ଗାୟତ୍ରୀ ପରିବାର ଓଡିଶା ପକ୍ଷରୁ ରାଜ୍ୟପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ
ଭୁବନେଶ୍ୱର, (ଓଏନ୍ଏସ୍): ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତି କୁଞ୍ଜ ହରିଦ୍ୱାର ଓଡିଶା ପରିବାର ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଗତକାଲି ରାଜଭବନ ଠାରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଦକ୍ଷିଣପୂର୍ବ ଜୋନ୍ ଓଡିଶା, ଛତିଶଗଡ ପ୍ରାନ୍ତର ରାଷ୍ଟ୍ରିୟ ପ୍ରଭାରୀ ଗଂଗାଧର ଚୌଧୁରୀ ମହାମହିମ ରାଜ୍ୟପାଳଙ୍କୁ ଗାୟତ୍ରୀ ମିଶନର ରଚନାତ୍ମକ ଅଭିଯାନ ସଂମ୍ବନ୍ଧରେ ମିଶନର ଲକ୍ଷ୍ୟ ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ଓଡିଶା ପ୍ରାନ୍ତର ପ୍ରାନ୍ତୀୟ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଆମନ୍ତ୍ରଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରାନ୍ତର ଜୋନ୍ ପ୍ରଭାରୀ ବାଳକୃଷ୍ଣ ପଣ୍ଡା, ସହକାରୀ ପ୍ରଭାରୀ ରବି ନାରାୟଣ ପଣ୍ଡା ଏବଂ ସଂଯୋଜକ ବଳରାମ ସାହୁ ଗୌତମ ପ୍ରମୁଖ ଉପସ୍ଥିତ ଥିଲେ ।