ଆମ୍ବେଦକର ବିକାଶ ପରିଷଦ ପକ୍ଷରୁ ଚୁଡାକଳ ଛକରେ ଦଳିତ ସମାବେଶ

ବରୀ/ଯାଜପୁର, (ଆଇଏନ୍ଏସ୍): ଦଳିତ ମାନକୁଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଓ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଇବା ଆଭିମୁଖ୍ଯରେ ବରୀ ବ୍ଲକ ଆମ୍ବେଦକର ବିକାଶ ପରିଷଦ ପକ୍ଷରୁ 23ନଂ ଜୋନ୍ ସ୍ତରୀୟ ସମାବେଶ ଆଜି ବରୀ -ବରୁଆଁ ର ଚୁଡାକଳ ଛକରେ ଅନୁଷ୍ଠିତ ହୋଇଯାଇଛି। 
ଅନୁଷ୍ଠାନର ସଭାପତି ଦୁର୍ଯ୍ୟୋଧନ ଦଳାଇ, ରବିଦ୍ରଂ ମଲିକ, ,ସଂପାଦକ ଦୁଷ୍ମନ୍ତ ସେଠୀ , ସଂଯୋଜକ ଅଭିମନ୍ୟୁ ମଲିକ , ଶିକ୍ଷକ ଜଳଧର ମଲିକ କଂ ସମେତ ଭଅଁରା ପଂଚାୟତ ର ପ୍ରାକ୍ତନ ସମିତିସଭ୍ଯ, ସମାଜସେବୀ ପ୍ରଶାନ୍ତ ଦାସ କଂ ସମେତ ବହୁ ପ୍ରତିନିଧି ଯୋଗ ଦେଇ ଦଳିତ କଂ ସମସ୍ୟା ଉପରେ ଆଲୋକପାତ କରିଥିଲେ। 
ଦଳିତ ମାନକୁଂ ସଶକ୍ତ କରିବା , ସହାୟତା ଯୋଗାଇ ଦେବା ସହ ସମ୍ବିଧାନ ର ସୁରକ୍ଷା ନିମନ୍ତେ ପ୍ରୟାସ ଜାରି ରଖିବା
ଏପରିକି ଆଗାମୀ ଦିନରେ ଦଳିତ ସମାଜ ଅଧିକାର ସଚେତନତା ପାଇଁ କାର୍ଯକ୍ରମ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ସୁଚନା ମିଳିଛି। 
ପ୍ରକାଶ ଥାଉକି ଆଜିର ସମାବେଶରେ ଦୁଇ ଶହରୁ ଅଧିକ ପ୍ରତିନିଧି ଯୋଗ ଦେଇଥିବା ଜଣାପଡିଛି। (ସୁରେଶ କର)

Leave a Reply

Your email address will not be published.