‘ଧେନ୍ ତେରଶ୍’ରେ ଅଫର, କେନ୍ଦ୍ରାପଡାରେ ଧନର ବର୍ଷା

କେନ୍ଦ୍ରାପଡ଼ା, (ରିପୋର୍ଟ: ଅନନ୍ତ ଗୋପାଳ ସାହୁ): ପବିତ୍ର ଦୀପାବଳୀ ଅବସରରେ ତଥା କାର୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଦେବତା ଧନ୍ୱନ୍ତରିଙ୍କ ଜନ୍ମ ଦିବସ ହେତୁ ଏହା ‘ଧନ ତ୍ରୟୋଦଶୀ’ ବା ‘ଧନ୍ ତେରଶ୍’ ନାମରେ ପରିଚିତ । ଏହି ଦିନ ମା’ ଲକ୍ଷ୍ମୀ ଓ କୁବେର ଦେବଙ୍କୁ ମଧ୍ୟ ପୂଜା କରାଯାଏ । ସେହେତୁ ‘ଧନ୍ ତେରଶ୍’ ରେ ଲୋକେ ସୁନା, ରୂପା, ବାସନକୁସନ, ତଥା ଯେକୌଣସି ଧାତବ ସାମଗ୍ରୀ କିଣି ଘରକୁ ଆଣିଲେ ସାରା ବର୍ଷ ଶୁଭଫଳ ଏବଂ ଆର୍ଥିକ ସ୍ଥିତିର ଉନ୍ନତି ହେବାର ବିଶ୍ୱାସ ରହିଛି । ତେଣୁ ଏହି ଅବସରରେ ସାରା ଦେଶର ଲୋକେ ସୁନା, ରୂପାର ଅଳଙ୍କାର ବା ଯେକୌଣସି ଧାତବ ପଦାର୍ଥମାନ କିଣିଥାନ୍ତି । ଏହି ଅବସରରେ ଆମ ଦେଶ ଓ ଆମ ରାଜ୍ୟର ବିଭିନ୍ନ ସହରରେ ଗହଣା ବ୍ୟବସାୟୀମାନେ ଅଧିକ ରୁ ଅଧିକ ସୁନା ଓ ରୁପାର ଅଳଙ୍କାର ବ୍ୟବସାୟ କରୁଥିବା ବେଳେ ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ କିଛି କମ୍ ନୁହେଁ । ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ, ଚାନେ୍ଦାଳ, ବାଲିଆ ବାବର ସମେତ ଅନ୍ୟାନ୍ୟ ଗ୍ରାମାଂଚଳ ବଜାର ଗୁଡ଼ିକରେ ମଧ୍ୟ ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫର ଦେଇ ପ୍ରଚୁର ମାତ୍ରାରେ ବ୍ୟବସାୟ କରିଥିଲେ ଗହଣା ଦୋକାନୀମାନେ । ଏହି ସମୟରେ ବିଭିନ୍ନ ଗହଣା ଦୋକାନୀଙ୍କ ପ୍ରଚାର ଗାଡିର ସୁଅ ଦେଖିବାକୁ ମିଳିଥିଲା ସାରା ସହରରେ । ତେଣୁ ଗ୍ରାହାକଙ୍କ ଆକର୍ଷଣକୁ ଦୃଷ୍ଟିରେ ରଖି ସାରା ସହରରେ ବିଭିନ୍ନ ଗହଣା ଦୋକାନୀମାନେ କିଛି ସୁଯୋଗ ବାଢି ଦେଇଥିଲେ ଗ୍ରାହକମାନଙ୍କୁ । କେହି ସୁନା ଉପରେ କିଛି ଟଙ୍କା ଛାଡ଼ କରୁଥିବା ବେଳେ କେହି ଗଢା ମଜୁରୀ ସମ୍ପୂର୍ଣ୍ଣ ଛାଡ ତ ଆଉ କେହି ଚାନ୍ଦି ମୁଦ୍ରା ମାଗଣାରେ ତ ଆଉ କିଏ ଦେଉଥିଲେ ଆକର୍ଷଣୀୟ ଉପହାର ।
ଏଥି ମଧ୍ୟରେ ଦୂର୍ଗାମାଧବ ଜୁଏଲର୍ସ ପକ୍ଷରୁ ଗ୍ରାହକଙ୍କ ନିମନ୍ତେ ୧୦ଗ୍ରାମ୍ ସୁନାଗହଣା ପ୍ରତି ୪୫୦୦ଟଙ୍କା ଛାଡ କରାଯାଇଥିବା ବେଳେ ମୋତି ଜୁଏଲର୍ସ୍ର ୪୧୦୦ଟଙ୍କା, ଅଳଙ୍କାର ଜୁଏଲର୍ସ, ରତ୍ନପ୍ରସାଦ ଜୁଏଲର୍ସ ଓ ନିୟୁ କହ୍ନେୟା ଜୁଏଲର୍ସ ପକ୍ଷରୁ ୪୦୦୦ଟଙ୍କା ରିହାତି କରାଯାଇଥିବା ସ୍ଥଳେ ଦୂର୍ଗା ଜୁଏଲସର୍୍ ପକ୍ଷରୁ ୩୩୦୦ଟଙ୍କା ଛାଡ କରାଯାଇଥିଲା । ସେହିଭଳି କ୍ରିଷ୍ଣା ଜୁଏଲାରୀ ସପ୍ ସୋ-ରୁମ୍ ଓ କ୍ରିଷ୍ଣା ଜୁଏଲାରୀ ୱାର୍କସପ୍, ଶ୍ରୀ ବଳଦେବଜୀଉ ଜୁଏଲାରୀ, ମଣୀ ଜୁଏଲର୍ସ୍, ମଙ୍ଗଳା ଜୁଏଲର୍ସ୍, ଅନ୍ନପୂର୍ଣ୍ଣା ଜୁଏଲର୍ସ, ମର୍ଦ୍ଦରାଜ ଅଳଙ୍କାର, ସ୍ୱର୍ଣ୍ଣଲକ୍ଷ୍ମୀ ଅଳଙ୍କାର ଓ ସୀତା ଜୁଏଲାରୀ ମଧ୍ୟ ୩୦୦୦ଟଙ୍କା ଛାଡ଼ କରିଥିଲେ । ତେବେ ଶିଶୁ ଅନନ୍ତ ଜୁଏଲର୍ସ ଓ ଶ୍ରୀ ଅଳଙ୍କାର ପକ୍ଷରୁ ୯୧୬ ମାର୍କା ସୁନା ୧୦ଗ୍ରାମ୍ ପ୍ରତି ୩୦୦୦ଟଙ୍କା ଛାଡ ହୋଇଥିଲା ବେଳେ ପୂଜାରିଣୀ ଜୁଏଲର୍ସ ପକ୍ଷରୁ ୯୧୬ ମାର୍କା ସୁନା ଗହଣା ୧୦ଗ୍ରାମ ପ୍ରତି ୩୦୦୦ ଟଙ୍କା ରିହାତି ଓ ରୂପା ଗହଣା ଉପରେ ଗଢା ମଜୁରୀ ସମ୍ପୂର୍ଣ୍ଣ ମାଗଣା ରଖାଯାଇଥିଲା । ସେହିପରି ଏସ୍ ଚନ୍ଦ୍ ଜୁଏଲସର୍୍ ପ୍ରତି ୧୦ଗ୍ରାମ୍ ସୁନା ଉପରେ ୨୦୦୦ଟଙ୍କା ଏବଂ ଏସ୍ ଚନ୍ଦ ଅଳଙ୍କାର ପକ୍ଷରରୁ ୨୫୦୦ଟଙ୍କା ଛାଡ କରିଥିବା ବେଳେ ମର୍ଦ୍ଦରାଜ ଜୁଏଲର୍ସ୍ ପକ୍ଷରୁ ୧ଗ୍ରାମ୍ ସୁନା ପ୍ରତି ଗଢାମଜୁରୀ ଉପରେ ୫୦% ଛାଡ କରାଯାଇଥିଲା । ସେହିଭଳି ସକୁନ୍ତଳା ଜୁଏଲସର୍୍ ଦ୍ୱାରା ୨୨୦୦ଟଙ୍କା ଓ ଚନ୍ଦ୍ରିକା ଜୁଏଲସର୍୍ ପକ୍ଷରୁ ୨୫୦୦ଟଙ୍କା ରିହାତି କରାଯାଇଥିଲା । ଏହାଛଡା ମନୋଜ ଜୁଏଲର୍ସ୍ ପକ୍ଷରୁ ୯୧୬ ୧ଗ୍ରା: ସୁନାପ୍ରତି ୨୫୦ଟଙ୍କା ଛାଡ଼ ଓ ୨୨ କ୍ୟାରେଟ୍ ସୁନା ଓ ରୂପା ଗହଣାର ଗଢା ମଜୁରୀ ଫ୍ରୀ କରାଯାଇଥିଲା । ତେବେ ମହାପ୍ରସାଦ ଜୁଏଲାରୀ ପକ୍ଷରୁ ୯୧୬ ସୁନା ୧୦ଗ୍ରାମ୍ ପ୍ରତି ୨୭୯୦୦ ଟଙ୍କା ମୂଲ୍ୟ ରଖା ଯାଇଥିବା ବେଳେ ଶରତ ଜୁଏଲର୍ସ୍ ପକ୍ଷରୁ ୯୧୬ ମାର୍କା ସୁନା ୧୦ଗ୍ରା: ପ୍ରତି ୨୮୦୦୦ଟଙ୍କା ମୂଲ୍ୟ ସହ ୨୨କ୍ୟାରେଟ୍ ସୁନା ପ୍ରତି ୨୬୫୦୦ଟଙ୍କା ଏବଂ ୧୦ଗ୍ରାମ ଚାନ୍ଦିର ମୂଲ୍ୟ ୩୫୦ଟଙ୍କା ରଖାଯାଇଥିଲା । ଏଥି ସହିତ କ୍ରିଷ୍ଣା ଅଳଙ୍କାର ପକ୍ଷରୁ ୨୨ କ୍ୟାରେଟ୍ ୧୦ଗ୍ରା: ସୁନାଗହଣା ପ୍ରତି ୩୦୦୦ଟଙ୍କା ଛାଡ଼ ସହିତ ଏକ ଚାନ୍ଦି କଏନ୍ ଉପହାର ସ୍ୱରୁପ ପ୍ରଦାନ କରାଯାଇଥିବା ବେଳେ କ୍ରିଷ୍ଣାକହ୍ନେୟା ଅଳଙ୍କାର ପକ୍ଷରୁ ବିଆଇଏସ୍ ହଲ୍ମାର୍କା ସୁନା ୧୦ ଗ୍ରାମ ପ୍ରତି ୩୦୦୦ ଟଙ୍କା ଛାଡ କରାଯାଇଥିଲା ।
ତେବେ ଏହି ସୁଯୋଗର ଭରପୁର ଫାଇଦା ଉଠାଇଥିଲେ ଗ୍ରାହକମାନେ । ଏହାଛଡା ବିନା ଅଫରରେ ଥିବା ଅନ୍ୟାନ୍ୟ ଗହଣା ବ୍ୟବସାୟୀଙ୍କର ସେମିତ କିଛିି ଖରାପ ସ୍ଥିତି ନଥିଲା । ନିଜର ଚାହିଦା ବା ନାମାନୁସାରେ ଏମାନେ ମଧ୍ୟ ବାଜିମାତ୍ କରିଥିଲେ ନିଜ ବ୍ୟବସାୟରେ ।

Leave a Reply

Your email address will not be published.