଡି଼କୁ ଡ଼ରନ୍ତି । ଯେତେବେଳେ ସେମାନେ ରେଳ ଧାରଣା ପାଖରେ ପହଂଚି ଯାଆନ୍ତି, ସେମାନଙ୍କୁ ଏହି ଧ୍ୱନି ଦ୍ୱାରା ଡ଼ରାଇ ସେଠାରୁ ବାହାର କରି ଦିଆଯାଏ ।
ସେହିପରି ଓଡ଼ିଶାରେ କ୍ରମେ ଜଙ୍ଗଲ ଧ୍ୱଂସ ପାଇ ଚାଲିଥିବାରୁ ହାତୀ ଓ ବନ୍ୟଜନ୍ତୁ ନିଜର ଚଳପ୍ରଚଳ ପାଇଁ ଯାଗା ଖୋଜୁ ଖୋଜୁ ମଣିଷ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ ହେଉଛି । କେତେବେଳେ ଜଙ୍ଗଲୀ ଜୀବ ମରୁଛନ୍ତି ତ କେତେବେଳେ ମଣିଷ ମାନେ ମରୁଛନ୍ତି । ଏକ ସମୀକ୍ଷାରୁ ଜଣା ପଡ଼ିଛି ଯେ, ଗତ ୮ବର୍ଷ ଭିତରେ ୫୬୮ଜଣ ଲୋକଙ୍କୁ ହାତୀ ଦଳି ମାରିଥିବା ବେଳେ ୩୩୬ ଜଣଙ୍କୁ ଆହତ କରିଛନ୍ତି । ଆଉ ହାତୀ ମାନେ ୭,୮୬୦ ଜଣଙ୍କ ଘର ଭାଙ୍ଗିଥିବାବେଳେ ୯୭,୫୮୦ ଏକର ଜମି ଦଳି ନଷ୍ଟ କରିଛନ୍ତି ଓ ଏଥିଯୋଗୁ ୧,୯୮,୧୬୬ ଜଣ ପ୍ରଭାବିତ ହୋଇଛନ୍ତି । ଆହୁରି ଜଣା ପଡ଼ିଛି ଯେ, ଏ ବାବଦରେ ସରକାର୧୩ କୋଟି ୩୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି । ଏହା ଛଡ଼ା ହାତୀ ମାନଙ୍କର ଉପଦ୍ରବ ଯୋଗୁ ଅନେକ ପରିବାର ଉଜୁଡ଼ି ଯାଇଛି । ସେହିପରି ମଣିଷ ଆତ୍ମରକ୍ଷା ପାଇଁ ୩୨ ଟି ହାତୀ ଶିକାର କରିଥିବା ବେଳେ ୧୦ ଟି ହାତୀ ବିଷପାନ ଯୋଗୁ ଓ ୪୨ ହାତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ଏମିତି ବିଭିନ୍ନ କାରଣରୁ ରାଜ୍ୟରେ ଶହ ଶହ ହାତୀ ମରିଛନ୍ତି ।
କେତେକ ରାଜ୍ୟରେ ହାତୀ ମାନଙ୍କ ଗତିବିଧି ଜାଣିବାକୁ ଡ଼୍ରୋନ୍ ର ବ୍ୟବହାର କରାଯାଉଛି । କିନ୍ତୁ ଏବେ ମଧ୍ୟ ପ୍ରଶ୍ନ ଉଠୁଛି ଯେ, ରାସ୍ତା, ପୋଲ, ରେଳ ଲାଇନ୍ କୁ କିପରି ବ୍ୟବସ୍ଥା କଲେ, ପଶୁ ଓ ମଣିଷ ଭିତରେ ସଂଘର୍ଷ ହେବ ନାହିଁ? ତେବେ ଏଥିପାଇଁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଜଙ୍ଗଲ ଓ ପରିବେଶ ମନ୍ତ୍ର୍ରଣାଳୟ, ନେସନାଲ୍ ହାଇୱେ ଅଥରିଟୀ, ନେସନାଲ୍ ଟାଇଗର କଂଜର୍ଭେସନ୍ ଅଥରିଟୀ ଓ ବିଶ୍ୱ ବ୍ୟାଙ୍କର ସହଯୋଗରେ ‘ଇକୋ ଫ୍ରେଣ୍ଡଲୀ’ ଦିଗ ନିର୍ଦ୍ଦେଶ ପ୍ରସ୍ତୁତ ହୋଇଛି, ଯାହାର ଲାଭ ମିଳିବା ଆରମ୍ଭ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ମଣିଷ ଓ ପଶୁଙ୍କ ମଧ୍ୟରେ ବଢୁଥିବା ସଂଘର୍ଷ କୁ ତୁରନ୍ତ ରୋକା ଯିବାର ଆବଶ୍ୟକତା ରହିଛି । ଏଥିପାଇଁ ଗ୍ରାମବାସୀଙ୍କୁ ବନ୍ୟ ପଶୁଙ୍କ ସହିତ ବନ୍ଧୁତାର ବ୍ୟବହାର ପାଇଁ ଶିକ୍ଷା ଦେବା ସହ ସଚେତନ କରିବାକୁ ପଡ଼ିବ । ବନ୍ୟ ଜୀବଙ୍କ ପ୍ରତି ଢେର ସମ୍ବେଦନଶୀଳ ହେବାକୁ ମଧ୍ୟ ସେମାନଙ୍କୁ ଶିକ୍ଷା ଦାନ ଜରୁରୀ । ସେହିପରି ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ନିଷ୍ଠାର ସହ ନିଜ କର୍ତବ୍ୟ ସଂପାଦନ କରନ୍ତୁ । ଏହାଦ୍ୱାରା ବନ୍ୟପଶୁ-ମଣିଷର ଲଢେଇ ଥମି ପାରିବ ତଥା ଗୋଟିଏ ବିଶାଳ ଜୀବ ହାତୀ ବଂଚି ରହିବ ଆଗାମୀ ମଣିଷ ମାନଙ୍କ ପାଇଁ । ଅନ୍ୟଥା ହାତୀ ବା ବଣୁଆ ଜୀବ ଓ ମଣିଷ ମାନଙ୍କ ମଧ୍ୟରେ ଯୁଦ୍ଧ କ୍ରମେ ଭୟଙ୍କର ରୂପ ଧାରଣ କରିବ ଓ ନିକଟ ଭବିଷ୍ୟତରେ ମଣିଷ ଜିତିଯିବ ଆଉ ହାତୀ ସମେତ ବନ୍ୟପଶୁ ମାନେ ସବୁଦିନ ପାଇଁ ହାରିଯିବେ ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍, ଭୁବନେଶ୍ୱର, ମୋ:୯୩୩୭୩୬୯୪୪୮
Your article helped me a lot, is there any more related content? Thanks! https://www.binance.com/tr/register?ref=W0BCQMF1
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?
buying priligy online The first bright moon turned and walked towards the mountain after sex pill prevent pregnancy What Male Enhancement Pills Does Cvs Sell forest
best site to buy priligy To reduce the most commonly as it was taking nolvadex pct
Thanks for sharing. I read many of your blog posts, cool, your blog is very good.
buy cytotec misoprostol online When work More Options years of OutliningStudents who bentuk partisipasi drive to petisi, demonstrasi, ride that is where I Can Buy Vardenafil No Prescription, might have, didnt think too much save them
I don’t think the title of your article matches the content lol. Just kidding, mainly because I had some doubts after reading the article.
Продвижение сайтов в Волгограде – https://stalingradpictures.ru
Образование за границей – https://friendlyeducation.ru
order lasix cheap It further supports that the anterior structures, in which we observe mCherry expression at later stages, are composed of the progeny of cells originating from the MHB exclusively