ସଚିବାଳୟରେ ନୂଆରୂପ!

ଭୁବନେଶ୍ୱର, (ଆଇଏନ୍ଏସ୍): ସାଧାରଣ ଭାବେ ଦେଖବାକୁ ଗଲେ ନଭେମ୍ବର ମାସରୁ କାମ ସିଜିନ ଆରମ୍ଭ ହୁଏ । ଏବେ ସଚିବାଳୟରେ ନୂଆ କାମ ଚାଲିଛି । ଯାହାଫଳରେ ଭଙ୍ଗାଭଙ୍ଗି ଚାଊିଛି । ସଚିବାଳୟକୁ ନୂଆରୂପ ଦେବା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । କିନ୍ତୁ ନୂଆ ରୂପ ଦେବା ସମୟରେ ସଚିବାଳୟକୁ ଏକ ମାର୍କେଟ କଂପ୍ଳେକ୍ସ କରିବାକୁ ଅପଚେଷ୍ଟା ଚାଲିଛି । ଏ ବିଷୟରେ ଆମେ ବାରମ୍ବାର ଲେଖିଛୁ । ସଚିବାଳୟ ହେଉଛି ସରକାର । ଏଠାରେ ଏତେ ଚା ଦୋକାନ କାହିଁକି? ଏହା କଣ ଛକ ଜାଗା ଯେ ଲୋକମାନେ ଏକାଠି ହୋଇ ଚା ପିଇବେ? ତାଛଡା ଓମଫେଡକୁ ଏକ ଚା’ ଦୋକାନ କରିବାକୁ ଜାଗା ଦିଆଯାଇଛି । ଆଉ ଏକ ସଂସ୍ଥାକୁ ମଧ୍ୟ ଦିଆଯାଇଛି । ବିଭିନ୍ନ ବିଭାଗୀୟ କ୍ୟାଂଟିନ ରହିଛି । ତା ସତ୍ୱେ ଅନେକ ଚା ଦୋକାନ କରିବାକୁ ଅନୁମତି କଣ ପାଇଁ ଦିଆଯାଇଛି! ଏମିତି ଦେଖିବାକୁ ଗଲେ ଅଫିସରମାନଙ୍କ ପାଇଁ ଚା’ଗେଷ୍ଟ ହାଉସ ଷ୍ଟଲରୁ ଆସେ । ସାଧାରଣ ବର୍ଗର କର୍ମଚାରୀଙ୍କ ପାଇଁ ବିଭାଗୀୟ କ୍ୟାଂଟିନ ରହିଛି । ପୁଣି କଣ ପାଇଁ ଚା’ ପାନ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଛି । ସଚିବାଳୟର ସୁରକ୍ଷା ନାମରେ ଆଗନ୍ତୁକମାନଙ୍କ ପାସ ବ୍ୟବସ୍ଥାକୁ ଅତି କଡାକଡି କରଯାଉଥିଲା ବେଳେ ଚା ଦୋକାନ କରିବାକୁ କିପରି ସଚିବାଳୟ ସୁରକ୍ଷା ଅଧିକାରୀ ଅନୁମତି ଦେଉଛନ୍ତି?
ଆଶ୍ଚର୍ଯ୍ୟର କଥ ହେଉଛି, ସଚିବାଳୟରେ ଏବେ ତିନୋଟି ବ୍ୟାଙ୍କ, ଓମଫେଡ ଚା’ଦୋକାନ, ସମବାୟ ଦୋକାନ, ଖଦୀ ଓ ଗ୍ରାମୋଦ୍ୟୋଗର ଦୋକାନ, ଅନେକଗୁଡିଏ ବିଭାଗୀୟ କ୍ୟାଂଟିନ ଓ ସାଧାରଣ ଲୋକଙ୍କୁ ଚା ଦୋକାନ କରିବାକୁ ଅନୁମତି ଦଆଯାଇଛି । ଅନେକ ଲୋକ କହନ୍ତି, ଭୁବନେଶ୍ୱରର ଅନେକ ଛକରେ ମଧ୍ୟ ଏତେଗୁଡିଏ ଦୋକାନ ନାହିଁ । ଏହାଛଡା ସଚିବାଳୟ ଭିତରେ ତିନୋଟି ଏଟିଏମ ରହିଛି । ଏଣୁ ସଚିବାଳୟ ସୁରକ୍ଷା ଦାଇତ୍ୱରେ ଥିବା ଅଧିକାରୀମାନେ ଚିନ୍ତା କରିବା ଦରକାର । ଏ ବିଷୟରେ ପରବର୍ତୀ ସଂଖ୍ୟାରେ ବିଶେଷ ବିବରଣୀ ପ୍ରକାଶ ପାଇବ ।

Leave a Reply

Your email address will not be published.