ଅବହେଳିତ କେନ୍ଦ୍ରାପଡ଼ାର ଭାଗ୍ୟ ଓ ଭବିଷ୍ୟତ!

ଅବହେଳିତ କେନ୍ଦ୍ରାପଡ଼ାର ଭାଗ୍ୟ ଓ ଭବିଷ୍ୟତ!

ସାଂପ୍ରତିକ ରାଜନୀତିରେ ନେତାଙ୍କୁ ଚିହ୍ନିବା ସହଜ ନୁହେଁ । ସାଧାରଣତଃ ତୃଣମୂଳ ସ୍ତରରେ ଲୋକଙ୍କ ସେବା କରି, ଲୋକଙ୍କ ସୁଖ-ଦୁଃଖରେ ଏକାକାର ହୋଇ ନେତା ପାଲଟି ଥିବା ବ୍ୟକ୍ତି ହିଁ ବାସ୍ତବ କ୍ଷେତ୍ରରେ ଲୋକପ୍ରତିନିଧି ହେବାକୁ ଯୋଗ୍ୟ ହୋଇ ଥାଏ । ଲୋକେ ରାଜନେତାଙ୍କ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ନେତାଙ୍କ ମିଥ୍ୟା ପ୍ରତିଶ୍ରୂତି ଓ କପୋଳକଳ୍ପିତ କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେନାହିଁ । ବିକାଶ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ନେତା ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ନେତା ହେଲେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ସାଂସଦ ବୈଜୟନ୍ତ ପଣ୍ଣା । ଆମେରିକାରେ ପାଠପଢା ଶେଷ ପରେ ବୈଜୟନ୍ତ ବାବୁ ଶିଳ୍ପ କ୍ଷେତ୍ରରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଧୀରେଧୀରେ ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ବୈଜୟନ୍ତ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । କେବଳ କେନ୍ଦ୍ରାପଡ଼ା କି ଓଡ଼ିଶା ନୁହେଁ, ଜାତୀୟ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ସାଂସଦ ଭାବେ ତାଙ୍କର ରାଜନୀତିକ ଓ ସଂସଦୀୟ କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ଜାତୀୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ୨୦୦୦ ଓ ୨୦୦୬ ମସିହାରେ ବିଜୁ ଜନତାଦଳ ଟିକଟରେ ସେ ୨ଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି ରାଜ୍ୟସଭା ସଂସଦୀୟ ଦଳର ନେତା ପଦରେ ଅଧିଷ୍ଠିତ ହୋଇଥିଲେ । ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେଡ଼ି ଟିକଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ବିଭିନ୍ନ ସଂସଦୀୟ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇ ଆସିଛନ୍ତି ।
ସଂସଦ ଅଧିବେଶନରେ ବୈଜୟନ୍ତ ବାବୁଙ୍କର କାର୍ଯ୍ୟଶୈଳୀ, ପ୍ରଭାବୀ ବକ୍ତୃତା ଓ ଜାତୀୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ତଥା ସଂସଦ ବାହାରେ, ନିଜ ରାଜ୍ୟରେ ଓ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକାଭିମୁଖୀ କାର୍ଯ୍ୟ ଅଦ୍ୱିତୀୟ । ସଂସଦ ଅଧିବେସନରେ ପ୍ରଶ୍ନ-ଉତର, ବଜେଟ୍, ବିଧେୟକ, ଧ୍ୟାନାକର୍ଷଣ, ସ୍ଥଗନ, ଚର୍ଚ୍ଚା ଭଳି ମହତ୍ୱପୂର୍ଣ୍ଣ ଆଲୋଚନାରେ ବୈଜୟନ୍ତବାବୁ ଉପସ୍ଥିତ ରହି ସବୁଥିରେ ସକି୍ରୟ ଅଂଶ ଗ୍ରହଣ କରନ୍ତି । ଦେଶରେ ଦାରିଦ୍ର୍ୟ, ଅନାହାର, ପୃଷ୍ଟିହୀନତା, ମାତୃ ଓ ଶିଶୁମୃତୁ୍ୟ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସିଛନ୍ତି । ଏଥିପାଇଁ ମଧ୍ୟ ସେ ସଂସଦରେ ଅନେକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପନ କରିଛନ୍ତି । ୨୦୧୧ରେ ବୈଜୟନ୍ତ ବାବୁଙ୍କ ସମେତ ଏକ ଉଚ୍ଚସ୍ତରୀୟ ଯୁବ ସଂସଦୀୟ ଦଳ“ସିଟିଜେନ୍ସ ଆଲିଆନ୍ସ ଏଗ୍ନେଷ୍ଟ ମାଲ୍ନୁ୍ୟଟି୍ରସନ୍” ଶିଶୁ ପୃଷ୍ଟିହୀନତାର କାରଣ ସଂପର୍କରେ ସାରା ଭାରତରେ ବୁଲି ମା’, ଶିଶୁ, ଅଙ୍ଗନୱାଡ଼ୀ କର୍ମୀ ଓ ସରକାରୀ କର୍ମକର୍ତାଙ୍କୁ ଭେଟିଥିଲେ । ଏହି ଦଳ ୧ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଓ ୭୪ ହଜାରରୁ ଉଦ୍ଧ୍ୱର୍ ମା’ ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହା ଦେଶର ସବୁଠୁ ବଡ଼ ପୃଷ୍ଟିହୀନତା ସର୍ଭେ ଥିଲା । ଏହାର କାରଣ ଓ ସମାଧାନ ସଂପର୍କରେ ସେମାନେ ବିଭିନ୍ନ ଆଲୋଚନା ଚକ୍ର ଓ ସଭା ସମିତିରେ ଆଲୋଚନା କରିଥିଲେ । ଯେଉଁଥିପାଇଁ ଆଜି ସରକାରୀ ସ୍ତରରେ ଏହି ସମସ୍ୟା ସମାଧାନ ପ୍ରତି ଗୁରୁତ୍ୱ ଦିଆ ଯାଉଛି । ୨୦୧୨ ସେପ୍ଟେମ୍ବର ୧୦ରେ ବୈଜୟନ୍ତ ବାବୁ ସିଗାରେଟ୍ ଓ ତମ୍ବାଖୁ କାରବାର ବନ୍ଦ୍ ପାଇଁ ସଂସଦରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପନ କରିଥିଲେ । ସେହିପରି ୨୦୧୩ ଜାନୁୟାରୀରେ ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଦାଦନ ନିର୍ଯ୍ୟାତନା ସଂପର୍କରେ ସେ ଜାତୀୟ ମାନବିକ ଅଧିକାର କମିସନ୍, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଲେଖି ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୨୦୧୩ରେ ଭାରତର ସିଏଜିଙ୍କୁ ଅଧିକ କ୍ଷମତା ଦିଆଗଲେ, ସେ ଅଧିକ ସକି୍ରୟ ହୋଇ ପାରିବେ, ୨୦୧୨ରେ ଇନ୍ଫରମେସନ୍ ଟେକ୍ନୋଲାଜି, ୨୦୧୨ରେ ଇଣ୍ଡିଆନ୍ ପେନାଲ୍ କୋଡ଼୍, ୨୦୧୩ରେ ରାଜନୀତିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଥିବା ଅପରାଧ୍ôକ ମାମଲାର ବିଚାର ପାଇଁ ସ୍ପେଶିଆଲ୍ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ, ୨୦୧୩ରେ ରାଜନୀତିରେ ଅପରାଧୀକରଣ ନିୟନ୍ତ୍ରଣ ପାଇଁ, ୨୦୧୩ରେ କୋଡ଼୍ ଅଫ୍ କି୍ରମିନାଲ୍ ପ୍ରୋସେଜର୍, ୨୦୧୩ରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ବିକାଶ ପାଇଁ, ୨୦୧୪ରେ ଜଣେ ବ୍ୟକ୍ତି ଏକସମୟରେ ସଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ଉଭୟରୁ ନିର୍ବାଚିତ ହୋଇ ପରେ ଯେଉଁ ଆସନରୁ ଇସ୍ତଫା ଦେବେ, ସେଠାରେ ଦ୍ୱିତୀୟ ସ୍ଥାନ ଦଖଲ କରିଥିବା ପରାଜିତ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷିତ କରିବାକୁ ସଂସଦରେ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପନ କରିଥିଲେ । ଜଣେ ଅଭିଜ୍ଞ ସାଂସଦ ଭାବେ ନିଜ ନିର୍ବାଚନ କ୍ଷେତ୍ର କେନ୍ଦ୍ରାପଡ଼ା ସମେତ ଓଡ଼ିଶାର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଓଡ଼ିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ବୈଜୟନ୍ତ ବାବୁ । ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ୨୪ ତାରିଖରେ ତାଙ୍କୁ ଯେପରି ଭାବେ ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରାଗଲା, ତାହାକୁ କେନ୍ଦ୍ରାପଡ଼ାର ସଚେତନଶୀଳ ନାଗରିକ ମାନେ ଗ୍ରହଣ କରିପାରି ନଥିଲେ । ଏହି ଘଟଣାକୁ ନେଇ ବିଜେଡ଼ି ସଂଗଠନରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ଓ ଏବେ ମଧ୍ୟ ସଂଗଠନ ଏକପ୍ରକାର ଦୁଇ ଫାଳ ହୋଇ ରହିଛି । ତେବେ ତା.୨୮.୦୫.୨୦୧୮ରିଖରେ ବିଭିନ୍ନ କାରଣ ଦର୍ଶାଇ ବୈଜୟନ୍ତ ବାବୁ ବିଜେଡ଼ିରୁ ଇସ୍ତଫା ଦେଇଥିଲେ ଓ ତା.୧୨.୦୬.୨୦୧୮ ରିଖରେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ତାଙ୍କର ପରବର୍ତୀ ରାଜନୀତିକ ନିଷ୍ପତି ସଂପର୍କରେ କିଛି ଜଣÿା ପଡ଼ିନାହିଁ । ଅନ୍ୟପକ୍ଷରେ ତାଙ୍କର ଅନେକ ସମର୍ଥକ ଓ ଅନୁଗାମୀ ମଧ୍ୟ ବିଜେଡ଼ି ଛାଡ଼ିଥିବା ଜଣା ପଡ଼ିଛି । ବୈଜୟନ୍ତ ବାବୁଙ୍କ ଏହି ନିଷ୍ପତିରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ସମେତ ଓଡ଼ିଶାର ଲକ୍ଷ ଲକ୍ଷ ଲୋକେ ମର୍ମାହତ ହୋଇ ପଡ଼ିଛନ୍ତି । ତେବେ ଅବହେଳିତ କେନ୍ଦ୍ରାପଡ଼ାର ଭାଗ୍ୟ ଓ ଭବିଷ୍ୟତ ଘନ ଅନ୍ଧାର ଭିତରେ ହଜି ଯିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ବୈଜୟନ୍ତ ବାବୁ ଯେପରି ସ୍ଥାନୀୟ ସମସ୍ୟାକୁ ଗୁରୁତ୍ୱ ଦେଇ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେଇଥାନ୍ତି ଓ ଲୋକଙ୍କୁ ଭଲ ପାଆନ୍ତି, ପୂର୍ବର କୌଣସି ସାଂସଦଙ୍କ ଠାରେ ତାହା ଦେଖା ଯାଇନଥିଲା । ବାସ୍ତବରେ ସାଧାରଣ ଲୋକଙ୍କ ଉନ୍ନୟନ କାର୍ଯ୍ୟରେ ନିଜକୁ ସଂପୂର୍ଣ୍ଣ ଭାବେ ଉତ୍ସର୍ଗ କରିଥିବା ଅଭିଜ୍ଞ ସାଂସଦ ବୈଜୟନ୍ତ ବାବୁଙ୍କର ପକ୍ଷଛେଦନ କରି କେନ୍ଦ୍ରାପଡ଼ା ବିକାଶର ଗତିପଥକୁ ରୋଧ କରାଯାଇଥିବା ଅଭିଯୋଗ ହେଉଛି । ଏଥିନେଇ ଅଧିକାଂଶ ବିଜେଡ଼ି ନେତା ଓ କର୍ମୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇ ଚାଲିଛି । କେନ୍ଦ୍ରାପଡ଼ା ଅଂଚଳରେ କ୍ରମେ ବିଜେଡ଼ି ସଂଗଠନ ଦୁର୍ବଳ ହେଉଥିବା ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ବାସ୍ତବତା ଦେଖାଗଲେ, ବୈଜୟନ୍ତ ପଣ୍ଡା ଜଣେ ଭିନ୍ନ ଚରିତ୍ରର ମଣିଷ । ସାଂସଦ ନଥାଇ ମଧ୍ୟ ସେ ଅଧିକାଂଶ ସମୟ କେନ୍ଦ୍ରାପଡ଼ା ଅଂଚଳରେ ରହି ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଥିବା ଦେଖାଯାଉଛି । ସମସ୍ତଙ୍କୁ ସେ ସହଯୋଗର ହାତ ବଢାଉଛନ୍ତି । ଦଳମତ ନିର୍ବିଶେଷରେ କେନ୍ଦ୍ରାପଡ଼ାର ସବୁ ନେତା ଓ ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରିଥିବା ବେଳେ ତାଙ୍କ ପ୍ରତି ମଧ୍ୟ କେନ୍ଦ୍ରାପଡ଼ା ବାସୀଙ୍କର ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳୁଛି । କେନ୍ଦ୍ରାପଡ଼ା ଅଂଚଳରେ ତାଙ୍କର ଲୋକପି୍ରୟତା କ୍ରମେ ବଢୁଥିବାରୁ ସେ ଯେଉଁ ଦଳରୁ ପ୍ରାର୍ଥୀ ହେଲେ ବି ସହଜରେ ବିଜୟୀ ହେବେ ଏବଂ କେନ୍ଦ୍ରାପଡ଼ା ତାଙ୍କର ଅଭେଦ୍ୟ ଦୁର୍ଗ ହୋଇ ରହିଯିବ ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ବାସ୍ତବରେ ତାଙ୍କର ଅମାୟିକ ବ୍ୟବହାର, ବନ୍ଧୁବତ୍ସଳତା, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପି୍ରୟପାତ୍ର । ଶରତ କୁମାର ରାଉତ

Leave a Reply

Your email address will not be published.