ସୋରରେ କଙ୍ଗାରୁ କୋର୍ଟ: ଦିବ୍ୟାଙ୍ଗ ଯୁବତୀଙ୍କୁ ପିଟି ରକ୍ତାକ୍ତ କଲେ!
ବାଲେଶ୍ୱର, (ଓଏନ୍ଏସ୍) : କଙ୍ଗାରୁ କୋର୍ଟ ଭଳି ଘଟଣା ଦିନକୁ ଦିନ ସମାଜରେ ବଢ଼ିବଢ଼ି ଚାଲିଛି । ତାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହେଉଛି । ଯାହା ସଭ୍ୟ ସମାଜ ପାଇଁ ଲଜ୍ୟାକର ଘଟଣା । ଏହିଭଳି ଘଟଣା ସୋର ପୋ÷ରପାଳିକାର ମୂଳେଶ୍ୱର ଗ୍ରାମରେ ତା.୨୨.୦୬.୧୮ରିଖରେ ଘଟିଯାଇଛି । କାଳେ ଥାନାରେ ଅଭିଯୋଗ କରିବେ ତେଣୁ ସେମାନଙ୍କୁ ଅଟକାଇ ରଖାଯାଇଥିଲା, ଏପରିକି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ମଧ୍ୟ ଛାଡ଼ିନଥିବା ତା.୨୬.୦୬.୧୮ରିଖରେ ହୋଇଥିବା ଅଭିଯୋଗରୁ ଜାଣିବାକୁ ମିଳିଛି ।
ଅଭିଯୋଗ ଅନୁସାରେ, ସୋର ପୋ÷ରପାଳିକାର ମୂଳେଶ୍ୱର ଗ୍ରାମରେ ୰କ୍ଷେତ୍ରବାସି ସାହୁଙ୍କ ପରିବାର ରହନ୍ତି । ଏହି ପରିବାରର ୰କ୍ଷେତ୍ରବାସୀ ସାହୁଙ୍କ ସ୍ତ୍ରୀ ଶାନ୍ତିଲତାଙ୍କ ସମେତ ୫ଝିଅ ଓ ୨ପୁଅଙ୍କ ମଧ୍ୟରୁ ଦୁଇ ଝିଅ ରଞ୍ଜିତା (୨୭), ସୁପ୍ରିୟା (୧୮) ଓ ପୁଅ ସୁଶାନ୍ତ (୧୬) ଦିବ୍ୟାଙ୍ଗ । ଏହି ପରିବାର ରହୁଥିବା ସ୍ଥାନରେ ତାଙ୍କର ଜଣେ ପଡ଼ୋଶୀ ୰ସୁଦର୍ଶନ ସାହୁଙ୍କ ପରିବାର (୰ସୁଦର୍ଶନଙ୍କ ସ୍ତ୍ରୀ ହେମଲତା, ପୁଅ ରତିକାନ୍ତ ଓ ବହୂ ଅନିତା) ବିଭିନ୍ନ ସମୟରେ ହଇରାଣ ହରକତ କରୁଥିବା, ଯଥା-ଘର ନିକଟରେ ଝାଡ଼ା ବସିବା, ଅସନା ଆବର୍ଜନା ଘର ନିକଟରେ ପକାଇବା, ବାଡ଼ିରୁ ଫୁଲ ନେଇଯିବା ଭଳି ଘଟଣାର ପ୍ରତିବାଦ କଲେ ମଧ୍ୟ ସେଥିପ୍ରତି ୰ସୁଦର୍ଶନଙ୍କ ପରିବାର କର୍ଣ୍ଣପାତ କରନ୍ତି ନାହିଁ । ତା.୨୨.୦୬.୧୮ରିଖ ଭୋର (ପ୍ରାୟ ୫ଟା) ସମୟରେ ହେମଲତା ୰କ୍ଷେତ୍ରବାସୀଙ୍କ ଘରର ବାଡ଼ ନିକଟରେ ଝାଡ଼ା ବସିବାରୁ ଦିବ୍ୟାଙ୍ଗ ଯୁବତୀ ରଞ୍ଜିତା ପ୍ରତିବାଦ କରିଥିଲେ । ଏଥିରେ ହେମଲତା ଉତ୍ୟକ୍ତ ହୋଇ ହୋଇ ପୁଅ, ବୋହୁଙ୍କ ସହିତ ମିଳିତ ଭାବରେ ରଞ୍ଜିତାଙ୍କୁ ତାଙ୍କ ଘରଭିତରେ ପିଟିବା ସହିତ ଝିଅକୁ ରକ୍ଷା କରିବାପାଇଁ ହେମଳତାଙ୍କ ପରିବାରକୁ ଅଟକାଇବାରୁ ସେ ମଧ୍ୟ ମାଡ଼ରୁ ବର୍ତି ନଥିଲେ । ଅନ୍ୟମାନେ ଡଠି ପଡ଼ିବାରୁ ରଞ୍ଜିତାକୁ ବାହାରକୁ ଟାଣିଆଣି, ଅନ୍ୟ ସମସ୍ତଙ୍କୁ ଘରଭିତରେ ରଖି ବାହାରପଟୁ କବାଟ ବନ୍ଦକରି ରଞ୍ଜିତାଙ୍କୁ ଅମାନୁଷିକ ଭାବେ ମାଡ଼ମାରି ରକ୍ତାକ୍ତ କରିଥିଲେ । ଏପରିକି ତାଙ୍କ ମୁଣ୍ଡରେ ମଧ୍ୟ କ୍ଷତ ହୋଇଥିବା ଜାଣିବାକୁ ମିଳିଛି । ଦୀର୍ଘ ତିନିଘଣ୍ଟାପରେ ଗୁରୁତର ଆହତ ରଞ୍ଜିତାଙ୍କୁ ସାନଭଉଣୀ ସ୍କୁଟିରେ ଡାକ୍ତରଖାନା ନେଇଥିଲେ ସତ କିନ୍ତୁ ସେଠାରେ କେତେକ ବ୍ୟକ୍ତି ପହଂଚି ଚିକିତ୍ସାରେ ବାଧା ଉପୁଜାଇ ଘରକୁ ନେଇ ଆସି ସନ୍ଧ୍ୟା ସମୟରେ ଏକ ସମାଧାନ ପତ୍ର ଲେଖାଇ ନେଇଥିଲେ । ପ୍ରକାଶଯୋଗ୍ୟଯେ, ଘଟଣା ଘଟିବା ସମୟରେ ବଡ଼ ପୁଅ ପ୍ରଶାନ୍ତ ଘରେ ଅନୁପସ୍ଥିତ ଥିଲେ । ସେ ଘରକୁ ଆସିବା ପରେ ସନ୍ଧ୍ୟାରେ ବଳପୂର୍ବକ ସମାଧାନପତ୍ର ଲେଖାଇ ନେଇଥିବା ଥାନାରେ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି ।
ଘଟଣା ଯାହା ହେଉନା କାହିଁକି, ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ମା,ପୁଅ, ବୋହୂ ମିଶି ମାଡ଼ମାରି ଗୁରୁତର ଆହତ କରିବା, ତା ପରେ ଆହତଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନା ଓ ଥାନାକୁ ନଛାଡ଼ିବା ଏବଂ ଶେଷରେ ବଳପୂର୍ବକ ସମାଧାନ ପତ୍ର ଲେଖାଇବା ଭଳି ଘଟଣା ସଭ୍ୟ ସମାଜ ପ୍ରତି ଲଜ୍ୟାକର ନିଶ୍ଚୟ । ଅନ୍ୟପକ୍ଷରେ ଏତଲା ପରେ ମାଡ଼ ମରିଥିବା ବ୍ୟକ୍ତିଙ୍କୁ ପୋଲିସ ତୁରନ୍ତ ଧରିବା ପରିବର୍ତେ ବେଲ ପାଇଁ ସୁଯୋଗ ଦେବାକୁ ପଛାଇ ନାହିଁ । ଏହା ବ୍ୟତୀତ କଙ୍ଗାରୁ କୋର୍ଟ ବସାଇ ଘଟଣାର ସମାଧାନ ପାଇଁ ଆହତ ଓ ଆହତଙ୍କ ପରିବାରକୁ ବାଧ୍ୟ କରିବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ପୋଲିସ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ଘଟଣାପରେ ନିଜ ଜୀବନ ଉପରେ ବିପଦଥିବା କାରଣରୁ ୰କ୍ଷେତ୍ରବାସି ସାହୁଙ୍କ ପରିବାର ନିଜ ଘରଛାଡ଼ି ଅନ୍ୟତ୍ର ଭଡ଼ାନେଇ ରହିବାକୁ ବାଧ୍ୟ ହୋଇଛନ୍ତି । ଏହିସବୁ ଘଟଣାକୁ ତର୍ଜମାକଲେ ଆଜିର ସମାଜକୁ ସଭ୍ୟସମାଜ କୁହାଯାଇପାରିବକି? ଆଜି ଆମେ ସ୍ୱାଧୀନତାର ୭୧ବର୍ଷ ପରେ ମଧ୍ୟ ନିଜକୁ ସ୍ୱାଧୀନ ବୋଲି କହିବାର ଯଥାର୍ଥତା କେତେ ତାହାମଧ୍ୟ ଆଲୋଚନାର ପରିସରଭୁକ୍ତ । ସୋର ପୋଲିସ ଏହି କଙ୍ଗାରୁ କୋର୍ଟର କର୍ଣ୍ଣଧାରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି?