ଖୋର୍ଦ୍ଧାରେ ରାଜ୍ୟସ୍ତରୀୟ ଶହୀଦ ଜୟୀ ରାଜଗୁରୁ ଜୟନ୍ତୀ ସମାରୋହ
ଖୋର୍ଦ୍ଧା, (ଆଇଏନ୍ଏସ୍): ସ୍ଥାନୀୟ ଗୀତା ଭବନ ପରିସରରେ ଭାରତ ସ୍ୱଧୀନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କର ୨୭୯ତମ ଜୟନ୍ତୀ ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମାରୋହ ସମିତି ଆନୁକୂଲ୍ୟରେ ବିଶିଷ୍ଟ ଐତିହାସିକ ଡ. ପ୍ରସନ୍ନ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହନ୍ତ ହରିଚରଣ ଦାସଙ୍କ ବେଦପାଠ ସହିତ ମୁଖ୍ୟ ଅତିଥି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ରାଜ୍ୟ ସଭାପତି ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ଆଜି ପାଇକ ବିଦ୍ରୋହକୁ ୨୧୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିର କେନ୍ଦ୍ର ସରକାର ସେହି ବୀର ପୁଙ୍ଗବ ତଥା ପାଇକ ମାନଙ୍କର ଅମ୍ଳାନ ଦିନର ମହାନ୍ ସ୍ମୃତି ଇତିହାସକୁ କାଳ କାଳ ପାଇଁ ଜୀବିତ କରି ରଖିବା ପାଇଁ ଏହି ଖୋର୍ଦ୍ଧାର ବରୁଣେଇ ପାହାଡର ପାଦ ଦେଶର ବିଶାଳ ଭୂଖଣ୍ଡରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ମÿିଳିତ ଭାବରେ ଶହ ଶହ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରତିଶୃତି ବଦ୍ଧ । ସେଥିପାଇଁ ଖୋର୍ଦ୍ଧା ତଥା ଓଡିଶାର ଏହି ମହାନ ଗାଥାକୁ ମଳିନ ହେବାକୁ ନଦେଇ ଆଜିର ରାଜ୍ୟ ସରକାର ସମସ୍ତ ପ୍ରକାର ରାଜନୀତିରୁ ଉଦ୍ଦ୍ୱର୍ରେ ରହି କୋଟି କୋଟି ଓଡିଆଙ୍କ କୋହକୁ ଅନୁଭବ କରି କେନ୍ଦ୍ର ସରକାର ମାଗିଥିବା ୫୦ ଏକର ଜମି ପରିବର୍ତେ ୧୦୦ ଏକରର ଭୂଖଣ୍ଡ ସେହି ଐତିହାସିକ ବରୁଣେଇର ପାଦ ଦେଶରେ ଯୋଗାଇ ଦିଅନ୍ତୁ । ମୁଖ୍ୟ ଅତିଥି ଜୟୀ ରାଜଗୁରୁଙ୍କର ଜୀବନାଦର୍ଶକୁ ମନେ ପକାଇ ଏକ ଭାବବିହ୍ୱୋଳ ଢଙ୍ଗରେ କହିଲେ ଯେଉଁମାନେ ଇଂରେଜ ମାନଙ୍କୁ କଡାକଡି ଭାବରେ ବିରୋଧ କରିଥିଲେ, ସେମାନଙ୍କୁ ଇଂରେଜମାନେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟ କରିଛନ୍ତି ଏବଂ ସେହି ଐତିହାସିକ ତଥ୍ୟ ସମୂହକୁ ଲୋକଲୋଚନକୁ ଆଣିବାକୁ ଦିଆଯାଇନାହିଁ । ବର୍ତମାନ ସମୟ ଆସିଛି ସେସବୁ ତଥ୍ୟସମୂହକୁ ପୁନରୁଦ୍ଧାର କରି ଏହି ବୀର ଜାତିର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ହେବ । ବିଶିଷ୍ଟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଯୋଗଦେଇ କହିଲେ ଜୟୀ ରାଜଗୁରୁଙ୍କ ଭଳି ସାହସୀ, ସ୍ୱାଭିମାନୀ ଯୋଦ୍ଧା ପୃଥିବୀ ଇତିହାସରେ ବିରଳ, କିନ୍ତୁ କ୍ଷୋଭର ବିଷୟ ତାଙ୍କ ସ୍ମୃତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସେଭଳି କିଛି କାମ କରି ନାହାଁନ୍ତି । ଆଜିର କେନ୍ଦ୍ର ସରକାର ସେଥିପାଇଁ ଆଗେଇ ଆସିଥିବାରୁ ଆମେ ଗର୍ବିତ । ମୁଖ୍ୟବକ୍ତା ଭାବରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ସମିତିର ରାଜ୍ୟ ଆବାହକ ବିଶିଷ୍ଟ ଶିକ୍ଷାବିତ୍ ଡ. ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ କହିଲେ ଜୟୀ ରାଜଗୁରୁ ନିଜର ମାଟି ମାଆ ତଥା ରାଜାଙ୍କୁ ରକ୍ଷା କରିବାକୁ ଯାଇ ଏକ ଅଜେୟ ଶକ୍ତି ବିରୋଧରେ ସଂଗ୍ରାମ ଚଳାଇ ଓଡ଼ିଶା ଇତିହାସରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଯାଇଛନ୍ତି । ତାଙ୍କଦ୍ୱାରା ଅନୁସୃତ ପନ୍ଥା ପରବର୍ତୀ ସମୟର ପାଇକ ବିଦ୍ରୋହକୁ ପ୍ରେରଣା ଯୋଗାଇଛି । ତାଙ୍କ ସଂଗ୍ରାମ ତଥା ଖୋରଧାକୁ ମୁକ୍ତ ଓ ସ୍ୱାଧୀନ କରିବାର ପ୍ରୟାସ ଊନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଏକ ନୂତନ ଉତ୍ସ୍ୱାସ ଓ ଉଦ୍ଦୀପନା ସୃଷ୍ଟି କରିଛି, ଯାହାକି ଏହି ବିଶାଳ ଭାରତ ବର୍ଷର ସ୍ୱାଧୀନତା ପାଇଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ପରିଗଣିତ ହୋଇପାରିଛି ଏବଂ ସେହି ବୀର ଶହୀଦ ଦେଶ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ ବୋଲି କୁହାଯାଉଛି । ଏହି ବୀରତ୍ୱର ବାର୍ତା ଆମର ପରପୀଢ଼ିମାନେ ଜାଣିଲେ ଏହି ଓଡିଆ ଜାତିର ଉତଥାନ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କୁ ‘ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମ୍ମାନ’ରେ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ୍ ସତ୍ୟବାଦୀ ବଳିଆରସିଂହ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜୟୀ ରାଜଗୁରୁ ସ୍ମୃତି ସଂସଦର ସଂଘମିତ୍ରା ରାଜଗୁରୁ, ସୀତାକାନ୍ତ ପଣ୍ଡା, ଶକ୍ତି ଶଙ୍କର ମିଶ୍ର ଓ ବୈକୁଣ୍ଠନାଥ ରାଜଗୁରୁ ଏବଂ କଳିଙ୍ଗ ପାଇକ ସଂଗଠନର କୃଷ୍ଣ ଚନ୍ଦ୍ର ହରିଚନ୍ଦନ, ଭୀମସେନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଅପରାହ୍ଣରେ ଅମର ଶହୀଦ୍ଙ୍କ ସ୍ମୃତିରେ ହୋଇଯାଇଥିବା କବିତା ପାଠୋତ୍ସବରେ ଯୋଗଦେଇଥିବା କବି ଓ କବୟତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଶୁଭଲକ୍ଷ୍ମୀ ନନ୍ଦ, ଶୁଭଶ୍ରୀ ପଣ୍ଡା, ଅମୃତା ପ୍ରିୟମ୍ବଦା, ରାଜଶ୍ରୀ ପଣ୍ଡା ପ୍ରମୁଖ ସ୍ୱାଗତ ସଂଗୀତ, ଶୁଭାଷିତ ଏବଂ ବନେ୍ଦ ମାତରମ ଗାନ କରିଥିବା ବେଳେ ସୁବାସ ଗନ୍ତାୟତ, ଗୋପାଳକୃଷ୍ଣ ଦାସ, ବିଭୁପ୍ରସାଦ ହରିଚନ୍ଦନ, କିଶୋର ବରାଳ, ଇଂ ପ୍ରଦୀପ୍ତ ନନ୍ଦ, ଜ୍ୟୋସ୍ନôରାଣୀ ମହାରଣା, ଦିଲ୍ଲୀପ ରଣଜିତ, ନୀଳାଦ୍ରୀ ଜଗଦେବ, କବିତା ପଟ୍ଟନାୟକ, ସିଦେ୍ଧଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।