ଇନ୍ଦ୍ରାବତି ନଦୀ ବନ୍ଧ ଯୋଜନାର ଫଳ!
ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଖ୍ୟାତ ଲେଖକ ତଥା ଇନ୍ଦ୍ରାବତି ଜଳ ସେଚନ ଯୋଜନାର ପୂର୍ବତନ ମୂଖ୍ୟଯନ୍ତ୍ରୀ ଇଂଜିନିୟର ଦାଶରଥି ନନ୍ଦ ଇନ୍ଦ୍ରାବତି ଜଳ ଯୋଜନା ସଂମ୍ବନ୍ଧରେ ‘ଗଢିବାର ସ୍ୱପ୍ନ’ନାମରେ ଏକ ଉପନ୍ୟାସ ରଚନା କରିଛନ୍ତି । ତାହା ହେଉଛି, ଓଡ଼ିଆ ଭାଷା ସାହିତ୍ୟର ପ୍ରଥମ ବୈଷୟିକ ଜ୍ଞାନ ସଂପନ୍ନ ଉପନ୍ୟାସ । ଉଚ୍ଚ ପାହାଡ ଓ ମ୍ୟାଲେରିଆ ପ୍ରବଣ ଘନ ଜଙ୍ଗଲରେ ନିଜ ଜୀବନକୁ ପାଣି ଛଡାଇ କେତେକ ନିସ୍ୱାର୍ଥପର ବ୍ୟକ୍ତିଙ୍କର ପରିଶ୍ରମରେ ରୂପ ନେଇଥିଲା ଏସିଆର ସର୍ବ ବୃହତ ଜଳ ବିନ୍ଦୁତ୍ ଯୋଜନା ଇନ୍ଦ୍ରାବତି ।
ଇନ୍ଦ୍ରାବତି ନଦୀର ଜନ୍ମ ବିଷୟରେ ଶ୍ରୀଯୁକ୍ତ ନନ୍ଦ ସେ ଅଂଚଳର ଏକ ଲୋକ ପ୍ରିୟ କିମ୍ବଦନ୍ତିକୁ ଉପସ୍ଥାପନା କରିଛନ୍ତି । ୩୦୦୦ଫୁଟ ଉଚ୍ଚରେ ଥିବା ପାହାଡ ମେଖଳା ମଧ୍ୟରେ ଓଡ଼ିଶାର କାଶ୍ମିର ସ୍ୱରୁପ ଇନ୍ଦା୍ରବତି ନଦୀର ଜନ୍ମ ସ୍ଥଳି ଥୁଆମୁଳ ରାମପୁରରେ ଭରି ରହିଥିଲା ଅସଂଖ୍ୟ ଚନ୍ଦନ ଓ ଚମ୍ପା ଗଛ । ସବୁଆଡେ ସୁବାସ ମହକି ଉଠୁଥିଲା । ସେହି ମହକରେ ଆକୃଷ୍ଟ ହୋଇ ସ୍ୱର୍ଗର ଇନ୍ଦ୍ର ଇଂନ୍ଦ୍ରାଣି ମର୍ତ୍ୟକୁ ଓହ୍ଲାଇ ସେଠାରେ ବେସ୍ କିଛି ଦିନ ବିହାର କରିବାକୁ ଲାଗିଲେ । ସ୍ଥାନିୟ ଆଦିବାସୀ ମାନେ ସେମାନଙ୍କ ପାଇଁ ମାଟି ଝାଟିର ସୁନ୍ଦର ଘରଟିଏ ତିଆରି କରିଦେଲେ । ପାହାଡ ତଳେ ରହିଥିଲା ଆଉ ଗୋଟେ ଉପତ୍ୟକା । ଥରେ ଇନ୍ଦ୍ର ବୁଲୁ ବୁଲୁ ସେହି ଉପତ୍ୟକାରେ ପହଂଚିଲେ । ଉପତ୍ୟକାରେ ବସିଥିଲା ଫୁଲର ହାଟ । ଉଡି ବୁଲୁଥିଲେ ଅସଂଖ୍ୟ ପକ୍ଷୀ ଓ ପ୍ରଜାପତି । ସେମାନଙ୍କ ସହିତ ଘୁରି ବୁଲୁଥିଲା ଜଣେ ଅସାମାନ୍ୟ ସୁନ୍ଦରି ନାରି ଟିଏ । ନାମ ତାର ଉଦନ୍ତି । ତାର ସୈାନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଇନ୍ଦ୍ର ତାକୁ ପ୍ରେମ ନିବେଦନ କଲେ । ପ୍ରେମିକ ପ୍ରେମିକା ହୋଇ ଫୁଲ ବଗିଚାରେ ଘୁରି ବୁଲିଲେ । ଭୁଲି ଗଲେ ଇନ୍ଦ୍ରାଣିର କଥା । କଟିଗଲା ଅନେକ ଦିନ ।
ଏଣେ ଇନ୍ଦ୍ର ଦେବତାଙ୍କ ବାଟ ଚାହିଁ ଚାହିଁ ଇନ୍ଦ୍ରାଣୀ ଆଖିରେ ଲୁହ ଝରାଇଲେ । ଆଦିବାସୀ ଲୋକମାନେ ଧାଇଁ ଯାଇ ଇନ୍ଦ୍ରଙ୍କ ର ଖବର ଆଣିଲେ । ସବୁ ଜାଣି ଇନ୍ଦ୍ରାଣୀ ଦୁଃଖରେ ଭାଙ୍ଗି ପଡିଲେ । ନଖାଇ ନପିଇ ବସି କାନ୍ଦିଲେ । ଆଦିବାସୀ ଲୋକମାନେ ତାଙ୍କୁ ଜଗି ବସିଲେ । ବଣରୁ ଫଳ ମୂଳ ଆଣି ଖାଇବାକୁ ଦେଲେ । ଶେଷରେ ଦିନେ ଇନ୍ଦ୍ରାଣୀ ଅଭିଷାପ ଦେଲେ ଯେ,, ଇନ୍ଦ୍ର ଓ ଉଦନ୍ତି ବିହାର କରୁଥିବା ସୁନ୍ଦର ଉପତ୍ୟକାରେ ମରୁଭୁମିର ବିଭିଷିକା ସୃଷ୍ଟି ହେବ । ବର୍ଷା ହେବ ନାହିଁ । ଇନ୍ଦ୍ର ଓ ଉଦନ୍ତି ହୋଇଯିବେ ଦୁଇଟି ସୁଖା ନଈ । ପରସ୍ପର ବିପରିତ ଦିଗରେ ଗତି କରିବେ । କେବେ ମିଶି ପାରିବେ ନାହିଁ । ସତ ହେଉକି ମିଛ ହେଉ କଳାହାଣ୍ଡି ହୋଇଗଲା ଚିର ଦୃର୍ଭିକ୍ଷ ପ୍ରପିଡିତ । ଏହାର ଅନାହାର କାହାଣି ବିଶ୍ୱରେ ସଂଚରି ଗଲା । ଇନ୍ଦ୍ର ଓ ଉଦନ୍ତି ନଈ ଦୁଇଟି ବିପରିତ ଦିଗରେ ବହି ଚାଲିଲେ । ଏଣେ ଇନ୍ଦ୍ରାଣି ମଧ୍ୟ ଇନ୍ଦ୍ରାବତି ନଈ ହୋଇ ବହିଗଲେ, ଅନ୍ୟ ଦିଗକୁ ମୁହଁ କରି । ବର୍ଷ ସାରା ଇନ୍ଦ୍ରାବତୀରେ ଭରି ରହିଲା ଅମାପ ଜଳ । ତଟରେ ହସି ଉଠିଲା ଜାତି ଜାତିକା ଫସଲ । ଇନ୍ଦ୍ରାଣିଙ୍କ ଆର୍ଶିବାଦରେ ଇନ୍ଦ୍ରାବତୀ କୂଳର ଲୋକମାନେ କେବେ ବି ଶସ୍ୟ ହାନି ଓ ମରୁଡିର ସମ୍ମୁଖିନ ହେଲେ ନାହିଁ ।
ଇନ୍ଦ୍ରାବତୀ ନଦୀ ହେଉଛି ଦକ୍ଷିଣ ଭାରତର ଗଙ୍ଗା ନାମରେ ପରିଚିତ ଗୋଦାବରୀର ମୁଖ୍ୟ ଉପନଦୀ । ପୂର୍ବଘାଟ ପର୍ବତ ଶ୍ରେଣୀର ପଶ୍ଚିମ ପାଶ୍ୱର୍ରୁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ମାଦ୍ରିଗୁଡା ନାମକ ଗ୍ରାମ ନିକଟରେ ତିନୋଟି ଚିର ସ୍ରୋତା ଜଳଧାରା ମିଶି ଏହି ନଦୀ ଜନ୍ମ ନେଇଛି । ସେହି ସ୍ଥାନଟି ସମୁନ୍ଦ୍ର ପତନରୁ ପ୍ରାୟ ୯୨୦ ମିଟର ଉଚ୍ଚ । ଉପ୍ତତି ସ୍ଥଳରୁ ଏହା କଳାହାଣ୍ଡି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଓ ବସ୍ତର ଜିଲ୍ଲା ଅତିକ୍ରମ କରି ପ୍ରାୟ ୫୩୫ କି.ମି ବହିବା ପରେ ଛତିସଗଡ, ତେଲଙ୍ଗାନା ଓ ମହାରାଷ୍ଟ୍ର ରାଜ୍ୟର ମିଳନ ସ୍ଥଳ ଭଦ୍ରକାଳି ଠାରେ ଗୋଦାବରୀ ନଦୀରେ ମିଶିଛି । ସଂଗମ ସ୍ଥାନରେ ସମୁନ୍ଦ୍ର ପତନର ଉଚ୍ଚତା ମାତ୍ର ୮୨ ମିଟର । ଏହାର ସମୁଦାୟ ଅବବାହିକାର କ୍ଷେତ୍ରଫଳ ପ୍ରାୟ ୪୨୦୦୦ ବର୍ଗ କି.ମି. । ଏହି ନଦୀ ନବରଙ୍ଗରପୁର ଓ ବସ୍ତର ଜିଲ୍ଲାର ଜୀବନ ରେଖାରୂପେ ବହି ଯାଉଛି । ଜଅଁରା ନାଳ ଦ୍ୱାରା ଏହା ଗୋଦାବରୀର ଅନ୍ୟ ଏକ ଉପନଦୀ ସାବେରୀ ନଦୀ ସହ ସଂଜୁକ୍ତ ହୋଇଛି । ଇନ୍ଦ୍ରାବତୀର ମୁଖ୍ୟ ଉପନଦୀ ଗୁଡିକ ହେଲା ଭାସ୍କେଲ, ନାରଙ୍ଗି, ପୋଡାଗଡ, ମୁରାନ୍, ବାନ୍ଦିଆ, ବୋଡିଙ୍ଗ ଓ ତୁରି ।
ଇନ୍ଦ୍ରାବତୀ ନଦୀରେ ପ୍ରବାହିତ ଜଳକୁ କାମରେ ଲଗାଇବା ପାଇଁ ଅନେକ ଗୁଡିଏ ଯୋଜନାର ପରିକଳ୍ପନା କରାଯାଇଥିଲା । ସେଗୁଡିକ ମଧ୍ୟରୁ ଓଡ଼ିଶାର ଅପର ଇନ୍ଦ୍ରାବତୀ ପ୍ରୋଜେକ୍ଟ ସଂପୂର୍ଣ୍ଣ ହୋଇ ପାରିଛି । ଏହି ବୃହତ୍ ଜଳ ସେଚନ ଯୋଜନା ୧୯୭୮ ମସିହାରେ ତକ୍ରାଳିନ ପ୍ରଧାନ ମନ୍ତ୍ରୀ ମୋରାଜି ଦେଶାଇଙ୍କ ଦ୍ୱାରା ଶୁଭ ଦିଆ ଯାଇଥିଲା ଓ ୨୦୦୧ ମସିହାରେ ଏହା ସଂପୂର୍ଣ୍ଣ ହେଲା । ଏହି ଯୋଜନା ଦ୍ୱାରା ନବରଙ୍ଗପୁର ଠାରୁ ୪୩ କ.ିମି ଦୁର ଦେଓପାଲି ଠାରେ ନଦୀ ଶଯ୍ୟାରେ ୪୫ ମି. ଉଚ୍ଚର ଗ୍ରାଭିଟି ମେସିନାରି ଡ୍ୟାମ ତିଆରି କରା ହୋଇଛି । ଏଠାରେ ବନ୍ଧର ଲମ୍ବ ୫୩୯ମି. ।୧୨ଟି ସ୍ୱୁଇସ୍ ଗେଟ୍ ଦ୍ୱାରା ଜଳ ଭଣ୍ଡାରରୁ ଉଦବୃତ ଜଳ ନଦୀକୁ ଛଡାଯାଏ । ଜଳ ଭଣ୍ଡାରର ଆୟତନ ୧୦୨ ବର୍ଗ ମାଇଲ ଓ ଏଥିରେ ୧୯୦୦୦୦୦ ଏକର ଘନ ଫୁଟ ଜଳ ରହି ପାରିବ । ମୁରାନ ଓ ପୋଡାଗଡ ସମେତ ଚାରୋଟି ଡ୍ୟାମ ୮ଟି ଡାଇକ୍ ଓ ୨ଟି ଇଂଟର ଲିଙ୍କ କେନାଲ ଦ୍ୱାରା ଜଳ ଭଣ୍ଡାରର ଆୟତନ ବୃଦ୍ଧି କରାଯାଇଛି । ଯୋଜନାଟି ସଂପୂର୍ଣ୍ଣ ହେବାର କିଛି ବର୍ଷ ଆଗରୁ ପ୍ରବଳ ବର୍ଷା ହୋଇ ମୁଖିଗୁଡା ଠାରେ ନିର୍ମାଣାଧିନ ପାୱାର ହାଉସ୍ ଭିତରକୁ ପ୍ରବଳ ଜଳ ଶ୍ରୋତ ପସି ଅନେକ କ୍ଷୟ କ୍ଷତି ଘଟାଇ ଥିଲା ।
କଳାହାଣ୍ଡି ଜିଲ୍ଲାର ମୁଖିଗୁଡା ଠାରେ ଇନ୍ଦ୍ରାବତୀ ଯୋଜନାର ବିନ୍ଦୁ୍ୟତ ଉତ୍ପାଦନ କେନ୍ଦ୍ର ସ୍ଥାପିତ ହୋଇଛି । ଏସିଆର ଏହା ହେଉଛି ସବୁଠାରୁ ବୃହତ ଜଳ ବିନ୍ଦୁ୍ୟତ ଉତ୍ପାଦନ କେନ୍ଦ୍ର । ଏଠାରେ ୬୦୦ ମେଗା ୱାଟ ବିନ୍ଦ୍ୟୁତ ଶକ୍ତି ଉତ୍ପାଦନ ହୋଇଥାଏ । ମୁଖ୍ୟ ଜଳ ଭଣ୍ଡାରରେ ଥିବା ଇନଟେକ୍ ୱେଲରୁ ୪.୩କି.ମି ଲମ୍ବ ଓ ୭ମି. ଗୋଲେଇର ଟନେଲ ଦ୍ୱାରା ୨୦୧ କ୍ୟୁବିକ ମି. ପ୍ରତି ସେକେଣ୍ଡ ଜଳ ପ୍ରବାହିତ ହୋଇ ୪ଟି ଫ୍ରାନସିସ୍ ଟରବାଇନକୁ ବୁଲାଇ ବିନ୍ଦ୍ୟୁତ ଶକ୍ତି ଉତ୍ପାଦନ କରିଥାଏ । । ପାୱାର ହାଉସ୍ର ଜଳ ନିମ୍ନରେ ଥିବା ତେଲ ନଦୀର ଏକ ଉପନଦୀ ହାତୀ ନଦିକୁ ନିସ୍କାଷିତ ହୁଏ । ହାତୀ ନଦୀରେ ମଙ୍ଗଳପୁର ଠାରେ ଏକ ବ୍ୟାରେଜ ହୋଇ ବାମ ଓ ଦକ୍ଷିଣ କେନାଲ ଦ୍ୱାରା କଳାହାଣ୍ଡିର ଏକ ବିସ୍ତୃତ ଅଂଚଳରେ ଜଳ ସେଚନ କରାଯାଏ । ଅବଷିଷ୍ଟ ଜଳ ହାତୀ ନଦୀରେ ଯାଇ ତେଲ ନଦୀ ଦ୍ୱାରା ମହାନଦୀରେ ପ୍ରବାହିତ ହୁଏ ।
ଇନ୍ଦ୍ରାବତୀ କେନାଲ ଦ୍ୱାରା ଭବାନୀପାଟ୍ଟଣା ସହର ପର୍ଯ୍ୟନ୍ତ ଜମିକୁ ଜଳ ଯୋଗା ଯାଏ । ବର୍ତମାନ ଉଚ୍ଚ ଶକ୍ତି ସଂପ୍ନନ୍ନ ଉଠା ଜଳ ସେଚନ ଯୋଜନା ଦ୍ୱାରା ନବରଙ୍ଗପୁର ଜିଲ୍ଲାକୁ ଜଳ ଯୋଗାଇବାର ଯୋଜନା କରା ଯାଉଛି ।
ଏହି ବୃହତ୍ ଯୋଜନା ପଛରେ ରହିଛି ବିସ୍ଥାପନର କରୁଣ କାହାଣି । ନିରିହ ଆଦିବାସୀ ମାନେ ନିଜର ଶତାଧିକ ଗ୍ରାମ ଓ ଜଙ୍ଗଲ ଜଳ ଭଣ୍ଡାରରେ ହଜାଇ ଦେଲେ । ସେମାନଙ୍କୁ ଉପଯୁକ୍ତ ପୁର୍ନବାସ କରାଗଲା ନାହିଁ । ସେମାନଙ୍କର ସାମାଜିକ ଜୀବନ ଧ୍ୱଂସ ହୋଇଗଲା । ପାଇଥିବା ଟଙ୍କା ଫୁଲା ଫାଙ୍କିଆ ଓ ନିଶା ପାଣିରେ ଉଡାଇ ଦେଲେ ଓ ନବରଙ୍ଗପୁର ଜିଲ୍ଲାର ଏକ ଅଂଶ ଜଳ ଭଣ୍ଡାରର ଅପର ପାଶ୍ୱର୍ରେ ବିଚ୍ଛିନ୍ନାଂଚଳ ରୂପେ ରହିଗଲା ।
କଳାହାଣ୍ଡିର ପୂର୍ବତନ ଶାସକ ପ୍ରତାପ କେଶରି ଦେଓ ହିଁ ଏହି ଯୋଜନାର ପ୍ରଥମ ସ୍ୱପ୍ନ ଦେଖିଥିଲେ । ଚିର ମରୁଡି ପ୍ରପିଡିତ ତାଙ୍କ ରାଜ୍ୟକୁ ଶସ୍ୟ ଶ୍ୟାମଳା କରିବାକୁ ସେ ଯେଉଁ ଉଦ୍ୟମ କରିଥିଲେ ତାହାର ଫଳ ହିଁ ଇନ୍ଦ୍ରାବତି ବହୁମୁଖି ନଦୀ ବନ୍ଧ ଯୋଜନା । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ