ନୋ ପାର୍କିଂ ଜୋନ୍ ଘୋଷଣାକୁ ଗାଡି ମାଲିକଙ୍କ ବେଖାତିର

ନୋ ପାର୍କିଂ ଜୋନ୍ ଘୋଷଣାକୁ ଗାଡି ମାଲିକଙ୍କ ବେଖାତିର

ପାରାଦୀପ, (ଓଏନ୍ଏସ୍): ଭୂତମୁଣ୍ଡାଇ ଠାରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତା ସମ୍ପୁର୍ଣ୍ଣ ବିପଦ ପୂର୍ଣ୍ଣ ହୋଇଥିବା ବେଳେ ଏହି ରାସ୍ତାରେ ବିଗତ କିଛି ବର୍ଷ ମଧ୍ୟରେ ଦୂର୍ଘଟଣା ଘଟି ଶହଶହ ଲୋକଙ୍କ ଜୀବନ ଗଲାଣି । ଅନେକ ସମ୍ପୁର୍ଣ୍ଣ ଅକାମୀ ହୋଇଛନ୍ତି । ତେଣୁ ପାରାଦୀପ ଗଡ ଗ୍ରାମ କମିଟି ଚଳିତ ବର୍ଷ ନିଜ ଗ୍ରାମ ରାସ୍ତା କଡରେ ବେପରୁଆ ଭାରୀଯାନ ରଖିବା ଉପରେ କଟକଣା ଯାରିକରି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରତି ରବିବାର ସୂଚନା ପ୍ରଦାନ କରୁଥିଲେ । ସେହିଭଳି ପାରାଦୀପ ମୁଖ୍ୟ ଫାଟଙ୍କ ନିକଟରେ ସବୁଦିନ ଡାକବାଜି ଯନ୍ତ୍ର ଦ୍ୱାରା ଅନେକ ସ୍ଥାନକୁ ନୋ ପାର୍କିଂ ଜୋନ ଭାବେ ଗୋଷଣା କରିଛନ୍ତି । ପୁଲିସ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବଡବଡ ଟାୟାର ରଖି ଚିହ୍ନିତ କରାଯାଇଛି । ସେହି ଟାୟାରକୁ ଫୋପାଡି ଗାଡିଚାଳକ ମାନେ ସେହିଠାରେ ଗାଡି ରଖୁଥିବାରୁ ସ୍ଥାନୀୟ ଅଂଚଳରେ କ୍ଷୋଭ ପ୍ରକାଶ ପାଇଛି । ଯଦି କେହି ଖିଲାପି କରେ ତେବେ ସେହି ଗାଡିକୁ ବ୍ଲାକ ଲିଷ୍ଟ କରାଯିବ ବୋଲି ପ୍ରତି ଘଣ୍ଟାରେ ସୂଚନା ପ୍ରଦାନ କରାଯାଉଛି । ହେଲେ ଏହି ଘଟଣାକୁ ଗାଡି ଚାଳକ ତଥା ମାଲିକ ମାନେ ଖାତର କରୁନାହାନ୍ତି । ରାସ୍ତାର ଦୁଇ ପାଶ୍ୱର୍ ତଥା ମୁଖ୍ୟତଃ ନୋ ପାର୍କିଂ ଜୋନ୍ରେ ବେପରୁଆ ଭାବେ ଗାଡି ରଖିଦେବାରୁ ବାରମ୍ବାର ଦୂର୍ଘଟଣା ଘଟୁଛି । ଯାହା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଲୋକ ଦେଖାଣିଆ ଭାବେ ବନ୍ଦର ପ୍ରଶାସନ ପ୍ରଚାର କରୁଛି । ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ତେଣୁ ଯେତେ କହିଲେ କିମ୍ବା ପୋଲିସ ଲଗାଇ ଧମକ ଦେଲେ ବି ପୂର୍ନଃ ମୂଷିକ ଭବ ନ୍ୟାୟରେ ଗାଡି ଗୁଡିକ ରାସ୍ତା କଡରେ ରହୁଛି । ତେଣୁ ରାସ୍ତା ଜାମ୍ ହେବା ସହିତ ଦୂର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବା ସହିତ ବାରମ୍ବାର ରାସ୍ତା ରୋକ ହେଉଛି । ତେଣୁ ଲୋକଙ୍କ ମତ ପୋଲିସ ରାସ୍ତା ରୋକ ହଟେଇବାକୁ ଦିନରାତି ପ୍ରଚେଷ୍ଟା କରୁଛି ତେବେ ଅପରାଧିଙ୍କ ପିଛା କରିବ କେତବେଳେ । ଏଥିପାଇଁ ପାରାଦୀପ ଅଂଚଳ ଧିରେ ଧିରେ ଅଶାନ୍ତି ଦିଗକୁ ଗତିକରି ଅପରାଧିମାନେ ଦିନ ଦ୍ୱିପ୍ରହରରେ ଗୁଳି ଫୁଟିବା ସହିତ ଲକ୍ଷାଧିକ ଟଙ୍କା ଛଡେଇ ନେବାରେ ସକ୍ରିୟ ହୋଇ ଉଠିଛନ୍ତି । ଯାହାକୁ ଧରିବା ପାଇଁ ପୁଲିସ ପକ୍ଷରେ ସମ୍ଭବ ହେଉନାହିଁ ।

Leave a Reply

Your email address will not be published.