ସୂଚନା ଅଧିକାର ଆଇନର ବାସ୍ତବତା, ଲକ୍ଷ ଠାରୁ ବହୁଦୂରରେ
ବାଲେଶ୍ୱର, (ଆଇ.ଏନ୍.ଏସ୍): ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଗଲା । ଏହିବର୍ଷ ଜୁଲାଇ ୧୫ ତାରିଖରେ ଏହି ଆଇନ୍ ପାର୍ଲ୍ୟାମେଂଟରେ ପାସ୍ ହୋଇ ଅକ୍ଟୋବର ୧୨ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ଗଣତନ୍ତ୍ରରେ ସାଧାରଣ ଜନତା ପ୍ରକୃତ ଶାସକ ହୋଇଥିବାରୁ ଦେଶର ପ୍ରତ୍ୟେକ ନାଗରିକ ସରକାର ଓ ସରକାରୀ କାର୍ଯ୍ୟାଳୟର ତଥ୍ୟ ସମ୍ପର୍କରେ ଜାଣିବାର ଅଧିକାର ରହିଛି । ଜନତାଙ୍କର ଏହି ଅଧିକାରକୁ କାର୍ଯ୍ୟକାରୀ କରିବା ଲକ୍ଷରେ ଏହି ଆଇନ ପ୍ରଣୟନ କରାଯାଇଥିଲା । ଏହା ପୂର୍ବରୁ ଜନତାଙ୍କର ଏହି ଅଧିକାରକୁ ‘ଅଫିସିଆଲ ସିକ୍ରେଟ୍ ଆକ୍ଟ’ ଦ୍ୱାରା ଛିନ୍ନ କରାଯାଇଥିଲା, ଯାହା ୧୯୨୩ ମସିହାରେ ବ୍ରିଟିସ୍ ସରକାର ନିଜର ସୁରକ୍ଷା ପାଇଁ ଏହି ଆଇନ ପ୍ରଣୟନ କରିଥିଲେ । ଭାରତ ସ୍ୱାଧୀନ ହେବାର ୫୮ବର୍ଷ ପର୍ଯ୍ୟନ୍ତ ବ୍ରିଟିସ ସରକାର ଦ୍ୱାରା ପ୍ରଣୟନ କରାଯାଇଥିବା ଏହି ‘ଅଫିସିଆଲ ସିକ୍ରେଟ୍ ଆକ୍ଟ’ପ୍ରଚଳିତ ଥିବାବେଳେ ୨୦୦୫ରେ ସୂଚନାଅଧିକାର ଆଇନର ପ୍ରଣୟନ ହେବାପରେ ସ୍ୱାଧୀନ ଭାରତର ସରକାରୀ କାର୍ଯ୍ୟାଳୟରେ ବ୍ରିଟିସ୍ରାଜର ଅବସାନ ଘଟିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଯାହା ଦେଖିବାକୁ ମିଳେ ଆଇନର ଲକ୍ଷ ଓ ବାସ୍ତବ ଚିତ୍ର ମଧ୍ୟରେ ଆକାଶ ପାତାଳ ତଫାତ୍ । ସତେ ଯେମିତି ନଈର ଦୁଇ କୂଳ ସଦୃଶ, ଯାହା କେବେ ମିଶି ପାରିନାହାନ୍ତି କିମ୍ବା ମିଶିପାରିବେ ନାହିଁ ।
ସୂଚନା ଅଧିକାର ଆଇନ-୨୦୦୫ ଅନୁସାରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜଣେ ଜନସୂଚନା ଅଧିକାରୀ (ଚଙ୍କଭକ୍ଷସମ ଓଦ୍ଭଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ ଙଲଲସମରକ୍ସ), ଜଣେ ସହକାରୀ ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତୃପକ୍ଷ ରହିବେ । ଏହାଦ୍ୱାରା ଲୋକମାନେ ନିକଟରେ ଓ ସହଜରେ ଆବଶ୍ୟକ କରୁଥିବା ତଥ୍ୟ ପାଇପାରିବେ । କିନ୍ତୁ ଆଇନକୁ ବେଖାତିରକରି ଅନେକ କାର୍ଯ୍ୟାଳୟ ଉପରୋକ୍ତ ଅଧିକାରୀଙ୍କୁ ନିଯୁକ୍ତି ନଦେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ପିଆଇଓ, ପ୍ରଥମ ଅପିଲ କର୍ତୃପକ୍ଷ ତାଙ୍କ କାର୍ଯ୍ୟାଳୟର ପିଆଇଓ/ପ୍ରଥମ ଅପିଲ କର୍ତୃପକ୍ଷ ବୋଲି କେବଳ କହୁ ନାହାନ୍ତି କାର୍ଯ୍ୟରେ ମଧ୍ୟ କେତେକ କାର୍ଯ୍ୟାଳୟ ପ୍ରମାଣିତ କରିଛନ୍ତି । ସୋର ପୋ÷ରପାଳିକା ମଧ୍ୟରେ ଥିବା ‘ଅଡ଼ଙ୍ଗ ସେବା ସମବାୟ ସମିତି’କୁ ସୂଚନା ଅଧିକାର ଆଇନରେ ତଥ୍ୟ ପାଇଁ ତା.୦୬.୧୦.୧୮ରିଖରେ ଡାକଦ୍ୱାରା ପଠାଯାଇଥିବା ଆବେଦନ ଫର୍ମକୁ ଫେରାଇ ଦେଇଥିବା ଜାଣିବାକୁ ମିଳିଛି । ସେହିପରି ପୂର୍ବରୁ ସୋରରେ ଥିବା ପୂର୍ତ ବିଭାଗ କାର୍ଯ୍ୟାଳୟରେ ମଧ୍ୟ ଏହିଭଳି ତାଙ୍କ କାର୍ଯ୍ୟାଳୟରେ ପିଆଇଓ ନଥିବା କହି ଆବେଦନ ଫର୍ମକୁ ଫେରାଇ ଦେଇଥିଲେ । ତାହାକୁ କେନ୍ଦ୍ର କରି ସୂଚନା କମିସନଙ୍କ ନିକଟରେ ମାମଲାରୁଜୁ କରିଯିବାପରେ ସୂଚନା କମିସନଙ୍କ ନିଦେ୍ର୍ଦଶ ପରେ ଏହି କାର୍ଯ୍ୟାଳୟ ପିଆଇଓ ନିଯୁକ୍ତି କରିଥିଲେ । ଏହାପରେ ମଧ୍ୟ ସୋରର ଥିବା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆରଡବ୍ଲୁ୍ୟଏସଏସ କାର୍ଯ୍ୟାଳୟ ଭଳି ବହୁ କାର୍ଯ୍ୟାଳୟରେ ପିଆଇଓ ନାହାନ୍ତି, ଯାହା ସୂଚନା ଅଧିକାର ଆଇନର ଉଲ୍ଲଙ୍ଘନ କରୁଛି ।
ଏହି ଆଇନ ଅନୁସାରେ ପ୍ରତ୍ୟେକ କାର୍ଯ୍ୟାଳୟରେ କିଏ ପିଆଇଓ, କିଏ ସହକାରୀ ପିଆଇଓ ଏବଂ କିଏ ପ୍ରଥମ ଅପିଲ କର୍ତୃପକ୍ଷ, ଲେଖାଥିବା ସୂଚନାଫଳକ ଲଗାଇବା କଥା । କିନ୍ତୁ ଅଧିକାଂଶ (ପ୍ରାୟ୯୦ ପ୍ରତିଶତରୁ ଅଧିକ) କାର୍ଯ୍ୟାଳୟରେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ । ତେଣୁ ଜଣେ ବ୍ୟକ୍ତି କାର୍ଯ୍ୟାଳୟରେ ପହଂଚିବା ପରେ କିଏ ଏହିସବୁ ପଦବୀରେ ଅଛନ୍ତି ତାହା ଜାଣିବା ପାଇଁ ତାକୁ କାର୍ଯ୍ୟାଳୟରେ ଅନୁସନ୍ଧାନ କରିବାକୁ ପଡ଼ିଥାଏ । ଏହା ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ଆରଟିଆଇ ଆଇନର ମଧ୍ୟ ଉଲ୍ଲଙ୍ଘନ କରୁଛି ।
ଏହାବ୍ୟତୀତ ସରକାରୀ କାର୍ଯ୍ୟାଳୟରୁ ଆରଟିଆଇରେ ତଥ୍ୟ ମିଳିବା କଷ୍ଟକର ବ୍ୟାପାର ହୋଇ ପଡ଼ିଲାଣି । ସରକାରୀ କର୍ମଚାରୀ/ଅଧିକାରୀମାନେ ଆରଟିଆଇରେ ତଥ୍ୟ ଦେବାକୁ ପ୍ରସ୍ତୁତ ନୁହଁନ୍ତି । କାରଣ – କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତି/ବେଆଇନକାର୍ଯ୍ୟ ଏହାଦ୍ୱାରା ପଦାକୁ ଆସିଯିବାର ସମ୍ଭାବନା ଥିବାରୁ ସେମାନେ ତଥ୍ୟ ନଦେବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । (୧) ତଥ୍ୟ ପାଇଁ ଆବଶ୍ୟକ ଦେୟ ଠାରୁ ବହୁପରିମାଣର ଅର୍ଥ ଜମା କରିବା ପାଇଁ ଆବେଦନକାରୀଙ୍କୁ କହିବା । ଏହାର ଏକ ଉଦାହରଣ ହେଲା ସୋର ଡାକ୍ତରଖାନା । ମିଳିଥିବା ସୂଚନା ଅନୁସାରେ ସୋର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୂଚନା ଅଧିକାର ଆଇନ୍ରେ ତା.୨୫.୧୧.୧୬ରିଖରେ ୨ଜଣ ଏବଂ ତା୦୨.୧୨.୧୬ରିଖରେ ଜଣେ ତଥ୍ୟ ପାଇଁ ଆବେଦନକରିଥିବା ବେଳେ ତା.୨୫.୧୧୧୬ରିଖରେ ୨ଜଣ ଆବେଦନ କାରୀଙ୍କ ମଧ୍ୟରୁ ଜଣକୁ ୧ହଜାର ଟଙ୍କା (ଚିଠି ନଂ.- ୮୦୬/ତା.୨୯.୧୧.୨୦୧୬) ଓ ଅନ୍ୟଜଣକୁ ୨ ହଜାର ଟଙ୍କା (ଚିଠି ନଂ.- ୮୦୭/ତା.୨୯.୧୧.୨୦୧୬)ସୋର ୟୁକୋ ବ୍ୟାଙ୍କ ଖାତା ନଂ.-୦୩୭୧୦୨୦୦୦୦୦୧୧୨ରେ ଜମା କରିବାକୁ ଚିଠି ଦ୍ୱାରା ଜଣାଇବା ପରେ ଆବେଦନକାରୀ ଦ୍ୱୟ ତା.୦୫.୧୨.୨୦୧୬ରିଖରେ ଟଙ୍କା ଜମା କରିଥିଲେ । କିନ୍ତୁ ଟଙ୍କା ଜମାକରିବାର ତାରିଖ ଠାରୁ ୨ବର୍ଷ ବିତିବାକୁ ଆଉମାତ୍ର କେଇଦିନ ବାକିଥିବା ବେଳେ ଆଜି ତାରିଖ ସୁଧା ସୋର ଡାକ୍ତରଖାନା ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟ ତଥ୍ୟ ଦେଇନାହିଁ । ଠିକ୍ ସେହିପରି ତା.୦୨.୧୨.୧୬ରିଖରେ ଆବେଦନ କରିଥିବା ଆବେଦନକାରୀଙ୍କୁ ମଧ୍ୟ୧ହଜାର ଟଙ୍କା (ଚିଠି ନଂ.-୫୮୬/ତା.୦୫.୧୨.୨୦୧୬) ୟୁକୋ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାପାଇଁ ମେଡିକାଲ ଅଫିସରଙ୍କ କାର୍ଯ୍ୟାଳୟଚିଠି କରିଥିବାବେଳେ ଏତେପରିମାଣର ଟଙ୍କା ମାଗିଥିବାରୁ ତା.୧୭.୧୨.୧୬ରିଖରେ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ନିକଟରେ ଅପିଲ କରିଥିଲେ । ଅପିଲ କର୍ତୃପକ୍ଷ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଉପରୋକ୍ତ ତିନିଜଣ ଆବେଦନକାରୀ ସୂଚନା କମିସନଙ୍କ ନିକଟରେ ଅପିଲ କରିଛନ୍ତି । ଯାହାର କେସ୍ ନମ୍ବର ଯଥାକ୍ରମେ, ସିସି ନଂ.-୪୯/୧୭, ସିସି ନଂ.-୪୮/୧୭ ଏବଂ ଏସ୍ଏ ନଂ.-୩୧୭/୧୭ ଅଟେ । ସେହିପରି ବାଲେଶ୍ୱର ସିଡିଏମ୍ଓ ଙ୍କ କାର୍ଯ୍ୟାଳୟକୁ ତା.୨୬.୦୯.୧୬ରିଖରେ ଜଣେ ତଥ୍ର ମାଗିଥିବା ବେଳେ ସିଡିଏମଓ କାର୍ଯ୍ୟାଳୟ ତଥ୍ୟ ନଦେବାରୁ ତା.୧୯.୧୧.୧୬ରିଖରେ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ନିକଟରେ ଅପିଲ କରାଯାଇଥିଲା । କିନ୍ତୁ ଉଭୟ ପିଆଇଓ ଏବଂ ଅପିଲ କର୍ତୃପକ୍ଷ ତଥ୍ୟ ନଦେବାରୁ ତା.୧୭.୦୧.୧୭ରିଖରେ ସୂଚନା କମିସନଙ୍କ ନିକଟରେ ଅପିଲ କରାଯାଇଥିଲା, ଯାହାର କେସ୍ ନମ୍ବର ଏସଏ ନଂ.-୬୮/୧୭ । (୨)ସେହିପରି ତଥ୍ୟ ନଦେବା ଲକ୍ଷରେ କେତେକ କାର୍ଯ୍ୟାଳୟ ଆବେଦନକାରୀଙ୍କୁ ତଥ୍ୟପାଇଁ ଟଙ୍କା ଜମା କରିବାକୁ ଚିଠି ନଦେଇ କେବଳ ଅଫିସ୍ ଚିଠି ଫାଇଲରେ ରଖି ଦେଉଛନ୍ତି । ଅପିଲ କଲେ ଚିଠି ଦିଆଯାଇଥିଲା ଟଙ୍କା ଜମା ନକରିବାରୁ ତଥ୍ୟ ଦିଆଯାଇନାହିଁ ବୋଲି ପିଆଇଓ ସଫେଇ ଦେବାର ନଜିର ମଧ୍ୟ ରହିଛି । ଚିଠି ମିଳିନଥିବା ସମ୍ପର୍କରେ ସେମାନଙ୍କର ସଫେଇ ହେଲା ଆରଟିଆଇ ସେକ୍ସନରେ ଟଙ୍କା ନଥିବାରୁ ଅର୍ଡ଼ିନାରି ଡାକରେ ପଠାଯାଇଥିବା କହନ୍ତି ପିଆଇଓ । କାରଣ-ଅର୍ଡ଼ିନାରୀ ଡାକରେ ଚିଠି ପଠାଇବାର କୋ÷ଣସି ପ୍ରମାଣ ରହୁନଥିବାରୁ ଏଭଳି ଚାଲ କରୁଛନ୍ତି କେତେକ ପିଆଇଓ । (୩) ସେହିପରି ଲୋକଙ୍କୁ ହଟ୍ଟହଟ୍ଟା କଲେ ଆଉ କେହି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବେ ନାହିଁ । ତେଣୁ ତଥ୍ୟ ନଦେଇ ଚୁପ୍ ହୋଇ ବସିରହି ଦେଖନ୍ତି ଆବେଦନକାରୀ କଣ କରୁଛି । ଆବେଦନକାରୀ ପ୍ରଥମ ଅପିଲ, ଦ୍ୱିତୀୟ ଅପିଲ କରିବା ମଧ୍ୟରେ ୨/୩ବର୍ଷ ବିତିଯିବ, ସେତେବେଳେ ଦେଖାଯିବ । ଏହାର ଉଦାହରଣ ଭାବେ ସୋର ତହସିଲ କାର୍ଯ୍ୟାଳୟକୁ ନିଆଯାଇପାରେ । ତା.୦୮.୦୮.୧୮ରିଖରେ ଜଣେ ଆବେଦନକାରୀ ସୋର ତହସିଲରେ ତଥ୍ୟପାଇଁ କରିଥିବା ଆବେଦନର ଧାର୍ଯ୍ୟ ସମୟ ୩୦ଦିନ ବିତିଯିବାପରେ ତଥ୍ୟ ନମିଳିବାରୁ ଆବେଦନକାରୀ ତା.୨୨.୦୯.୧୮ରିଖରେ ପ୍ରଥମ ଅପିଲ କର%