ଅଧିକାରୀଙ୍କ ଅବସର ଗ୍ରହଣ ଓ ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି

ଚଳିତମାସ ୩୧ ତାରିଖରେ ରାଜ୍ୟ ସୂଚନା କମିଶନଙ୍କ ସଚିବ ଡି.ଏନ. ପାଢୀ ଓ ଯୁଗ୍ମ ରିଲିଫ କମିଶନର ପ୍ରଭାତ ରଂଜନ ମହାପାତ୍ର ନିଜ ପଦବୀରୁ ଅବସର ଗ୍ରହଣ କରିବେ । ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବିରଂଚି ନାରାୟଣ ରଥ ମଧ୍ୟ ଚଳିତ ମାସରେ ଅବସର ନେଉଛନ୍ତି ।

ଦି୍ଲିପ ରାୟଙ୍କ ପଦୋନ୍ନତି

ବିଜୁ ଏକ୍ସପ୍ରେସ ୱେ ଯୋଜନାର ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ଦିଲ୍ଲିପ କୁମାର ରାୟ ପଦୋନ୍ନତି ପାଇ ପୂର୍ତ ବିଭାଗର ଅତିରିକ୍ତ ଶାସନ ସଚିବଭାବେ ଅବସ୍ଥାପିତ ହୋଇଛନ୍ତି । ସେଇପରି ପଂଚାୟତିରାଜ ବିଭାଗର ଯୁଗ୍ମଶାସନ ସଚିବ ସ୍ୱୟଂପ୍ରଭା ମହାନ୍ତିଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଯୁଗ୍ମସଚିବଭାବେ ନିଯୁକ୍ତି ଦିଆଯାଇଥିଲା ବେଳେ, ସେଇ ବିଭାଗର ଯୁଗ୍ମ ଶାସନ ସଚିବ ଅଞନା ପଣ୍ଡାଙ୍କୁ ପଂଚାୟତିରାଜ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି ।

ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି

୨୦୦୩ ବ୍ୟାଚର ୮ ଜଣ ଆଇଏଏସ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ସାରଣ ପ୍ରଶାସନ ବିଭାଗ କମିଶନର ପାହ୍ୟାକୁ ପଦୋନ୍ନତି ଦେଇଛି । ସେମାନେ ହେଲେ, ଡଃ ନିତିନ ଭାନୁ ଦାସ ଜଓ୍ôାଲେ, ମନୋରଂଜନ ପଟନାୟକ, ଧୀରେନ କୁମାର ପଟନାୟକ, ପୁରୁଷୋତମ ସାହୁ, ଅନୁଗୁଳ ଜିଳ୍ଲାପାଳ ଅନିଲ କୁମାର ସାମଲ । ଅତିରିକ୍ତ ସଚି ଶ୍ରୀକାନ୍ତ ପୃଷ୍ଟି, ଆୟୁସ ନିଦେ୍ର୍ଦଶକ ଗୋପବନ୍ଧୁ ଶତପଥୀ, ପାଇଥିଲେ ମଧ୍ୟ ସରକାର ସେମାନଙ୍କୁ କମିଶନର ପଦବୀରେ ନିଯୁକ୍ତି ଦେଇ ନାହାନ୍ତି । ସେଇପରି ଗୃହ ନିର୍ମାଣ ଓ ନଗର ୁନ୍ନୟନ ବିଭାଗ ସଚିବ ଜି. ମାଥିଭଥନନ, ସମବାୟ ସଚିବ ରଂଜନା ଚୋପ୍ରା ପ୍ରମୁଖ ଶାସନ ସଚିବ ପଦବୀକୁ ପଦୋନ୍ନତି ଦିଆଯାଇଛି । ଏହି ଦୁଇ ଜଣ ହେଉଛନ୍ତି ୧୯୯୪ ବ୍ୟାଚର ଆଇଏଏସ ଅଫସିର ।

Leave a Reply

Your email address will not be published.