ଡାଟା ଏନଟ୍ରି ଅପରେଟର ପରୀକ୍ଷା ଫଳ ପ୍ରକାଶନରେ ଚଂଚକତା

 

ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗରେ ଖାଲିଥିବା ୨୩୨ଟି ଜୁନିୟର ଡାଟା ଏନଟ୍ରି ଅପରେଟର ପଦବୀ ପୂରଣ ନିମନ୍ତେ ଓଡିଶା ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ଗତ ୨୦୧୫ ମସିହା ମେ ମାସରେ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଓଡିଶା ଉଚ ନ୍ୟାୟାଳୟର ରହିତାଦେଶ ହେତୁ ଏହି ବିଜ୍ଞାପନ ସଂଶୋଧନ କରାଯାଇ ଗତବର୍ଷ ଏପ୍ରିଲ ୧୬ ତାରିଖ ରବିବାରଦିନ ଭୁବନେଶ୍ୱରରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୫୦ ହଜାରରୁ ଅଧିକ ଆବେଦନକାରୀ ଏହି ପରୀକ୍ଷା ଦେଇଥିଲେ । ହେଲେ ଅଦ୍ୟାବଧି ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇନାହିଁ ।
  ଆଇଏନ୍ଏସ୍ କୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ରାଜ୍ୟ ସଚିବାଳୟର ସାଧାରଣ ପ୍ରଶାସନ ବିଭାଗ ସମେତ କେତେକ ବିଭାଗ ଆଉଟସୋର୍ସିଙ୍ଗ ଜରିଆରେ ଠିକାଦାର ମାଧ୍ୟମରେ ପ୍ରାୟ ଏକଶହ ଜଣ ଡାଟା ଏନଟ୍ରି ଅପରେଟର ନିୟୋଜିତ କରିଛନ୍ତି । ସେମାନେ ନିୟମିତ ହେବା ପାଇଁ ଦାବି କରି ଅଦାଲତର ଆଶ୍ରୟ ନେଉଛନ୍ତି ଓ ନୂତନ ନିଯୁକ୍ତିକୁ ବିରୋଧ କରୁଛନ୍ତି । ସାଧାରଣ ପ୍ରଶାସନ ବିଭାଗରେ ନିୟୋଜିତ ଡାଟା ଏନଟ୍ରି ଅପରେଟରଙ୍କ ଚାପରେ ସେହି ବିଭାଗ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଠିକାଦାର ମାଧ୍ୟମରେ ନିୟୋଜିତ କର୍ମଚାରୀମାନେ ସରକାରଙ୍କ ଠାରୁ ପ୍ରତ୍ୟକ୍ଷ ଦରମା ପାଆନ୍ତି ନାହିଁ । ଠିକାଦାର ମାଧ୍ୟମରେ ନିୟୋଜିତ ହୋଇଥିବାରୁ ସେମାନଙ୍କ ପାଇଁ କୌଣସି ଖବରକାଗଜରେ ବିଞଜ୍ଞାପନ ପ୍ରକାଶ କରାଯାଇ ନାହିଁ ବା ଲିଖିତ ପରୀକ୍ଷା କରାଯାଇ ନାହିଁ । ତେଣୁ ସର୍ବୋଚ ନ୍ୟାୟାଳୟର ନିଦେ୍ର୍ଦଶକ୍ରମେ ସେମାନେ ନିୟମିତ ହେବା ପାଇଁ ଯୋଗ୍ୟ ନୁହଁନ୍ତି । ଏହି ଖାଲିଥିବା ପଦବୀ ଗୃହ ବିଭାଗ ଅଧୀନରେ ଥିବାରୁ ସେମାନେ ମଧ୍ୟ ନୀରବ । ବିଧି ବିଭାଗ ଅଦାଲତର କୌଣସି ପ୍ରତିବନ୍ଧକ ନଥିବାରୁ ପରୀକ୍ଷାଫଳ ପ୍ରକାଶନରେ ଅସୁବିଧା ନାହିଁ ବୋଲି ଗୃହ ବିଭାଗକୁ ଜଣାଇ ଦେଇ ସାରିଲେଣି । ଗୃହ ବିଭାଗ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ଓଡିଶା ଷ୍ଠାଫ ସିଲେକସନ କମିଶନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗର ଚାପରେ କମିଶନ ଚୁପ ହୋଇ ବସିଛନ୍ତି । କମିଶନଙ୍କ ସଚିବଙ୍କ କାର୍ଯ୍ୟଧାରା ସାଧାରଣରେ ସନେ୍ଦହ ସୃଷ୍ଟି କରୁଛି । ସାଧାରଣ ପ୍ରଶାସନ ବିଭାଗ ଓ ଗୃହ ବିଭାଗ ଉଭୟେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଛି । ମୁଖ୍ୟ ମନ୍ତ୍ରୀ ମଧ୍ୟ ପ୍ରତିମାସରେ ନିଯୁକ୍ତି ପ୍ରକ୍ରିୟ ସମୀକ୍ଷା କରୁଛନ୍ତି । ବହୁ ପରୀକ୍ଷାର୍ଥୀ ମଧ୍ୟ ପରୀକ୍ଷା ଫଳ ପ୍ରକାଶନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିବେଦନ କରିଥିଲେ ମଧ୍ୟ ସରକାରୀ ଉଦାସୀନତା ଆବେଦନକାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି ।
ମୁଖ୍ୟମନ୍ତ୍ରୀ ତୁରନ୍ତ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ଓଡିଶା ଷ୍ଠାଫ ସିଲେକସନ କମିଶନଙ୍କୁ ନିଦେ୍ର୍ଦଶ ଦେବା ପାଇଁ ବହୁ ଆବେଦନକାରୀ ଦାବି କରିଛନ୍ତି ।

Leave a Reply

Your email address will not be published.