ପିପିଟି ଦ୍ୱାରା ପାରାଦୀପରେ ପ୍ରତିଷ୍ଠା ହେବ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ
ପାରାଦୀପ, (ଓଏନ୍ଏସ୍): ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ପାରାଦୀପ ବନ୍ଦର ତରଫରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ତାହା କାର୍ଯ୍ୟକାରୀ କରାଯିବାକୁ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯାଇଛି । ପାରାଦୀପ ବନ୍ଦର ମେଡିକାଲ କୁ ସୁପର ସ୍ପେଶାଲିଷ୍ଟ ମେଡିକାଲରେ ପରିଣତ କରାଯାଇ ଭବିଷ୍ୟତରେ ମେଡିକାଲ କଲେଜରେ ପରିଣତ କରାଯିବାକୁ ନିଷ୍ୱତି ହୋଇଛି । ପିପିପି ମୋଡରେ ୬୪ ଶଯ୍ୟା ବିଶିଷ୍ଟ ଏହି ମେଡିକାଲକୁ ୪୦୦ ଶଯ୍ୟାରେ ପରିବର୍ତନ କରାଯିବ । ଉକ୍ତ ହସ୍ପିଟାଲ ପାଇଁ ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ ହୋଇ ଡିସେମ୍ବର ୨୦୧୮ ମଧ୍ୟରେ ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯିବ । ୮.୪୫ ଏକର ଜମି ଉପରେ ଆକଳନ ମୂଲ୍ୟ ୨୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଏହି ମେଡିକାଲ ପ୍ରତିଷ୍ଠା କରାଯିବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ,ଗତ ଜୁଲାଇ ୨୦୧୫ ରେ ମାନ୍ୟବର ଜାହାଜ ଚଳାଚଳ ମନ୍ତ୍ରୀଙ୍କ ପାରାଦୀପ ଗସ୍ଥ ସମୟରେ ପାରାଦୀପରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ପିପିଟି ହସ୍ପିଟାଲ ସ୍ଥାନାନ୍ତର କରାଯାଇ ପ୍ରଥମ କରି ୩୦ ବର୍ଷ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଭାବେ କାର୍ଯ୍ୟ କରିବ ଏବଂ ଏହା ପରେ ପୁଣି ୩୦ ବର୍ଷ ପାଇଁ ବୃଦ୍ଧି କରାଯିବାକୁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ହସ୍ପିଟାଲ ରେ ପିପିଟି କର୍ମଚାରୀଙ୍କ ସହିତ ବିଶେଷ କରି ସ୍ଥାନୀୟ ଅଂଚଳର ଜନସାଧାରଣ ଉପକୃତ ହୋଇ ପାରିବେ । ଯାହାକୁ ଗୁରୁତର ସହ ପାରାଦୀପ ପୋର୍ଟ କର୍ତୂପକ୍ଷ ଗ୍ରହଣ କରି ପ୍ରକ୍ରିୟା ଶେଷ ପରେ ସଫଳ ରୂପାୟନରେ ପରିଣତ କରିବାକୁ ଯାଉଛି ବୋଲି ପିପିଟିର ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।