ନାମଫଳକରେ ନାମ ରହିଛି : ହେଲେ ଉପଭୋକ୍ତାଙ୍କୁ ମିଳୁନି କାର୍ଯ୍ୟାଦେଶ!

ମହାକାଳପଡା, (ପ୍ରମୋଦ ବେହେରା): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ଲାଗି ପଂଚାୟତ କାର୍ଯ୍ୟାଳୟରେ ଥିବା ନାମ ଫଳକରେ ନାମ ରହିଥିଲେ ହେଁ ଘର କରିବା ଲାଗି କାର୍ଯ୍ୟାଦେଶ ମିଳୁନାହିଁ । ଓଏନ୍ଏସ୍ କୁ ମିଳିଥିବା ସୂଚନାନୁଯାୟୀ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜୁଣ ଗ୍ରାମର ଦୈତାରୀ ମଳିକ ଜଣେ ଦିନ ମଜୁରିଆ । ଘର ଖଣ୍ଡେ କରିବାଲାଗି ସେ ଅନେକ ଦିନ ହେବ ବାରମ୍ବାର ବ୍ଲକ୍ ଅଫିସ୍ ଦୌଡୁଥିଲେ ବି କୌଣସି ସୁଫଳ ମିଳୁନାହିଁ । ହେଲେ ଉକ୍ତ ପଂଚାୟତରେ ଦିର୍ଘଦିନ ଧରି ଲାଗିଥିବା ଉକ୍ତ ଯୋଜନାର ଗ୍ରାମୀଣ ଯୋଗ୍ୟ ହିତାଧିକାରୀଙ୍କ ନାମ ଫଳକ ତାଲିକାରେ ଦୈତାରୀଙ୍କ ନାମ ରହିଥିଲେ ବି କାର୍ଯ୍ୟାଦେଶ ମିଳୁନାହିଁ । ଏଥିପାଇଁ ସେ ଆବଶ୍ୟକ ସମସ୍ତ କାଗଜପତ୍ର ଏକବର୍ଷ ପୂର୍ବେ ଏବଂ କାର୍ଯ୍ୟାଦେଶ ଲାଗି ତା.୦୧-୦୬-୨୦୧୮ରିଖରେ ବ୍ଲକ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ତେବେ ଦୀର୍ଘ ଦିନ ଧରି ପଡିରହିଥିବା ଉକ୍ତ କାର୍ଯ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ ହୋଇପଡିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published.