ଉତର ଭୁବନେଶ୍ୱରରେ ଭଷାଣୀ ମହୋତ୍ସବ: ଭାଇଚାରାର ମନ୍ତ୍ରରେ ବିଦାୟ ନେଲେ“ମା”

ଭୁବନେଶ୍ୱର, (ଆଇଏନ୍ଏସ୍): ଓଡିଶାର ବଡପର୍ବ ଦଶହରା ଉତ୍ସାହର ସହ ଶେଷ ହୋଇଛି । ଓଡିଶାର କୋଣ ଅନୁକୋଣରେ ଥିବା ପୂଜା ମଣ୍ଡପରେ ଷଷ୍ଠୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପାଉଥିବା ମହାମାୟା, ଦୁର୍ଗତିନାସିନୀ, ମହିସା ମର୍ଦ୍ଧିନୀ ମା’ଙ୍କ ମୃଣ୍ମୟ ପ୍ରତିମା ଭଷାଣୀରେ ପାରମ୍ପରିକ ବାଦ୍ୟ, ଘଂଟ, ହୁଳହୁଳି, ବିଭିନ୍ନ ନୃତ୍ୟ ଓ ଆଧୁନିକ ଡିଜେ ଧୁନ୍ ଏବଂ ଆତସବାଜିରେ ବିଦାୟ ନେଇଛନ୍ତି । ଅଶ୍ରୁପ୍ଳାବିତ ହୋଇ ଯାଇଛନ୍ତି ଅଗଣିତ ଭକ୍ତ । ରାଜଧାନୀରେ ଅନୁଷ୍ଠିତ ଭଷାଣୀ ଉତ୍ସବରେ ନୟାପଲ୍ଲୀରେ ୧୮ ମେଢ଼, ସହିଦ ନଗରରେ ୨୩ ମେଢ଼, ପୂରୁଣା ଭୁବନେଶ୍ୱରରେ ୨୨ ମେଢ଼ ଓ ଉତର ଭୁବନେଶ୍ୱରରେ ୨୦ ମେଢ଼ ଯୋଗ ଦେଇଛନ୍ତି ।
ଉତର ଭୁବନେଶ୍ୱର ଭଷାଣୀ କମିଟି ପକ୍ଷରୁ ଚନ୍ଦ୍ରଶେଖରପୁର ମେଳଣ ପଡିଆଠାରେ ଆୟୋଜିତ ଭଷାଣୀ ଉତ୍ସବରେ ୨୦ଟି ମେଢ଼ ଯୋଗ ଦେଇଥିଲେ । ଏଥି ମଧ୍ୟରେ ଡମଣା, ଶୈଳଶ୍ରୀ ବିହାର, ନିଳାଦ୍ରି ବିହାର, ଡିଷ୍ଟ୍ରିକ୍ଟ ସେଂଟର, ନନ୍ଦନ ବିହାର, ବିଡିଏ କଲୋନୀ, ଶିଖର ଚଣ୍ଡି, ଇଞ୍ଜଣା ଓ ଅନ୍ୟାନ୍ୟ ପୂଜା ମଣ୍ଡପରୁ ମେଢ଼ ଗୁଡିକ ବିଭିନ୍ନ ବାଦ୍ୟ, ଆତସବାଜି ପାରମ୍ପରିକ ନୃତ୍ୟ ଓ ଡିଜେଧୁନ୍ ନାଚରେ ପଡିଆ ଭିତରକୁ ପ୍ରବେଶ କରିଥିଲେ । ଭଷାଣୀ କମିଟି ସଭାପତି ମଧୁମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ, ଉତର ବିଧାୟକ ପ୍ରିୟଦର୍ଶି ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ ଉତରର ସମସ୍ତ କର୍ପୋରେଟର ପ୍ରମୁଖ ଯୋଗ ଦେଇଥିଲେ । ସଂଯୋଜକ ସମରେନ୍ଦ୍ର ସାହୁ ଓ ମିହିର ରାଉତଙ୍କ ସଂଯୋଜନାରେ ବିଭିନ୍ନ କ୍ଷେତ୍ରରେ ଅବଦାନପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସମସ୍ତ ପୂଜା କମିଟିର ସଭାପତି ସଂପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅମୃତ ସହର ମୃତକଙ୍କ ପାଇଁ ନିରବ ପ୍ରାର୍ଥନା ସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ଗାଡକଣ ପୂଜା କମିଟି ଦ୍ୱାରା ପ୍ରସ୍ତୁତ ୧ କ୍ୱିଂଟାଲ ୨୦ କେଜି ଲଡୁ । ଏହାକୁ ନିଲାମ ଡକାଯାଇ ୫ ହଜାରରୁ ୨୫ ହଜାରରେ ଦିଆଯାଇଥିଲା । କମିଟିର କର୍ମକର୍ତା ଭୁବନାନନ୍ଦ ଜେନା, ପ୍ରଦିପ ଜେନା, ସୁରେସ ରଥ ଓ ସନ୍ତୋଷ ମହାନ୍ତି ଉପସ୍ଥିତ ରହି ଉତ୍ସବକୁ ପରିଚାଳନା କରିଥିଲେ । ରାତ୍ରି ୮ ଘଟିକା ସମୟରେ ପଡିଆରୁ ମେଢ଼ ଗୁଡିକ ବାହାରି ବିଭିନ୍ନ ବାଦ୍ୟ ଓ ନାଚର ତାଳେ ତାଳେ କଳିଙ୍ଗ ହସ୍ପିଟାଲ୍ ଛକ, ସୈନିକ ସ୍କୁଲ ଛକଦେଇ କୁଆଖାଇ ଅଭିମୁଖେ ଯାତ୍ରା କରିଥିଲେ । ଏଥିମଧ୍ୟରେ ଡିଜେ ଧୁନ୍ ନାଚ, ଘୋଡା ନାଚ, ଘଂଟପାଟୁଆ, ମାର୍ଦଳ ବାଜା, ଢୋଲବାଜା, ବ୍ୟାଣ୍ଡ ପାର୍ଟି, ଦୁଲ୍ଦୁଲି ବାଜା, ଦକ୍ଷିଣୀ ନାଚ, ନିଆଁ ଖେଳ, ସହିତ ବିଭିନ୍ନ ଭଣ୍ଡ ବାବାଙ୍କ ବେଶଧାରି ବ୍ୟକ୍ତିମାନେ ଆତସ ବାଜି କରୁଥିଲେ । ପଡିଆଠାରୁ ରାସ୍ତା ସାରା ଲୋକମାନେ ଏକତ୍ରିତ ହୋଇ ଏହାର ମଜା ନେଉଥିଲେ । ଶେଷରେ କୁଆଖାଇ ଠାରେ ମା’ଙ୍କ ମୃଣ୍ମୟ ପ୍ରତିମାଙ୍କୁ ଅସ୍ଥାୟୀ ପୁଷ୍କରିଣୀରେ ବିଷର୍ଜନ କରାଯାଇଥିଲା ।

2 thoughts on “

  1. Altace may cause other side effects buy priligy 30mg com 20 E2 AD 90 20Preo 20Do 20Generico 20Do 20Viagra 20 20Almaximo 20Viagra preo do generico do viagra MEXICO CITY Gunmen attacked Mexican federal police officers in six ambushes across the western state of MichoacГЎn, leaving 20 suspected assailants and two law enforcement officers dead, the Interior Ministry said late Tuesday

Leave a Reply

Your email address will not be published.