ପାରାଦୀପ ବିଜୁ ଜନତା ଦଳ ତରଫରୁ ୨୧ ତମ ପ୍ରତିଷ୍ଠା ଦିବସ ପାଳନ
ପାରାଦ୍ୱୀପ, (ଓଏନ୍ଏସ୍): ସ୍ଥାନୀୟ ନୂଆ ବଜାରର ପାରାଦୀପ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳର ୨୧ ତମ ପ୍ରତିଷ୍ଠା ଦିବସ ବ୍ୟାପକ ଶାନ୍ତି ଶୃଖଂଳା ମଧ୍ୟରେ ଶେଷ ହୋଇଛି । ଏହି ପ୍ରତିଷ୍ଠା ଦିବସରେ ପାରାଦୀପ ପୈାରାଂଚଳର ୧୯ଟି ୱାର୍ଡର ପ୍ରାୟ ୩ ହଜାର ବିଜୁ ଜନତା ଦଳ, ବିଜୁ ମହିଳା , ବିଜୁ ଯୁବବାହିନୀ ଓ ଛାତ୍ର ବିଜେଡିର କର୍ମକର୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ । ପାରାଦ୍ୀପ ନଗର ବିଜୁ ଜନତା ଦଳର ସଭାପତି ଶ୍ରୀ ସୁମନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମାନ୍ୟବର ସାଂସଦ ଡଃ କୁଳମଣି ସାମଲ , ପାରାଦ୍ୱୀପ ପୈାରପାଳ ବସନ୍ତ କୁମାର ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ପାରାଦ୍ୱୀପ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ କାଉନସିଲର ବର୍ଷିଆନ ନେତା ଶ୍ରୀ ମାଗୁଚରଣ ନାୟକ, ପାରାଦୀପ ବିଜୁ ମହିଳା ସଭାନେତ୍ରୀ ଚପଳା ସ୍ୱାଇଁ, କାଉନସିଲର ଶଙ୍କର ରାଉତ, ମାନସ ବିଶ୍ୱାଳଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତାମାନେ ମଂଚାସୀନ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ୨୧ ବର୍ଷ ପୂର୍ତୀ ଉପଲକ୍ଷେ ସ୍ୱର୍ଗତ ବିଜୁବାବୁଙ୍କ ମାନସ ପୁତ୍ର ପାରାଦ୍ୀପ ବନ୍ଦର ଏବଂ ତାଙ୍କର ସୁଯୋଗ୍ୟ ପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଶିର୍ବାଦରେ ପାରାଦ୍ୱୀପ ବନ୍ଦରର ବିକାଶ ହୋଇ ପାରିଛି । ୧୮ ବର୍ଷ ଧରି ଓଡିଶାର ଶାସନ କ୍ଷେତ୍ରରେ ଏମାନେ ଅଛନ୍ତି । ଯାହାଙ୍କ ନାମରେ ଏକ ଆଂଚଳିକ ରାଜନୈତିକ ଦଳ ପ୍ରତିଷ୍ଠା ହୋଇ ପାରିଛି । ମୁଖ୍ୟମନ୍ତ୍ରୀ ପାରାଦ୍ୱୀପର ବିକାଶ ତଥା ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡିଥିବାରୁ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ହାତ ମୁଠାକୁ ଟାଣ କରିବାକୁ ବିଜୁ ଜନତା ଦଳର କର୍ମୀମାନଙ୍କୁ ମଂଚାସିନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସମାବେଶରେ ପୂର୍ବତନ କାଉନସିଲର କୁମରବର ନାୟକ, ବିଧାୟକଙ୍କ ପୂର୍ବତନ ପ୍ରତିନିଧି ଉଲ୍ଲାସ ବିଶ୍ୱାଳ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଯୁବ ନେତା ଆଶିଶ ମହାପାତ୍ର, ଆଲୋକ ମହାପାତ୍ର, ଅଟଳ ପରିଡାଙ୍କ ସମେତ ବହୁ ଯୁବ ବିଜେଡି କର୍ମୀ ଉକ୍ତ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଯୁବ ବିଜେଡିର ସଭାପତି ଆଲୋକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।