ଖୋରଧା ସାହିତ୍ୟ ସଂସଦର କର୍ମକର୍ତା ମନୋନୟନ
ଖୋରଧା, (ଓଏନ୍ଏସ୍/ଆଇଏନ୍ଏସ୍): ସ୍ଥାନୀୟ ଗାନ୍ଧୀ ପଡିଆସ୍ଥିତ ମଙ୍ଗଳା ମନ୍ଦିର ପରିସରରେ ଖୋରଧା ସାହିତ୍ୟ ସଂସଦର ଏକ ସାଧାରଣ ସଭା ଅନୁଷ୍ଠାନର ଉପଦେଷ୍ଠା ବରିଷ୍ଠ ଆଇନଜୀବୀ ବିଧାନ ଚନ୍ଦ୍ର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂସଦର ସମସ୍ତ ଉପଦେଷ୍ଠା, କର୍ମକର୍ତା ତଥା ପ୍ରମୁଖ ସଦସ୍ୟମାନେ ନିଜର ସୁଚିନ୍ତିତ ମତାମତ ମାଧ୍ୟମରେ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଏହି ସଂସଦ ଓଡିଶାର ଏକ ପୂରାତନ ଅନୁଷ୍ଠାନ ଭାବରେ ରାଜ୍ୟ ତଥା ରାଜ୍ୟ ବାହାରେ ଖ୍ୟାତି ଲାଭ କରିଥିବା ଅନେକ ସାହିତି୍ୟକ ସୃଷ୍ଟି କରି ଖୋରଧା ମାଟିକୁ ଧନ୍ୟ କରିଛନ୍ତି ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପୂର୍ବ ବର୍ଷ ଭଳି ସଂସଦର ନୂତନ କର୍ମକର୍ତା ମନୋନୟନ ପାଇଁ ଶ୍ରୀଯୁକ୍ତ ମହାନ୍ତି ପ୍ରସ୍ତାବ ରଖିଥିଲେ । ଏହିକ୍ରମରେ ନୂତନ ଭାବରେ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କୁ ସଭାପତି ଏବଂ ଶିକ୍ଷାବିତ୍ ଡ. ଧୀରେନ୍ଦ୍ର ନନ୍ଦଙ୍କୁ ସମ୍ପାଦକ ଭାବରେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ଡା. ଯୋଗେଶ ଚନ୍ଦ୍ର ରଥ ଏବଂ ଡ. ସସ୍ମିତା ପଟ୍ଟନାୟକ ଉପସଭାପତି ଭାବରେ ମନୋନୀତ ହୋଇଥିବାବେଳେ ସହସମ୍ପାଦକ ଭାବରେ ଡ. କୈଳାଶ ଚନ୍ଦ୍ର ମହାରଣା, ସଂଗଠନ ସମ୍ପାଦକ ଭାବରେ ବିଭୂ ପ୍ରସାଦ ହରିଚନ୍ଦନ, ପାଠାଗାର ସମ୍ପାଦକ ଭାବରେ ତପନ କୁମାର ମହାପାତ୍ର ଏବଂ କୋଷାଧ୍ୟକ୍ଷ ଭାବରେ କୃଷ୍ଣ ଚନ୍ଦ୍ର ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର କାର୍ଯ୍ୟକାରୀ ସମିତି ସଦସ୍ୟ ଭାବରେ ଡ. ନିରଞ୍ଜନ ମହାନ୍ତି, ଡ. ପ୍ରମୋଦ ଚନ୍ଦ୍ର ଦାଶ, ଡ. ବୃନ୍ଦାବନ ପଣ୍ଡା, ସରୋଜ ସୁନ୍ଦର ପଟ୍ଟନାୟକ ଏବଂ ପ୍ରଫୁଲ ସାମନ୍ତରାୟ ମନୋନୀତ ହୋଇଥିବା ବେଳେ ଡ. ପଦ୍ମଜ ପାଳ, ପ୍ରଫେସର ନାରାୟଣ ରାଓ, ବଂଶୀଧର ରାଉତ, ବିଧାନ ଚନ୍ଦ୍ର ମହାନ୍ତି, ବୈକୁଣ୍ଠନାଥ ରାଜଗୁରୁ, ଭୀମସେନ ପ୍ରଧାନ ଏବଂ ଜ୍ଞାନ ରଂଜନ ଦାଶଙ୍କୁ ଉପଦେଷ୍ଠା ମଣ୍ଡଳୀ ସଦସ୍ୟ ଭାବରେ ଘୋଷଣା କରାଯାଇଥିଲା । ସଂସଦର ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ଶକ୍ତିଶଙ୍କର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ହୋତା, ଡ. ଚପଳା କୁମାରୀ ପଣ୍ଡା, ଲକ୍ଷ୍ମୀଧର ବଡଜେନା, ସମରଜିତ୍ ପଟ୍ଟନାୟକ, ଶିବସୁନ୍ଦର ପଟ୍ଟନାୟକ ଓ ଡ. ଗୁରୁ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।