ରାଜ୍ୟ ସ୍ତରୀୟ ଗୀତା ଜ୍ଞାନ ଯଜ୍ଞରେ ଉନ୍ମୋଚିତ ହେଲା ଶ୍ରୀମଦ୍ ଭଗବଦ୍ ଗୀତା ଚାଳିଶା

ପାରାଦୀପ, (ଓଏନ୍ଏସ୍): ରାଜ୍ୟ ସ୍ତରୀୟ ଗୀତା ଜ୍ଞାନ ଯଜ୍ଞର ପୂର୍ଣ୍ଣାହୂତି ସମ୍ପାଦିତ ହୋଇଛି ଜଗତ୍ସିଂହପୁର ଜିଲ୍ଲାର ରଘୁନାଥପୁର ଠାରେ । ଏହି ଯଜ୍ଞ ଉସôବରେ ଉନ୍ମୋଚିତ ହୋଇଛି ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଶୃତ ବାଣି ଶ୍ରୀମଦ୍ ଭଗବଦ୍ ଗୀତା ଗ୍ରନ୍ଥରୁ ଉଦ୍ଧୃତ ୪୦ ପଦ୍ୟ ବିଶିଷ୍ଟ ଗୀତା ଚାଳିଶା । ସର୍ବଶାସ୍ତ୍ର ସାର , ସର୍ବଧର୍ମ ସମନ୍ୱୟ ଶାସ୍ତ୍ର ଭଗବଦ୍ ଗୀତା ପରମ କାରୁଣିକ, ସର୍ବଶକ୍ତି ମୟ ଭଗବାନ୍ ଶ୍ରୀକୃଷ୍ଣଙ୍କ ଅମୃତ ପ୍ରବାହ ଜୀବଜଗତକୁ ଅମୃତମୟ କରି ଗଢି ତୋଳି ବାରେ ସହାୟତା ପ୍ରଦାନ କରିଛି । ଭଗବାନ୍ ଶ୍ରୀକୃଷ୍ଣଙ୍କ ମୁଖାରକନ୍ଦରୁ ନିଶୃତ ଅଠର ଅଧ୍ୟାୟରେ ବିଭକ୍ତ ସାତଶହ ଶ୍ଳୋକର ପବିତ୍ର ବାଣିରୁ ଚାଳିଶ ପଦ୍ୟରେ ଗୀତା ଚାଳିଶା ରଚନା କରାଯାଇଛି । ଶ୍ରୀମଦ୍ ଗୀତା ଗ୍ରନ୍ଥ ଅଗାଧ ରନô ଭଣ୍ଡାରରୁ ଚାଳିଶଟି ଅମୁଲ୍ୟ ରନô ସଂଗ୍ରହ କରି ତାର ଭାଷାନ୍ତରଣ ସହିତ ଲଳିତ ପଦ୍ୟରୂପ ପ୍ରଦାନ କରିଛନ୍ତି ଭଗବଦ୍ ପ୍ରେମୀ ତଥା ଶ୍ରୀ ଭଗବଦ୍ ଗୀତା ଜ୍ଞାନର ଗବେଷକ, ପ୍ରଚାରକ ଶ୍ରୀଯୁକ୍ତ ଅକ୍ଷୟ ସାହୁ ବୋଲି ନିଜ ଅଭିମତରେ ଉଲ୍ଲେଖ କରିଛନ୍ତି ଓଡିଶା ରାଜସ୍ୱ ପର୍ଷଦର ବରିଷ୍ଠ ସହାୟିକା ସୁଧାନଳିନୀ ଷଡଙ୍ଗୀ । ଏହି ପୁସ୍ତିକାଟି ମାଧ୍ୟମରେ ଚାଳିଶଟି ଶ୍ଳୋକର ରୂପାନ୍ତର ଏଭଳି ସହଜ, ସରଳ ଏବଂ ଅବିକଳ ଭାବରେ କରାଯାଇଛି ଜଣେ ସାଧାରଣ ମଣିଷ ମଧ୍ୟ ଏହାର ମର୍ମକୁ ଉପଲବ୍ଧି କରିବେ, ସ୍ମରଣ କରିପାରିବେ । ଦୈନଦିନ ଜୀବନରେ ଏହାକୁ ବ୍ୟବହାର କରି ମାନବ ଜନ୍ମର ବାସ୍ତବ ଲକ୍ଷ ପ୍ରାପ୍ତି ନିମିତ ନିଜକୁ ପ୍ରସ୍ତୁତ କରିପାରିବେ । ଗୀତା ସମ୍ବନ୍ଧରେ କିଛିବି ଲେଖିବା କହିବାର ଯୋଗ୍ୟତା କିମ୍ବା ଅଧିକାର ନଥାଇ ଦୁଃସାହସ କରି ଏଭଳି ରଚନା କରିଥିବାରୁ ଶ୍ରୀଯୁକ୍ତ ସହୁ ପରମ ଦୟାଳୁ ଭଗବାନ୍ଙ୍କ ପାଦ ପଦ୍ମରେ କ୍ଷମା ପ୍ରର୍ଥନା ପୂର୍ବକ ଏହି ପୁସ୍ତକକୁ ଭକ୍ତିପୂତ ସମର୍ପଣ କରିଛନ୍ତି । ଭଗବଦ୍ ଗୀତା ବାଣୀ ସାର୍ବ ଜନୀନ ହୋଇ ପାରିଥିବାରୁ ଗୀତା ଚର୍ଚ୍ଚା, ପ୍ରଶାର ପ୍ରଚାର ପାଇଁ ଉଦ୍ୟମ କରିବା ତଥା ଛାତ୍ରଛାତ୍ରୀ ଜନସାଧାରଣଙ୍କ ମଧ୍ୟରେ ଗୀତା ଆବୃତି, ପଠନ ପ୍ରତି ଆଗ୍ରହ ସୃଷ୍ଟି କରି ସୁସ୍ଥ ସମାଜ ଗଠନରେ ମୂଳଦୁଆ ସ୍ଥାପନ କରିବା ଏହି ଗୀତା ଚାଳିଶା ସ୍ୱତସ୍ଫୁତ ଆଧ୍ୟାତ୍ମôôôôôôôôôôôôôôôôôôିକ ପରି କଳ୍ପନା ବୋଲି ଅଭିମତ ପ୍ରଦାନ କରିଛନ୍ତି ରାଜ୍ୟ ଗୀତା ଜ୍ଞାନ ଯଜ୍ଞ କମିଟିର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ । ବ୍ୟସ୍ତବହୁଳ ମାନବ ଜୀବନରେ ସତ୍ ମାର୍ଗରେ ଅଗ୍ରସର ହୋଉଥିବା ଜ୍ଞାନିଗୁଣି ତଥା ସମସ୍ତ ଜନସାଧାରଣଙ୍କ ପାଇଁ ଏହା ନିତ୍ୟ ସହାୟତା ପ୍ରଦାନ କରିବ ବୋଲିିିିିିିିିିିିିିିିିିିି ମଂଚାସିନ ଅତିଥି ମତବ୍ୟକ୍ତ କରିଥିଲେ । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଓଡିଶାର ବରିଷ୍ଠ ପ୍ରଶାସକ ତଥା କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ , ମୁଖ୍ୟ ବକ୍ତା ଭାବେ କିସ୍ ର କୂଳପତି ପ୍ରଫେସର ହରେକୃଷ୍ଣ ସତ୍ପଥି, ସମ୍ମାନିତ ଅତିଥି ଭାବେ ଡିଆରଡିଏ ପିଡି ବିଶ୍ୱଜିତ୍ ଦାସ, ଏନ୍.ଏସ୍.ସି.ଟି ଚେୟାରମ୍ୟାନ ଅନ୍ତର୍ଜ୍ୟାମୀ ସାମଲ, ପ୍ରଫେସର ଦେବେନ୍ଦ୍ର ନାଥ ବାରିକ ଏବଂ ପ୍ରଫେସର ଆଶିଷ ଚକ୍ରବର୍ତୀ ପ୍ରମୁଖ । ଏହି ଗୀତା ଚାଳିଶା ସନ୍ଥ ତୁଳଶୀ ଦାସଙ୍କ ହନୁମାନ ଚାଳିଶା ପରି ଲୋକାଦୃତ ହେବାର ପୂର୍ବାନୁମାନ କରି ଏହାକୁ ବିଭିନ୍ନ ସ୍ୱରରେ ଅଡିଓ ସି.ଡି ମାଧ୍ୟମରେ ପ୍ରସ୍ତୁତ କରୁଛନ୍ତି ଓଡିଶାର ଅଗ୍ରଣି ଅଡିଓ ଭିଜୁଆଲ ସଂସ୍ଥା ଗଜଲକ୍ଷ୍ମୀ ମୁ୍ୟଜିକ କମ୍ପାନୀ । ଖୁବ୍ ଶିଘ୍ର ଏହି ଅଡିଓ ମୁକ୍ତିଲାଭ କରି ଜନସାଧାରଣଙ୍କ ନିକଟରେ ଉପଲବ୍ଧ ହେବ ବୋଲି ଲଣାଇଛନ୍ତି ମୁ୍ୟଜିକ କମ୍ପାନୀର ପ୍ରତିଷ୍ଠାତା ।

Leave a Reply

Your email address will not be published.