ମହାନଦୀ ପୋଲ ଉପରୁ ଖସିଲା ବସ୍: ୧୨ ମୃତ ଓ ୩୦ରୁ ଅଧିକ ଆହତ!
କଟକ, (ଆଇଏନ୍ଏସ୍): କଟକ ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ପୋଲ ଉପରୁ ଆଜି ସନ୍ଧ୍ୟା ପ୍ରାୟ ୬.୩୦ସମୟରେ ଢେଙ୍କାନାଳରୁ କଟକ ଆସୁଥିବା ଏକ ଯାତ୍ରୀବାହୀ ବସ୍ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଛି । ଉକ୍ତ ସ୍ଥାନରେ ବସଟି ଗୋଟିଏ ମଇଁଷିକୁ ଧକ୍କା ଦେଇଥିଲା ଓ ଭାରସାମ୍ୟ ହରାଇ ପୋଲର ଗ୍ରୀଲରେ ମାଡ଼ ହୋଇ ତଳକୁ ଖସି ପଡ଼ିଥିଲା । ନଦୀରେ ପାଣି ନଥିଲେ ମଧ୍ୟ ୧୨ ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୩୦ ରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ଅନ୍ଧାର ହୋଇଥିବା ଯୋଗୁ ଯଦିଓ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା, ତଥାପି କମିସନରେଟ୍ ପୋଲିସ୍, ଅଗ୍ନିଶମ, ଓଡ଼୍ରାଫ ଟିମ ତଥା ବିଭିନ୍ନ ସେଛାସେବୀ ସଂସ୍ଥା ଘଟଣା ସ୍ଥଳରେ ପହଂଚି ଯଥାଶୀଘ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଓ ଉଦ୍ଧାର କାର୍ଯ୍ୟ ଶେଷ କରିଥିଲେ ।