ଫଳ ଓ ଶଙ୍କର ଜାତୀୟ ପନିପରିବା ଚାଷ ପ୍ରଶିକ୍ଷଣ ଶିବିର
ମାଲକାନଗିରି, (ଆଇଏନ୍ଏସ୍): ମାଲକାନଗିରି ଏସ୍ଏଲ୍ଏନ୍ଡ଼ିଏସ୍ ସମ୍ମିଳନୀ କକ୍ଷରେ ଏକ ଏକଦିବସୀୟ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ଭାସ୍କର ବେହେରାଙ୍କ ଅଧ୍ୟକ୍ଷରେ ଆୟୋଜିତ ଶିବିରରେ ପିଡ଼ି ଡ଼ିଆରଡ଼ିଏ ଲିଙ୍ଗରାଜ ପଣ୍ଡା, ନାବାର୍ଡ଼ ଡ଼ିଡ଼ିଏମ୍ ସୁବାଷ ମଙ୍ଗରାଜ, କେବିକେ ଅଧ୍ୟକ୍ଷ ଡ଼ ସମୀର ଦାସ, ଉଦ୍ୟାନ ବିଭାଗ ଉପନିଦେ୍ର୍ଦଶକ ଡ଼ମ୍ବରୁଧର ରାଓ, କୃଷି ବିଜ୍ଞାନ କେନ୍ଦ୍ରର ବିରିଷ୍ଠ ବୈଜ୍ଞାନିକ ନିଗମାନନ୍ଦ ବେହେରା, ରାଜ୍ୟ ନର୍ସରୀ ସଂଘ ସଭାପତି ରବିନ୍ଦ୍ର ଜେନା, ଡିଆରଡ଼ିଏର ଦିବ୍ୟାପଟ୍ଟନାୟକ, ଅଧ୍ୟାପକ ରଞ୍ଜନ ସ୍ୱାଇଁ, ନୀତି ଆୟୋଗର କର୍ମକର୍ତା ପ୍ରମୁଖ ଯୋଗଦାନ କରି ବାଡ଼ି ପ୍ରକଳ୍ପରେ ଅନ୍ତଫସଲ ଭାବେ ଉନ୍ନତ ଶଙ୍କର ଜାତୀୟ ପନିପରିବା, ଡ଼ାଲିଜାତୀୟ ଫସଲ ବିହନବିଷୋଧନ, ରୋଗ ପୋକ ନିୟନ୍ତ୍ରଣ, ଜଳସେଚନ ଉପରେ ଥିବା ସରକାରୀ ଯୋଜନା ଉପରେ ବୁଝାଇଥିଲେ । ଏଥିରେ ଶଖ୍ପାଲୀ, ଶିଙ୍ଗରାଜଖୁଂଟା, ପାଲକୋଣ୍ଡା ଗ୍ରାମର ଶତାଧିକ ଚାଷୀ ଯୋଗଦେଇଥିଲେ । ପରିଶେଷରେ ଆମ ଜିଲ୍ଲାରେ ଭିତିଭୂମି ଥିଷଲ ମଧ୍ୟ ଆମେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛୁ ବୋଲି କହି ଦିବାକର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।