ଦୁଇ ଅଧିକାରୀଙ୍କ ଟଣା ଭିଡାରେ ଯାତ୍ରୀ ହନ୍ତସନ୍ତ: ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ

ଦୂର୍ଘଟଣା ପ୍ରବଣ ରାସ୍ତାରେ ୧୫ ଦିନ ଅନ୍ଧାର ପରେ ଜଳିଲା ଆଲୁଅ
ପାରାଦୀପ, (ଓଏନ୍ଏସ୍): ପାରାଦୀପ ନିକଟସ୍ଥ ଅଂଚଳ ଏବେ ଦୂର୍ଘଟଣାର ମରଣ ଯନ୍ତ୍ରା ପାଲଟିଛି । ଦୈନିକ ଛୋଟ ବଡ ଦୂର୍ଘଟଣା ଘଟି ଜୀବନ ଦୀପ ଅକାଳରେ ଲିଭି ଯାଉଛି । ହେଲେ ବିଭିନ୍ନ ଦିଗକୁ ତଦନ୍ତ କରି ପ୍ରଶାସନ ଦୂର୍ଘଟଣା ରୋକିବାକୁ ଯେତେ ଚେଷ୍ଟା କଲେବି ତାହା ରୋକା ଯାଇ ପାରୁ ନଥିବାରୁ ସ୍ଥାନୀୟ ଅଂଚଳର ମୁଣ୍ଡବ୍ୟଥାର କାରଣ ସାଜିଛି । ସବୁଠାରୁ ଅଧିକ ଦୂର୍ଘଟଣା ଘଟୁଛି ଦୋଛକି ଠାରୁ ପାରାଦୀପ ବନ୍ଦର ମୁଖ୍ୟ ଗେଟ୍ ପର୍ଯ୍ୟନ୍ତ । ଏହାର କାରଣ ପଚାରିବାରେ ସ୍ଥାନୀୟ ପୁଲିସ ଉଚ୍ଚ ଅଧିକାରୀ କୁହନ୍ତି ଯେତବେଳେ ପାରାଦୀପ ରେ ଭାରିଯାନ ଚଳାଚଳ ବୃଦ୍ଧି ପାଇଛି ଆବଶ୍ୟକ ମୁତାବକ ରାସ୍ଥା ପ୍ରସସ୍ତି କରଣ ହୋଇ ନାହିଁ ତେଣୁ ଦୂର୍ଘଟଣା ଘଟିବା ସ୍ୱଭାବିକ । ହେଲେ ଅନ୍ୟ ପକ୍ଷେ ଦେଖିବାକୁ ଗଲେ ଏହି ରାସ୍ତାରେ ପୈାର ପରିଷଦ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଥିଲା ଉଜ୍ଜ୍ୱଳ ବିଜୁଳି ବ୍ୟବସ୍ଥା । ସେତବେଳେ ଏହା ପୈାରପାଳିକା କରିଛି ବୋଲି ଡିଣ୍ଡିମ ପିଟାଗଲା । ହେଲେ ଗତ ୧୫ ଦିନ ତଳେ ଉକ୍ତ ରାସ୍ତା ଅନ୍ଧାର ଥିବାରୁ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ମହୋଦୟ ସଫେଇ ଦେଇ କହିଥିଲେ ଏହି ରାସ୍ତା ଆଲୋକ ଖର୍ଚ୍ଚ ତିନୋଟି ବୃହତ କମ୍ପାନୀ ଯଥା ପିପିଏଲ, ଉଫ୍କୋ ଏବଂ ଏସଆର ଭରଣା କରିବା କଥା ହେଲେ ସେମାନେ ଦେଉ ନାହାନ୍ତି । ବର୍ତମାନ ମାସିକ ୨.୨୦ ଲକ୍ଷ ହିସାବରେ ପ୍ରାୟ ୫ ମାସର ବିଜୁଳି ବିଲ ବାକିଆ ପଡିଛି । ହେଲେ ଏହାକୁ ନ ବୁଝି ସେସୁ ଅଧିକାରୀ ଲାଇନ୍ କାଟି ଲୋକଙ୍କୁ ହଇରାଣ କରୁଛି । ତେଣୁ ସେସୁର ବିଭାଗୀୟ ଯନ୍ତ୍ରୀ ଙ୍କ ମତାମତ ନେବାରୁ ସେ କହିଥିଲେ କିଏ ଟଙ୍କା ଦେବ ନ ଦେବ ସେଥିରେ ଆମର କିଛି ଯାଏ ଆସେ ନାହିଁ । କିନ୍ତୁ ଚୁକ୍ତି ମୁତାବକ ପୈାର ପାଳିକା ଭରଣା କରିବା କଥା । ତେଣୁ ଆମେ ୫ ମାସ ଅପେକ୍ଷା କରି ବାଧ୍ୟ ହୋଇ ରାସ୍ତାରୁ ବିଦ୍ୱ୍ୟତ୍ ସଂଯୋଗ ବିଛିନ୍ନ କରିଛୁ । ଏହି ଘଟଣାରେ ଦୀର୍ଘ ୧୫ ଦିନ ରାସ୍ତା ଅନ୍ଧାର ରହିବାରୁ ବିଭିନ୍ନ ଗଣ ମାଧ୍ୟମରେ ଘଟଣା ଭାଇରାଲ ହୋଇଥିଲା । ତେଣୁ ଗତକାଲି ଜିଲ୍ଲା ପ୍ରଶାସନ ଏହି ଘଟଣାରେ ବିରକ୍ତି ପ୍ରକାଶ କରି ତୁିରନ୍ତ ବିଲ ପଇଠ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ତତ୍ ପରେ ସେସୁ ବିଭାଗ କର୍ମଚାରୀ ସଂଧ୍ୟାରେ ବକୟା ବିଲ ୯ ଲକ୍ଷ ୩୬ ହଜାର ସଂଗ୍ରହ କରିବା ପରେ ରାତ୍ର ୮ ଘଟିକାରେ ଉକ୍ତ ରାସ୍ତାରେ ବିଜୁଳି ସଂଯୋଗ କରିଥିଲେ । ଏଠାରେ ପ୍ରଶ୍ନ ଉଠେ କିଏ ଦେବ କିଏ ନେବ ସେଥିରେ ସାଧାରଣ ଜନତା କାହିଁକି ହନ୍ତସନ୍ତ ହେବେ । ଏକ ସମ୍ବେଦନ ପୂର୍ଣ୍ଣ ସ୍ଥାନକୁ ବିଜୁଳି ବିଛିନ୍ନ କରି ଦୀର୍ଘଦିନ ଅନ୍ଧାରରେ ରଖିବାରେ କାହାର ବ୍ୟତିକ୍ରମ ହୋଇଛି ତାହା ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥନୀୟ ବୁଦ୍ଧିଜୀବୀ ପ୍ରତାପ ସେନାପତି , ମନୋଜ ମଲ୍ଲିକ , ସନ୍ତୋଷ ଦୋରା , ସଂଜୀବ ନାୟକ ପ୍ରମୁଖ ଦାବି କରିଛନ୍ତି । କେଉଁ ଅଧିକାରୀଙ୍କ ଅପାରଗତା ଦୃଷ୍ଟିରୁ ଜନସାଧାରଣ ଏଭଳି ହଇରାଣ ହେଲେ ତାହା ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କଲେ ଏଭଳି ଆଉ ଗୁରୁତର ବ୍ୟତିକ୍ରମ କରିବେ ନାହିଁ ବୋଲି ଦାବି କରିଛନ୍ତି ଅଂଚଳବାସୀ ।

Leave a Reply

Your email address will not be published.