ସହୋଦୟ ଆନ୍ତଃ ବିଦ୍ୟାଳୟ ଖୋ-ଖୋ ଟୁର୍ଣ୍ଣାମେଂଟ ଉଦଯାପିତ
ଭୁବନେଶ୍ୱର, (ଓଏନ୍ଏସ୍): ସହୋଦୟ ସହେଯାଗ ମଣ୍ଡଳୀ, ଭୁବନେଶ୍ୱର ପ୍ରଭାଗ ଆନୁକୂଲ୍ୟରେ ଡି.ଏ.ଭି କଳିଙ୍ଗନଗରରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ ବାଳିକା ଖୋ-ଖୋ ଟୁର୍ଣ୍ଣାମେଂଟରେ ଡି.ଏ.ଭି. ପୋଖରୀପୁଟ୍ – ଚାମ୍ପିଆନ, ବିକାଶ ଆବାସିକ ବିଦ୍ୟାଳୟ – ରନର୍ସ ଅପ ଆଖ୍ୟା ଅର୍ଜନ କରିଛନ୍ତି । ଏହି ପ୍ରତିଯୋଗିତାରେ ୧୫ଟି ବିଦ୍ୟାଳୟର ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ଡି.ଏ.ଭି ପୋଖରୀପୁଟ ବାଳିକା ଖୋ-ଖୋ ଦଳ ଚିତାକର୍ଷକ ଓ ସଂଘର୍ଷପୂର୍ଣ୍ଣ କ୍ରୀଡା ପ୍ରଦର୍ଶନ କରି ଫାଇନାଲରେ ବିକାଶ ଆବାସିକ ବିଦ୍ୟାଳୟକୁ ୯-୨ ପଏଂଟ ବ୍ୟବଧାନରେ ହରାଇ ଚାମ୍ପିଅନ ହୋଇଥିଲେ । ସାଇ ଇଂଟରନ୍ୟାସନାଲ ସ୍କୁଲର ସୁହାନି ବାଙ୍କାଙ୍କୁ ବେଷ୍ଟ ରନର୍ ଏବଂ ଡି.ଏ.ଭି. ପୋଖରୀପୁଟର ଅର୍ପିତା ସାହୁଙ୍କୁ ବେଷ୍ଟ ଚେଜର ଭାବେ ମନୋନିତ କରାଯାଇଥିଲା । ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଉଦ୍ୟାପନୀ ଉସôବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଚାମ୍ପିଅନ ଦଳ, ରନର୍ସ ଅପ ଦଳ, ବେଷ୍ଟ ରନର୍ ଓ ବେଷ୍ଟ ଚେଜରଙ୍କୁୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କ୍ରୀଡା ଉସôବକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ ।