ଖୋଲା ମେଲାରେ ଚାଲିଛି ବାଲି ପରିବହନ

ପାରାଦୀପ,(ଓଏନ୍ଏସ୍): ବର୍ଷାଦିନ ସରିଯିବା ପରେ ବିଭିନ୍ନ ନଦୀରୁ ଅବାଧ ବାଲି ଊଠାଇ ହାଇୱା ଗାଡି ଗୁଡିକ ବିଭିନ୍ନ ସ୍ଥାନକୁ ଯାଉଥିବାର ଦେଖା ଯାଇଛି । ହେଲେ ସରକାରୀ ନିୟମକୁ ଖୋଲା ଚ୍ୟାଲେଞ୍ଜ କରି ସଂଧ୍ୟା ହେବା ମାତ୍ରେ ବାଲି ଗାଡିରେ ପାଲ ନ ପକାଇ ଖୁଲମ ଖୁଲା ବାଲି ବୋହୁଥିବାରୁ ରାସ୍ତାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ରାସ୍ତାରେ ଯିବା ବେଳେ ବାଲି ଉଡି ପଥଚାରୀଙ୍କ ଆଖିରେ ପଡୁଛି ତେଣୁ ଦୂର୍ଘଟଣାର ଶୀକାର ହେଉଛନ୍ତି ଅନେକ । ରାସ୍ତା କଡରେ ବାଲି ଜମା ହୋଇ ରହୁଛି ଯାହା ମଟର ସାକେଲ , ସାକକେଲ ଚାଳକପାଇଁ ମରଣ ଯନ୍ତ୍ରା ପାଲଟୁଛି । ବିଗତ ଦିନରେ ପୂର୍ବତନ ଆରକ୍ଷୀ ଅଧିକ୍ଷକଙ୍କ କଡା ନିଦେ୍ର୍ଦଶ ଫଳରେ ରାସ୍ତା ଦୂର୍ଘଟଣା କମାଇବା ପାଇଁ ସ୍ଥାନୀୟ ପୋଲିସ ବିଭାଗ ସଚେତନ ହୋଇଥିଲା । ବେଆଇନ ଭାବେ ଚଳାଚଳ କରୁଥିବା ଗାଡି ଗୁଡିକ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିଲା ହେଲେ ବର୍ତମାନ ଯେମିତି ସବୁ ଥାନା କର୍ମଚାରୀ ଶୀତରେ କାଲୁଆ ହୋଇ ଯାଇଛନ୍ତି । କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ଶୀତ ବସ୍ତ୍ର ପିନ୍ଧି ଚୋରା ହାତ ଗାଡିଗୁଡିକ ଆଡକୁ ବଢୁଥିବାରୁ ଏଭଳି ଖୁଲମଖୁଲା ବାଲି ପରିବହନ ହେଉଛି ବୋଲି ସ୍ଥାନୀୟ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଇଛି । ପୁଲିସ ବାବୁଙ୍କ କାର୍ଯ୍ୟ କଳାପକୁ ବିରୋଧ କରିବାର ସାହସ ନ କରିପାରି ଗଣମାଧ୍ୟମ ନିକଟରେ ତଥ୍ୟ ଉପସା୍ଥପନ କରୁଛନ୍ତି । ତେଣୁ ଉଚ୍ଚ ପ୍ରଶାସନିକ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଖୋଲାମେଲାରେ ଯାଉଥିବା ଗାଡିଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave a Reply

Your email address will not be published.