ଭୂତମୁଣ୍ଡାଇ ରେ କୁରାଳ ପଂଚମୀ ପର୍ବ ଧୁମ୍ ଧାମରେ ପାଳିତ

ପାରାଦୀପ, (ଓଏନ୍ଏସ୍): କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପନ୍ଚାୟତର ତଳସାହି ଗ୍ରାମରେ କୁମ୍ଭକାର ସମ୍ପ୍ରଦାୟର ପାରମ୍ପାରିକ ପର୍ବ ଭାବ କୁରାଳ ପନ୍ଚମୀ ଉସôବ ଭାବଭକ୍ତି ମୟ ପରିବେଶରେ ପାଳିତ ହୋଇଯାଇଅଛି । ଚଳିତ ବର୍ଷ କୁରାଳ ପନ୍ଚମି ଠାରୁ ଆରମ୍ଭ ହୋଇ ଆସନ୍ତା ବୁଧବାର ସମାପନ ହେବ । କୁମ୍ଭକାର ସାହିର ୫୦ ପରିବାର ଏକତ୍ରୀତ ହୋଇ ଲକ୍ଷ୍ମୀ ନାରାୟଣଙ୍କର ମୃଣ୍ମୟୀ ପ୍ରତିମା ସ୍ଥାପନ କରି ପୂଜାଅର୍ଚ୍ଚନା କରିଛନ୍ତି । ଉକ୍ତ ପରିବାରର ସମସ୍ତ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରି ସକାଳୁ ସକାଳୁ ନିଜ କୈାଳିକ ବୃତିର ପାଟିପାତ୍ର ଗଢା ସରଞ୍ଜାମ ଚକ, ପିଢା, ପିଟଣା, ଚକଲା ହାଣ୍ଡି, କାଠି, ଚକସୂତା, କୁଲା, ଗଉଣି, ପାହିଲି, ମୁଠା, ଦଉଡି, ଭାଟିକୁ ଲିପା ପୋଛା କରି ଅରୁଆ ଚାଉଳ ଚିତା ପକାଇ ଫୁଲମାଳ ସଜାଇ ଭୋଗଲାଗି କରିଥିଲେ । ମହିଳାମାନେ ପିଠା, ତରକାରୀ ପ୍ରସ୍ତୁତ କରି ଭୋଗ ଲଗାଇଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରତି ସଂଧ୍ୟାରେ ସାସ୍କୃୁତିକ କାର୍ଯ୍ୟମାନ ପରିବେଷଣ କରାଯାଉଛି । ଏହି ଦିନଠାରୁ ବର୍ଷର ପ୍ରଥମ ମାଟି ପାତ୍ର ତିଆରି କାର୍ଯ୍ୟ ପାଇଁ ଶୁଭ ଅନୁକୂଳ କରାଯାଇଥାଏ ବୋଲି କାରିଗର ଶିଳ୍ପୀ ରଞ୍ଜନ କୁମାର ବେହେରା, ସିମ୍ପୁଲ ରଣା, ଜିଲୁ ରଣା, ସୁରେନ୍ଦ୍ର ବେହେରା ପ୍ରମୁଖ କହିଛନ୍ତି ।

Leave a Reply

Your email address will not be published.