ଭୁବନରେ ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ଭେଟିଲେ ଇଂ.ଦେବାଶିଷ ହୋତା

ଭୁବନ, (ଆଇଏନ୍ଏସ୍): ଭୁବନ ବ୍ଲକ୍ ଭୁଷଳ ଗାଁ ମଠ ସାହିର ଗରିବ ଚାଷୀ ଲମ୍ବୋଦର ପଣ୍ଡା ଗତ ବୁଧବାର ଦିନ ବିଷ ଖାଇଦେବାରୁ ମୃତ୍ୟୁ ବରଣ କରିଥିଲେ । ଶବ ବ୍ୟବଛେଦ ହେଲା ପରେ ଗୁରୁବାର ଦିନ ସନ୍ଧ୍ୟା ବେଳେ ଆତ୍ମିୟ ସ୍ୱଜନମାନେ ତାଙ୍କର ଶବ ସକ୍ରାର କରିଥିଲେ । ଏ ବିଷୟରେ ଖବର ପାଇ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି କୃଷକ ମୋର୍ଚ୍ଚା ପ୍ରଭାରୀ ଇଂ. ଦେବାଶିଷ ହୋତା ଲମ୍ବୋଦରଙ୍କ ଘରେ ପହଁଚି ତାଙ୍କର ବିଧବା ପତ୍ନୀ ଏବଂ ଦୁଇ ପୁଅଙ୍କୁ ସମବେଦନା ଜଣାଇଥିôଲେ । ଲମ୍ବୋଦରଙ୍କ ପତ୍ନୀ ଇଂ ହୋତାଙ୍କ ପାଖରେ କୋହଭରା କଣ୍ଠରେ ପ୍ରକାଶ କରିଥିଲେ ଯେ, ଦେଢଲକ୍ଷ ଟଙ୍କା ହାତ ଉଧାରି କରି ଲମ୍ବୋଦର ତିନିମାଣ ବିଲ ·ଷ କରିଥିଲେ । ପୋକଲାଗି ଫସଲ ଉଜୁଡ଼ି ଯିବାରୁ ସେ ହତାସ ହୋଇପଡ଼ିଥିଲେ । ଆଉ ଋଣ ସୁଝିପାରିବାର ଉପାୟ ନ ପାଇ ସେ ଆତ୍ମହତ୍ୟା କରିବାକୁ ବାଧ୍ୟହେଲେ ବୋଲି କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ।
ନବୀନ ପଟ୍ଟନାୟକ ସରକାରଙ୍କ ଭୁଲ କୃଷି ନିତି ଯୋଗୁ ଲମ୍ବୋଦରଙ୍କ ଭଳି ହଜାରେରୁ ଉଦ୍ଧ୍ୱର୍ ଗରିବ ଚାଷି ଆମ ରାଜ୍ୟରେ ବିଗତ ୨୦ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିସାରିଲେଣି ବୋଲି ଇ.ହୋତା ଅଭିଯୋଗ କାରିଛନ୍ତି । ସେ କହିଛନ୍ତି ଯେ, ବି.ଜେ.ଡ଼ି. ଏକ ଚାଷି ହତ୍ୟାକାରୀ ଦଳ, ଆଗାମୀ ନିର୍ବାଚନରେ ଚାଷିମାନେ ସଂଗଠିତ ହୋଇ ବି.ଜେ.ଡ଼ି କୁ ପରାଜିତ କରାଇବେ । ତା ପୂର୍ବରୁ ପ୍ରାୟଶ୍ଚିତ ସ୍ୱରୁପ ଲମ୍ବୋଦରଙ୍କ ବିଧବା ସ୍ତ୍ରୀକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଇଂ. ହୋତା ଏବଂ କୃଷକ ମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ଅର୍ଜୁନ ମିଶ୍ର ଦାବି କରିଛନ୍ତି । ଆଇଏନ୍ଏସ୍ ।

Leave a Reply

Your email address will not be published.