ବିଶାଳ ସମ୍ବର୍ଦ୍ଧନା ସମାରୋହ

କେନ୍ଦ୍ରାପଡା, (ଓଏନ୍ଏସ୍): ୨୦୧୯ ନିର୍ବାଚନର ଛଅ ମାସ ପୂର୍ବରୁ ମହାକାଳପଡା ରାଜନିତି ସରଗରମ ହେଉଥିବା ଦେଖିବାକୁ ମିଳିଛି । ଗତ ତା.୦୭.୧୨.୧୮ରିଖରେ ମହାକାଳପଡାର ପ୍ରସିଦ୍ଧ ରାମଚଣ୍ଡୀଙ୍କ ପିଠରେ କଂଗ୍ରେସ ତରଫରୁ ଶକ୍ତିପ୍ରଦର୍ଶନ କରାଯାଇଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ଛାଡି ମହାକାଳପଡାର ସରୁମୂହିଁ କୋଚିଳା ଠାରେ ବିଜେଡି ପକ୍ଷରୁ ବିଶୁଦ୍ଧ ପାଣିର ଶିଳାନ୍ୟାସ ବାହାନାରେ ମୂଖ୍ୟମନ୍ତ୍ରୀଙ୍କୁ ଡକାଇ ଶକ୍ତିପ୍ରଦର୍ଶନ କରାଯାଇଥିଲା । ଆଉ ଏହାର ଚାରିଦିନ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କ ସମର୍ଥକଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ଫୁଣି ଏକ ଶକ୍ତିପ୍ରଦର୍ଶନ କରିବାର ଦୃଶ୍ୟ ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ଏହି ଶକ୍ତିପ୍ରଦର୍ଶନ ମହାକାଳପଡା ରାଜନିତିକୁ ସରଗରମ କରୁଥିବା ବେଳେ ମହାକାଳପଡାରେ କିଏ କେଉଁ ଦଳରୁ ୨୦୧୯ ନିର୍ବାଚନରେ ଲଢିବେ ତାହା ସ୍ପଷ୍ଟ ହୋଇପାରୁ ନାହିଁ, ଯାହାକି ମହାକାଳପଡା ରାଜନିତି ପାଇଁ ଏକ ପ୍ରଶ୍ନ ସୃଷ୍ଟି କରିଛି।
ତେବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ କିଛି ଦିନ ପୂର୍ବରୁ ୨୦୧୯ର ରାଜନିତି ମାହୋଲ ସରଗରମ ଥିବାବେଳେ ଆଜି ସେହି ମାହୋଲକୁ ଖୋରାକ ଯୋଗାଇଛି ବିଜୟପ୍ରେମ, ବିଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଉତ୍ସବ ମାର୍ଶାଘାଇ କରସିଂଙ୍ଗ ଛକରେ ହଜାର ହଜାର ସଂଖ୍ୟାରେ ବିଜୟପ୍ରେମୀ ଏକତ୍ର ହୋଇ ବିଜୟ ମହାପାତ୍ରଙ୍କୁ ବିରାଟ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ମା” ଗୋଜବାୟାଣୀ ପୀଠକୁ। କାରଣ କିଛିଦିନ ପୂର୍ବରୁ ବିଜୟ ମହାପାତ୍ର ବିଜେପି ଦଳରୁ ଇସ୍ତଫା ଦେବା ପରେ ବିଜୟପ୍ରେମୀ ମଧ୍ୟ ବିଜେପିର ପ୍ରାଥମିକ ସଦଶ୍ୟ ପଦରୁ ଇସ୍ତଫା ହେଇଥିଲେ । ତାହା ସହିତ କାର୍ୟ୍ୟରତ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟ ଇସ୍ତଫା ଦେଇଥିଲେ। ବିଜୟ ମହାପାତ୍ର ଇସ୍ତଫା ଦେବାର କିଛି ଦିନ ପରେ କେନ୍ଦ୍ରାପଡାକୁ ପ୍ରଥମ ଥର ପାଇଁ ଆସିଥିବାରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ବିଜୟପ୍ରେମୀ। ଯାହାକି ମହାକାଳପଡା ରାଜନିତିର ମାହୋଲକୁ ଗରମ କରିବା ପାଇଁ ଖୋରାକ ଯୋଗାଇଛି। ତେବେ ବିଜୟ ମହାପାତ୍ର କେଉଁ ଦଳକୁ ଯିବେ ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ବି ବିଜେଡିରେ ମିଶିବେ ବୋଲି ଆଲୋଚନା ହେଉଛି। ଯଦି ସେ ବିଜେଡିରେ ମିଶନ୍ତି ତାହାଲେ ସେ କେଉଁଠୁ ନିର୍ବାଚନ ଲଢିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ବିଜୟପ୍ରେମୀଙ୍କ କହିବା ମୁତାବକ ଆମେ ବିଜୟ ମହାପାତ୍ରଙ୍କ ସହ ଥିଲୁ, ରହିଛୁ ଓ ରହିବୁ । ବିଜୟ ଭାଇ ଯେକøଣସି ଦଳରୁ ନିର୍ବାଚନ ଲଢିଲେ ଆମେ ତାଂକୁ ସମର୍ଥନ କରିବୁ ବୋଲି ବିଜୟ ପ୍ରେମୀ ମାନେ ଦୃଢତାର ସହ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଶୋଭାଯାତ୍ରାରେ ନ ଥିଲା ଦଳିୟ ପତକା କି ଶୁଣିବାକୁ ମିଳିନଥିଲା ଦଳିୟ ନାରାବାଜି । କିନ୍ତି ବିଜୟପ୍ରେମ ମାନେ ବିଜୟ ମହାପାତ୍ରଙ୍କୁ ନେଇ ଏତେ ଉତ୍ସାହିତ ଥିଲେ ଯେ ତାହା ଏହି ସମ୍ବର୍ଦ୍ଧନା ସଭାରୁ ସ୍ପଷ୍ଟ ହୋଇଛି। ଏହି ସଭାରେ ମାର୍ଶାଘାଇ,ମହାକାଳପଡା, ଗରଦପୁର ସମେତ କେନ୍ଦ୍ରାପଡା ଜିଲ୍ଲାର ଅନେକ ସ୍ଥାନରୁ ମହିଳା, ଯୁବକଙ୍କ ସମେତ କାର୍ୟ୍ୟକାରୀ ସରପଞ୍ଚ, ସମିତିସଭ୍ୟ ଯୋଗଦେଇ ବିଜୟ ମହାପାତ୍ରଙ୍କୁ ସ୍ବାଗତ ଜଣାଇଥିଲେ। ଆଗାମୀ ଦିନରେ ବିଜେପିକୁ ଘୋର ବିରୋଧ କରାଯିବା ସହ ମହାକାଳପଡା ଠାରେ ବିଜେପିକୁ ଜିତାଇ ଦିଆଯିବନାହିଁ ବୋଲି କହିଛନ୍ତି । କାର୍ୟ୍ୟକାରି ସରପଞ୍ଚଙ୍କ ସମେତ ବିଜୟପ୍ରେମୀ ମାନଙ୍କ କହିବା ମୁତାବକ ଦିଲ୍ଲିପ ରାୟ, ବିଜୟ ମହାପାତ୍ର ଓ ରାଜ୍ୟର କିଛି ନେତା ୨୦୧୯ ନିର୍ବାଚନରେ ପରିବର୍ତ୍ତନର ମୂଖ୍ୟ ଭୂମିକା ଗ୍ରହଣ କରିବେ । ତେବେ ମୋ ପାଇଁ ମୋ ମାଟି ଓ ମୋ ମହାନଦୀ ବଡ, ଯାହାର ଉଦାହରଣ ଗତକାଲିର ନିର୍ବାଚନର ଫଳାଫଳ ଚେତେଇ ଦେଇଛି ବୋଲି ବିଜୟ ମହାପାତ୍ର କହିଛନ୍ତି ।

Leave a Reply

Your email address will not be published.