ଗୁଜବ: ଗ୍ୟାସ ପ୍ରବାହହେଲେ ସଚେତନତା ପଥପ୍ରାନ୍ତ ନାଟକ
ଭୂତମୁଣ୍ଡାଇ, (ଓଏନ୍ଏସ୍): ସାରକାରଖାନା ଗୁଡିକରୁ ନିର୍ଗତ ଗ୍ୟାସ ପାଇଁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ରହିଛି । ହେଲେ ଏହାକୁ କିଭଳି ସହଜରେ ମୁକାବିଲା କରାଯାଇ ପାରିବ ସେଥିପ୍ରତି ପାରାଦୀପସ୍ଥ ବୃହତ ସାରକାରଖାନା ପିପିଏଲ ତରଫରୁ ଜନସାଧାରଣଙ୍କୁ ସତର୍କ କରିବା ପାଇଁ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଉଛିା ସେଥିପାଇଁ ବାଲିଝରା ଠାରେ ପ୍ରଥମ କରି ପ୍ରୟାସ କଳାକାରଙ୍କ ତରଫରୁ ଆୟୋଜିତ ପଥପ୍ରାନ୍ତ ନାଟକ ଗୁଜବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂଗୀତ ଧର୍ମୀ ନାଟକକୁ ରଚନା କରିଥିଲେ ଜଗନ୍ନାଥ ରାଉତ, ନିଦେ୍ର୍ଦଶନା ଉମାକାନ୍ତ ନାୟକ ଏବଂ ସଂଗୀତରେ ସଜାଇଥିଲେ ଗୁଲୁଭାଇ । ନାଟକର ମୂଳ ଲକ୍ଷ୍ୟ ଥିଲା ଜଦି କେବେ ଆମୋନିଆ ଗ୍ୟାସ ଲିକ୍ ହୁଏ ତେବେ ଭୟଭୀତ ହେବାର କାରଣ କିଛି ନାହିଁ । କାରଣ ଆମୋନିଆ ଗ୍ୟାସ ବାୟୁଠାରୁ ହାଲକା । ଏହା ସହଜରେ ବାୟୁ ଉପରକୁ ଉଠିଯାଏ । ତାଛଡା ଏହି ଗ୍ୟାସର ବଡ ଶତ୍ରୁ ପାଣି । ପାଣି କପଡା ନାକରେ ଗୁଡାଇଲେ ଆମୋନିଆ ଗ୍ୟାସ ପାଖ ମାଡେ ନାହିଁ । ଦୈବାତ୍ ଗ୍ୟାସ ଗନ୍ଧ ଜୋର ଧରିଲେ କେବେବି ଦୌଡିବାକୁ କେହି ଚେଷ୍ଟା କରିବେ ନାହିଁ । ଜଦି ସ୍ଥାନ ଛାଡନ୍ତି ତେବେ ପବନର ସମକୋଣ ଦିଗରେ ଚାଲିବାକୁ ଚେଷ୍ଟା କରିବା ଉଚିତ୍ । କେବେବି ନଦୌଡି ମୋଟର ସାଇକେଲ କିମ୍ବା ଗାଡିରେ ଯାତାୟତ କରିବା ନିରାପଦ ଅଟେ । ଏହି ସମୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ୍ଧା ଯାଇଥିବା ସ୍ଥାନରୁ ମୁକୁଳା କରିବାକୁ ଭୂଲିବେ ନାହିଁ । ହିଟର, ଗ୍ୟାସ ଚୂଲା କୁ ଲିଭାଇ ଟିଭି, ରେଡିଓର ବାର୍ତା ସୁଣିବା ଶ୍ରେୟସ୍କର । ଅଯଥା କାହା ଗୁଜବ କଥାରେ ବିଚଳିତ ନହୋଇ ପ୍ରଶାସନର ନିଦେ୍ର୍ଦଶ ପ୍ରତି ଧ୍ୟାନ ଦେବା ପାଇଁ ଏହି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଉଛି । ନିକଟସ୍ଥ ଅଂଚଳର ବିଭିନ୍ନ ସ୍ଥାନରେ ଏଭଳି ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଉପସ୍ଥିତ ଥିବା ପିପିଏଲ ଶିଳ୍ପ କାରଖାନାର ବରିଷ୍ଠ ଅଧିକାରୀ ସୂର୍ଯ୍ୟାଂଶ ଭାର୍ଗବ, ନିହାରକାନ୍ତୀ ରାଉତ, ଅମିକେଶ ମିଶ୍ର, ନାରାୟଣ ସାହୁ, ରାକେଶ କୁମାର ଚାଉ ପଟ୍ଟନାୟକ ଇତ୍ୟାଦି । ଏହି ସଂଗୀତ ନାଟକ କାର୍ଯ୍ୟ କ୍ରମରେ ଅଂଶଗ୍ରହଣ କରିଥିଲେ ପ୍ରୟାସ ନାଟକ ଅନୁଷ୍ଠାନର ବରିଷ୍ଠ କଳାକାର ଇଂ.ରଞ୍ଜିତ ଜେନା, ନିମାଇଁ ବେହେରା,ତପନ ପାତ୍ର, ଶିଶିର ସ୍ୱାଇଁ, ଲକ୍ଷ୍ମୀ, ଚାରୁଲତା ପ୍ରମୁଖ ।