ବିଶ୍ୱ ଦରବାରରେ ଆମେ ଏତେ ପଛରେ ପଡ଼ିଛୁ କାହିଁକି?

ଭୁବନେଶ୍ୱର, (ସୁବାସ ଷଡଙ୍ଗୀଙ୍କ ରିପୋର୍ଟ)ନିକଟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ମାନବ ସମ୍ବଳ ବିକାଶ ସୂଚକାଙ୍କ ରିପୋର୍ଟରେ ଆମେ କେଉଁ ଅବସ୍ଥାରେ ରହିଛୁ ତାର ଚିତ୍ର ପ୍ରକାଶିତ ହୋଇଛି ।ବିଶ୍ୱବ୍ୟାଙ୍କ ପକ୍ଷରୁ ଯେଉଁ ରିପୋର୍ଟ ପ୍ରସ୍ତୁତ ହୋଇଛି, ତାହା ବିଶେଷତଃ ଶିଶୁମାନଙ୍କର ଜୀବିତ ରହିବାର ସମ୍ଭାବନା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଉନ୍ନତି ଭଳି କେତେକ ବିଷୟରେ ୧୫୭ଟି ଦେଶକୁ ନେଇ ଆକଳନ କରାଯାଇଛି । ଯାହା ଆମ ପାଇଁ ଚିନ୍ତାର କାରଣ । ଏହି ରିପୋର୍ଟରେ ଭାରତ ନେପାଳ, ଶ୍ରୀଲଙ୍କା, ମିଅାଁମାର ଏବଂ ବଙ୍ଗଳାଦେଶ ତଳକୁ ରହିଛି । ୧୫୭ ଟି ଦେଶ ଭିତରେ ଆମର ସ୍ଥାନ ହେଉଛି, ୧୧୫ । ସବୁଠାରୁ ଆଗରେ ରହିଛି ସିଙ୍ଗାପୁର ।
ଭାରତ ପକ୍ଷରୁ ଏହି ରିପୋର୍ଟ ନେଇ କ୍ଷୋଭ ପ୍ରକାଶ କରାଯାଇଛି । ଯୁକ୍ତି ଦର୍ଶାଯାଇଛଇ, ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଉଇଛଇ, ସେଥିରେ ଭାରତ ପକ୍ଷରୁ ନିଆଯାଇଥିବା କେତେକ ଭଲ କାର୍ଯ୍ୟକ୍ରମକୁ ସାମିଲ କରାଯାଇ ନାହିଁ । ସେଗୁଡିକ ହେଲା, ଆୟୁଷ୍ମାନ ଭାରତ ଯୋଜନା, ଉଜ୍ଜଳା ଯୋଜନା, ଜନଧନ ଯୋଜନା- ଏମିତ କେତେଗୁଡିଏ ଯୋଜନା କଥା କୁହାଯାଇଛି ।
ବିଶ୍ୱବ୍ୟାଙ୍କ ଯେଉଁ ମାନବ ସମ୍ବଳ ବିକାଶସୂଚୀ ପ୍ରସ୍ତୁତ କରିଛି, ତାହାର କିଛିଟା ସୀମା ରହିଛି । ଯେକୌଣସି କାର୍ଯ୍ୟକ୍ରମକୁ ସାମିଲ କରାଯାଇପାରିବ ନାହିଁ ।ଏହା କେବଳ ରାଜନୈତିକ ଦୃଷ୍ଟିକୋଣରୁ ଠିକ ହୋଇପାରେ ।ଏଠାରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କଥା କୁହାଯାଇପାରେ । ତାଙ୍କର ଯୁକ୍ତି ହେଉଛି, ମାନବ ଉନ୍ନୟନ ସୂଚକାଙ୍କରେ ଉନ୍ନତି ନ ଆଣି ପାରିଲେ ଶତକଡା ୧୦ ଭାଗ ଉନ୍ନୟନ ସମ୍ଭବ ନୁହେଁ । ଆମ ଦେଶରେ ଶିଶୁମୃତ୍ୟୁହାର କମୁଛି । ଏଥିରେ କୌଣସି ସନେ୍ଦହ ନାହିଁ ।୧୯୯୦ରେ ଆମ ଦେଶରେ ଶିଶୁ ମୃତ୍ୟୁହାର ଥିଲା, ପ୍ରତି ଏକ ହଜାର ଶିଶୁରେ ୧୨୯ । ୨୦୦୫ ବେଳକୁ ଏହା ଖସିଆସି ୫୮ ରେ ପହଂଚିଲା ।୨୦୧୭ ବେଳକୁ ଏହାର ସ୍ଥତି ହେଉଛି, ପ୍ରତି ଏକ ହଜାର ଶିଶୁରେ ମରୁଛନ୍ତି ମାତ୍ର ୩୯ । ଏହା ଯଥେଷ୍ଟ ନୁହେଁ । କାରଣ ଏହା ଭିତରେ ବିଶ୍ୱ ସୂଚୀରେ ଆମେ ଠିକ ଜାଗାରେ ପହଂଚିପାରି ନାହୁଁ । ଆମର ସ୍ଥାନ ହେଉଛି, ୧୮ ।
କୁପୋଷଣ ହେଉଛି, ଆମର ସବୁଠାରୁ ବଡ ସମସ୍ୟା ।ଯେପର୍ଯ୍ୟନ୍ତ ଆମେ ଏହି ସମସ୍ୟାରୁ ମୁକୁଳି ପାରିନେ ସେ ପର୍ଯ୍ୟନ୍ତ, ଆମର ଉନ୍ନୟନ ିଂକଭାବେ ହୋଇପାରିବ ନାହିଁ । କୁପୋଷଣ ଯୋଗୁ ଆମର ଶିଶୁମାନଙ୍କର ଉଚତା ଠିକଭାବେ ବଢି ପାରୁ ନଥିଲା । ୨୦୦୬ ମସିହାର ହିସାବରୁ ଜଣାଯାଇଛି, ଆମ ଦେଶରେ କମ ଉଚତା ର ପିଲାଙ୍କ ସଂଖ୍ୟା ୍ରତି ହଜାରରେ ୪୮ ଥିଲା । ୨୦୧୬ ମସିହା ବେଳକୁ ଏହା କମି ୩୮ ରେ ପହଂଚିଛି । ଯାହା କେବେହେଲେ ଠିକ ନୁହେଁ । ଏହାକୁ କମାଇବାକୁ ପଡିବ ।
ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏକ ଲୋକପ୍ରିୟ ସରକାରର ପ୍ରଥମ କାମ । ମାତ୍ର ଭାରତରେ ସ୍ôାସ୍ଥ୍ୟସେବାରେ କେତେ ଖର୍ଚ ହୁଏ ଜାଣନ୍ତି? ଜିଡିପିର ମାତ୍ର ୧.୧୫ଅଂଶ । କେତେ କମ ଖର୍ଚ ଆମେ କରୁଛୁ ତାହା ସହଜରେ ଅନୁମେୟ । ଏହାକୁ ବଢାଇବାକୁ ହେବ । ନହେଲେ ସାମଗ୍ରିକ ବିକାଶ ସୂଚୀ ବଢି ପାରିବ ନାହିଁ । ଆମେ ଯେତେ ଉନ୍ନତ ଓ ବିକାଶର କଥା କହିଲେ ମଧ୍ୟ ବିଶ୍ୱ ଦରବାରରେ ଆମେ କେତେ ତଳେ ରହିଛୁ ତାହା ସହଜରେ ଅନୁମେୟ ।

Leave a Reply

Your email address will not be published.