ରାଜ୍ୟସ୍ତରୀୟ ଶହୀଦ ଜୟୀରାଜଗୁରୁ ବଳିଦାନ ଦିବସ ସମାରୋହ

ଇତିହାସ ପୁନର୍ଲିଖନ ଓ ଶହୀଦ ସ୍ତମ୍ଭ ନିର୍ମାଣରେ ସହଯୋଗ କରିବି : ରାଜ୍ୟପାଳ

ଖୋର୍ଦ୍ଧା, (ଆଇଏନ୍ଏସ୍) : ଖୋର୍ଦ୍ଧା ମାଟିର ବୀର ପାଇକଙ୍କ ବୀରତ୍ୱ ଯୋଗୁଁ ଇତିହାସରେ ଖୋର୍ଦ୍ଧାର ସ୍ଥାନ ସ୍ୱତନ୍ତ୍ର । ଏହି ମାଟିରୁ ଆରମ୍ଭ ହୋଇଥିଲା ଭାରତୀୟ ମୁକ୍ତି ସଂଗ୍ରମର ପ୍ରଥମ ସଶସ୍ତ୍ର ଗଣ ବିପ୍ଲବ ।ଏହି ମାଟିର ପାଇକ ବୀରମାନଙ୍କର ନାମ ସବୁବେଳେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ସ୍ଥାନୀୟ ଗୀତାଭବନ ପଡିଆରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ସଭାପତି ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟସ୍ତରୀୟ ୨୧୨ତମ ଶହୀଦ ଜୟୀ ରାଜଗୁରୁ ବଳିଦାନ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମହିମ ରାକ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏପରି କହିଛନ୍ତି । ଏପରିକି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ନାୟକ ଥିଲେ ଜୟୀ ରାଜଗୁରୁ । ତେଣୁ ତାଙ୍କ ଉପରେ ଏକ ଚଳିଚିତ୍ର ନିର୍ମାଣର ଆବଶ୍ୟକତା ରହିଛ । ସେହିପରି ଏଭଳି ଏକ ଶହୀଦ ସ୍ତମ୍ଭ ପ୍ରସ୍ତୁତ କରାଯାଉ ଯାହା ସମଗ୍ର ବିଶ୍ୱରେ ଜୟୀ ରାଜଗୁରୁଙ୍କ ସ୍ମୃତି ସମ୍ପର୍କରେ ଆଗାମୀ ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ । ଏଥି ନିମନ୍ତେ ଆବଶ୍ୟକୀୟ ସମସ୍ତ ପ୍ରକାର ସହଯୋଗ ସେ ଯୋଗାଇଦେବା ନେଇ ପ୍ରତିଶୃତି ଦେଇଥିବାବେଳେ ଏଥିପାଇଁ ତୁରନ୍ତ ଦୁଇ ତିନିଟି ଜାଗା ଚିହ୍ନଟ କରି ସେ ସମ୍ପର୍କରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦେବାପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି । ଏଥି ସହିତ ଏହି ବୀର ମାଟିରେ ଏକ ପାଇକ ସଂଗ୍ରାହଳୟ ସ୍ଥାପନ ଉପରେ ଶ୍ରୀ ଲାଲ୍ ଗୁରୁତ୍ୱ ଦେଇଛନ୍ତି । ଏହି ସଭାର ପ୍ରାରମ୍ଭରେ ରାଜ୍ୟପାଳଙ୍କ ଓଡିଆରେ ଜୟଜଗନ୍ନାଥ ଓ ସମସ୍ତଙ୍କୁ ନମସ୍କାର ଶବ୍ଦ ଉପସ୍ଥିତ ସହସ୍ରାଧିକ ଜନତାଙ୍କୁ ମୁଗ୍ଧ କରିଥିଲା । ଅଧ୍ୟାପକ ମୃତ୍ୟୁଜ୍ଞୟ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ କହିଲେ ଭାରତ ସ୍ୱାଧୀନତା ଆନେ୍ଦାଳନର ପ୍ରଥମ ଶହୀଦ ଜୟୀ ରାଜଗୁରୁ । ଜୟୀରାଜଗୁରୁଙ୍କ ଦେଶପ୍ରେମ ଓ ବଳିଦାନ ୧୮୫୭ ମସିହା ସିପାହୀ ବିଦ୍ରୋହର ମଙ୍ଗଳ ପେôଣ୍ଡଙ୍କ ତୁଳନାରେ ଯଥେଷ୍ଟ ଅଧିକ । ପାଇକ ଆନେ୍ଦାଳନର ମୁଳଦୁଆ ପକାଇବା କ୍ଷେତ୍ରରେ ଜୟୀରାଜଗୁରୁଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଂରେଜ ଶକ୍ତି ତାଙ୍କୁ ଯେଉଁପରି ଏକ ବରଗଛରେ ଦୁଇଟି ଶକ୍ତ ଡ଼ାଳରେ ବାନ୍ଧି ଅତି ବିଭôସ ତଥା ନୃଶଂସ ଭାବେ ହତ୍ୟା କରିଥିଲେ ତାହା ଆଜି ମଧ୍ୟ ପାଇକ ଜାତି ମନେ ରଖିଛି ବୋଲି ସାଂସଦ ଡ. ପାଟ୍ଟଶାଣୀ କହିଥିଲେ । ଏଥିସହିତ ଜୟୀରାଜଗୁରୁଙ୍କ ନାମରେ ଏକ ଡ଼ାକ ଟିକଟ ହୋଇପାରି ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ଐତିହାସିକ ତଥା ଗବେଷକ ପ୍ରଫେସର ରାମଚନ୍ଦ୍ର ମିଶ୍ର ଯୋଗଦେଇ କହିଲେ ଖୋର୍ଦ୍ଧାର ପାଇକ ମାନଙ୍କ ବୀରତ୍ୱର ପଟ୍ଟାନ୍ତର ନାହିଁ । ଜୟୀ ରାଜଗୁରୁଙ୍କର ଆତ୍ମବିଶ୍ୱାସ, ସ୍ୱାଭିମାନ ଓ ଦେଶ ପ୍ରେମ ତୁଳନା କରିବା କଷ୍ଟକର ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ମନ୍ତ୍ରୀ ବିଶ୍ୱଭଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଆଦି କୃତୀ ସନ୍ତାନ ମାନଙ୍କର ଦେଶଭକ୍ତି ଓ ତ୍ୟାଗ ଜାତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷର ହୋଇ ରହିବ । ଅନ୍ୟତମ ସମ୍ମାନୀତ ଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ଭାରତ ରକ୍ଷା ମଂଚର ରାଷ୍ଟ୍ରୀୟ ସଂଯୋଜକ ଡ. ମୁରଲୀ ମନୋହର ଶର୍ମା ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ପାଇକ ମାନଙ୍କ ତ୍ୟାଗ ଉପରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଅଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ ସହଯୋଗରେ ଓଡିଶା ବ୍ୟବସାୟୀ ମହାସଂଘର ରାଜ୍ୟ ସଂପାଦକ ସମାଜସେବୀ ସୁଧାକର ପଣ୍ଡା ଏବଂ ପ୍ରାକ୍ତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଖୋର୍ଦ୍ଧା ଉପକଣ୍ଠ ପାନବରଜ ଗ୍ରାମର ଶହୀଦ୍ ଶେଖ୍ ସମୀରୁଦ୍ଦିନଙ୍କ ଉଦେ୍ଦଶ୍ୟରେ ମରଣୋତର ଅମର ସହୀଦ୍ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବାଜପୁର ଗ୍ରାମର ସ୍ୱର୍ଗତ ପଣ୍ଡିତ ନାରାୟଣ ମିଶ୍ରଙ୍କ ଉଦେ୍ଦଶ୍ୟରେ ମରଣୋତର ସ୍ୱାଧୀନତା ସଂଗ୍ରାମୀ ସମ୍ମାନ ଗ୍ରହଣ କରିବା ପାଇଁ ତାଙ୍କ ବିଧବା ପତ୍ନୀ ଲକ୍ଷ୍ମୀ ଦିବ୍ୟା (୮୯) ମଚାଂସୀନ ହେବା ସମୟର ଦୃଶ୍ୟ ଥିଲା କିଛି ନିଆରା । ରାଜ୍ୟପାଳ ପ୍ରଫେସର୍ ଲାଲ୍ ତାଙ୍କୁ ସମ୍ବ୍ର୍ଦ୍ଧିତ କରିବା ପୂର୍ବରୁ ପ୍ରଥମେ ନତମସ୍ତକ ହୋଇ ଲକ୍ଷ୍ମୀ ଦିବ୍ୟାଙ୍କର ପାଦ ଛୁଇଁ ଆଶୀର୍ବାଦ କାମନା କରିଥିବା ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ କରିଥିଲା । ଇଂ ସୀତାକାନ୍ତ ପଣ୍ଡାଙ୍କ ସହଯୋଗରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଜୟୀରାଜଗୁରୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ହୋଇଯାଇଥିବା ପ୍ରବନ୍ଧ, ବକ୍ତୃତା, ସାଧାରଣ ଜ୍ଞାନ ଏବଂ କୁଇଜ୍ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ପ୍ରମୁଖ ସୁବାସ ଚନ୍ଦ୍ର ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରାରମ୍ଭରେ ମୁଖ୍ୟ ସଂଯୋଜକ ଡକ୍ଟର ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବ୍ୟବସ୍ଥା ପ୍ରମୁଖ ଶକ୍ତି ଶଙ୍କର ମିଶ୍ର ଅନୁଷ୍ଠାନର ବିବରଣୀ ପ୍ରଦାନ କରିଥିଲେ । ପ୍ରାତଃ ସମୟରେ ଗଡ଼ଖୋର୍ଦ୍ଧାସ୍ଥୁିତ ପଂଚପାଇକଙ୍କ ସମେତ ସହରରେ ଥିବା ସମସ୍ତ ଶହୀଦ ଓ ସଂଗ୍ରାମୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପୂର୍ବାହ୍ନରେ ଡ. ବୃନ୍ଧାବନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ ନିଳାଦ୍ରୀନାଥ ଜଗଦେ୍ଦବଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ କବିତା ପାଠୋସôବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ଓ କବୟତ୍ରୀମାନେ ଯୋଗଦେଇ ଜୟୀରାଜଗୁରୁ ଏବଂ ସ୍ୱାଧିନତା ସଂଗ୍ରାମ ଉପରେ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜିତ୍ କୁମାର ପଟ୍ଟନାୟକ, ସୀତାକାନ୍ତ ପଣ୍ଡା,ଗୌରାଙ୍ଗ ମଣ୍ଡଳ, ଦେବ କୁମାର ରଥ, ବିଭୁ ପ୍ରସାଦ ହରିଚନ୍ଦନ, ସରୋଜ ପାଲଟାସିଂହ, ଶୁଶାନ୍ତ ମୋହନ ପଟ୍ଟନାୟକ, ଇତିଶ୍ରୀ ସାହୁ ପମୁଖ କାଯ୍ୟ୍ରକର୍ମ ପରିଚାଳନାରେ ସହେଯାଗ କରିଥିଲେ ।

Leave a Reply

Your email address will not be published.