ଅଭିଜ୍ଞ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କର ତାଲିମ ଶିବିର

ପଟ୍ଟାମୁଣ୍ଡାଇ, (ଓଏନ୍ଏସ୍): ଇଣ୍ଡିଆନ ଇନ୍ଷ୍ଟିଟ୍ୟୁଟ୍ ଅଫ ପ୍ଲମ୍ବିଙ୍ଗ୍ ଟେକ୍ନିକ୍ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ସେନ୍ଟ୍ର ଠାରେ ଦୁଇ ଦିନିଆ ଆର୍.ପି.ଏଲ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ଅବସରରେ ଗତ ସେପ୍ଟେମ୍ବର ୧୯ ଓ ୨୦ ତାରିଖ, ଅକ୍ଟୋବର ୧୦ ତାରିଖ ଏବଂ ନଭେମ୍ବର ୯ ଓ ୨୦ ତାରିଖ ଦିନ ପଟ୍ଟାମୁଣ୍ଡାଇ ଅଂଚଳର ୨୦୦ ଅଭିଜ୍ଞ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କୁ ଟ୍ରେନିଙ୍ଗ୍ ଦିଆଯାଇଥିଲା ଏବଂ ସେମାନଙ୍କୁ ଆଇ.ପି.ଏସ.ଇ ତରଫରୁ ଆସେସ୍ମେନ୍ଟ୍ କରାଯାଇଥିଲା । ଭବିଷ୍ୟତରେ ଉକ୍ତ ପ୍ରୋଗ୍ରାମ ରାଜ୍ୟର ସମସ୍ତ ଜିଲ୍ଲାର ପାଣି ପାଇପ୍ ମିସ୍ତ୍ରୀ ମାନଙ୍କୁ କୁଶଳୀ କରିବାରେ ନିଶ୍ଚୟ ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published.