ସଚିବାଳୟର ଦ୍ୱିତୀୟ ପାଣ୍ଡିଆନ!

ସଚିବାଳୟର ଦ୍ୱିତୀୟ ପାଣ୍ଡିଆନ!

ନାଲିକୋଠା ପାଖରେ ନୂଆ କୋଠା ତିଆରି ଚାଲିଛି । ପାଖରେ ଏକ ଚା ଦୋକାନ । ଅନେକ କର୍ମଚାରୀ ସେଠାରେ ଠିଆ ହୋଇ ଚା ପିଇବା ସହିତ ଆଲୋଚନା କରନ୍ତି । ରାଜ୍ୟ ରାଜନୀତି ଠାରୁ ଆରମ୍ଭ କରି ସଚିବାଳୟର ବିଭିନ୍ନ ବିଭାଗର କାମ ସମ୍ପର୍କରେ । ସେଦିନ କିଛି କର୍ମଚାରୀ ଯାହା ଆଲୋଚନା କରୁଥିଲେ ତାହା ଆମେ ଏଠାରେ ପ୍ରକାଶ କରୁଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ସାହେବ ବର୍ତମାନ ବହୁ ଚର୍ଚ୍ଚାରେ ଅଛନ୍ତି । କେତେକ ତାଙ୍କୁ ସଚିବାଳୟର ତୃତୀୟ ମହଲା ବୋଲି ଆକ୍ଷେପ ମଧ୍ୟ କରୁଛନ୍ତି । କେବଳ ସଚିବାଳୟ ମଧ୍ୟରେ ତାଙ୍କ ନାମ ସୀମିତ ନାହିଁ, ବରଂ ବହୁ ରାଜନୈତିକ ଦଳର ଶତୃ ପାଲଟିଛନ୍ତି । ରାଜ୍ୟରେ ବହୁ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ କାର୍ଯ୍ୟ କରୁଥିଲା ବେଳେ ପାଣ୍ଡିଆନ ସାହେବ ମୁଖ୍ୟମନ୍ତ୍ରୀଙ୍କ କ୍ଷମତାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି ।
ଏବେ ଜଣେ ଅଧିକାରୀ ସଚିବାଳୟର ଦ୍ୱିତୀୟ ପାଣ୍ଡିଆନ ଭାବେ ଉଭା ହୋଇଛନ୍ତି । ସେ ସଚିବାଳୟର ଗ୍ରାଉଣ୍ଡଫ୍ଲୋରରେ କାର୍ଯ୍ୟ କରୁଛନ୍ତି । ପାଣ୍ଡିଆନଙ୍କ ଭଳି କ୍ଷମତା ମଧ୍ୟ ଉପଭୋଗ କରୁଛନ୍ତି । ସେ ହେଉଛନ୍ତି ପଂଚାୟତିରାଜ ବିଭାଗ ଅଧିନସ୍ଥ ଓରମାସର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ । ଗତ ଦୁଇ ଦଶନ୍ଧି ଦରି ଓରମାସର ମୁଖ୍ୟଭାବେ ମୁକୁଟ ପିନ୍ଧି ଅବସର ନେଇଥିଲେ ମଧ୍ୟ ପୁନଶ୍ଚ ପୁନଃ ନିଯୁକ୍ତି ପାଇଛନ୍ତି । ମୁଖ୍ୟ ସଚିବଙ୍କ ନିଦେ୍ର୍ଦଶକୁ ପଚାରେ କିଏ? କୌତୁହଳର ବିଷୟ ଯେ ସଂପୃକ୍ତ ନିଦେ୍ର୍ଦଶକ ରାଜ୍ୟ କ୍ୟାବିନେଟ ନିଷ୍ପତିକୁ ବନ୍ଦ କରିଦେଇଛନ୍ତି । ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା କ୍ୟାଡରର ପୁନର୍ବିନ୍ୟାସ ନିଷ୍ପତି ରାଜ୍ୟ କ୍ୟାବିନେଟରେ ନେଇଥିଲେ । ଗତ ୨୫ ସେପ୍ଟେମ୍ବର ୨୦୧୭ ମସିହାରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପ୍ରକାଶିତ ସଂକଳ୍ପ ସଂଖ୍ୟା ୨୧୧୩୪/ଏସସିଏସ ରେ ଓରମାସର ମୁଖ୍ୟ ଅଧିକାରୀ ପଦବୀକୁ ଓଏଏସ ଯୁଗ୍ମ ଶାସନ ସଚିବ ପାହ୍ୟାର କ୍ୟାଡରଭୁକ୍ତ କରାଯାଇଛି । କିନ୍ତୁ ପଦବୀଟି ଓଏଏସ ଅଫିସରଙ୍କ ପାଇଁ ସୃଷ୍ଟି ହୋଇଥିଲା ବେଳେ ପୁନଃ ନିଯୁକ୍ତି ପାଇଥିବା ଅଧିକାରୀ ତାକୁ ସହଜରେ ବଦଳାଇ ଦେଲେ । ଯେଉଁ ମୁଖ୍ୟମନ୍ତ୍ରୀ ଗୋଟିଏ ହାତରେ ଓଏଏସ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଦେ୍ର୍ଦଶ ଦେଲେ, ସେଇ ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ହାତରେ ସେଇ ପଦବୀରେ ଦ୍ୱିତୀୟ ପାଣ୍ଡିଆନଙ୍କୁ ପୁନଃ ନିଯୁକ୍ତି ଦେଇ ଦେଲେ ।
ଆହୁରି କୌତୁହଳର ବିଷୟ ଯ ଓଡିଶା ପ୍ରଶାସନିକ ସେବା ସଂଘ( ଯାହାକୁ ରାଜ୍ୟ ପ୍ରଶାସନର ମେରୁଦଣ୍ଡ କୁହାଯାଏ) କିପରି ଏହି ପୁନଃ ନିଯୁକ୍ତିକୁ ବିରୋଧ କଲେ ନାହିଁ । ସାଧାରଣ ପ୍ରଶାସନ ବିଭାଗର ପୁର୍ବତନ ସଚିବ ମୀନା ସାହେବଙ୍କୁ ଜଣେ କେନ୍ଦ୍ର ମନ୍ତ୍ରୀ କେତେକ ଆକ୍ଷେପମୂଳକ ମନ୍ତବ୍ୟ ଦେଲାପରେ ଆଇଏଏସ ସଂଘର ହନୁମାନ ସଦୃଶ ଭକ୍ତଭାବେ ପରିଚିତ ଓଏଏସ ସଂଘ ତତକ୍ଷଣାତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଶରଣାପନ୍ନ ହୋଇ ପ୍ରତିବାଦ କରିଥିଲେ । ଅଥଚ ଏକ ବର୍ଷରୁ ଅଧବକ ଦିନ ହେଲା ଜଣେ ଅଣ ଓଏଏସ ଅବସରପ୍ରାପ୍ତ ଅଧିକାରୀ ଗୋଟିଏ ଓଏଏସ ଡ୍ୟୁଟି ପୋଷ୍ଟକୁ ଦଖଲ କରିନେଲେ, ତାହା ଓଏଏସ ସଂଘକୁ ଚାେଂଜ ମନେହୁଏ । ତେବେଳକୁ ଓଏଏସ ସଂଘର କର୍ମକର୍ତା ନୀରବ କାହିଁକି?

Leave a Reply

Your email address will not be published.