ଉତମ ଛାତ୍ର-ଶିକ୍ଷକ ସଂପର୍କ ପିଲାମାନଙ୍କୁ ପ୍ରେରଣା ଦିଏ
ଖୋରଧା, (ଓଏନ୍ଏସ୍): ସ୍ଥାନୀୟ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି ସେମିନାର ହଲରେ ରସାୟନ ବିଜ୍ଞାନ ବିଭାଗ ତରଫରୁ ଏକ ଆଲୁମିନି ସମାବେଶ ମହାସମାରୋହରେ ମୁଖ୍ୟ ସଂଯୋଜକ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନଦଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ସ୍ନାତକ ବିଭାଗ ଖୋଲିବା ଦିନଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ମହାମିଳନ ହୋଇଥିବା ଏହି ସ୍ୱତନ୍ତ୍ର ଆଲୁମିନି ଉସôବରେ ରସାୟନ ବିଭାଗର ପ୍ରଥମ ବିଭାଗୀୟ ମୁଖ୍ୟ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଦିବାକର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦ୍ଘାଟନ କରି କହିଲେ ଏହା ହେଉଛି ଏକ ମହାମିଳନର ମହୋସôବ । ଏହା ଶିକ୍ଷକ ଏବଂ ପିଲା ମାନଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଆତ୍ମୀୟତା ଭଳି ଦିବ୍ୟ ଗୁଣ ଗୁଡିକୁ ଦୃଢ଼ କରିବା ସହିତ ପର ପିଢ଼ିଙ୍କୁ ଉନ୍ନତିର ଶୀର୍ଷରେ ପହଂଚାଇବା ପାଇଁ ପ୍ରେରଣା ଯୋଗାଇ ଥାଏ । ମୁଖ୍ୟ ବକ୍ତା ଭାବରେ ରାଜ୍ୟ ସୈନିକ ବୋର୍ଡର ଅଧ୍ୟକ୍ଷ ତଥା ଅବସର ପ୍ରାପ୍ତ ରାଜ୍ୟ ଏନ୍ସିସିର ଡେପୁଟି ଡାଇରେକ୍ଟର ଜେନେରାଲ ଲଲିତ ନାରାୟଣ ଅଗ୍ରୱାଲା ଯୋଗଦେଇ କହିଲେ ଏହି ମହାବିଦ୍ୟାଳୟର ରସାୟନ ବିଭାଗର ପୂର୍ବତନ ଛାତ୍ର ଭାବରେ ମୁଁ ଗର୍ବିତ । ଏହି ମହାବିଦ୍ୟାଳୟର ମହାନତା ଯୋଗୁଁ ଆଜି ସାରା ଦେଶରେ ଏହାର ଛାତ୍ରଛାତ୍ରୀମାନେ ଅନେକ ଉଚ୍ଚ ପଦପଦବୀର ଅଧିକାରୀ ହୋଇପାରିଛନ୍ତି । ଆମେ ଯଦି ଏହି ଆଲୁମିନି ସଂଗଠନ ମାଧ୍ୟମରେ ମହାବିଦ୍ୟାଳୟର ସମସ୍ତ ବିଭାଗର ପୂର୍ବତନ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ଏକାଠି କରିପାରିବା ତେବେ ଏହି ମହାବିଦ୍ୟାଳୟ ସାରା ଭାରତ ବର୍ଷରେ ଏକ ଶୀର୍ଷ ସ୍ଥାନରେ ପହଂଚିପାରିବ । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରାଧ୍ୟାପିକା ସ୍ୱୟଂପ୍ରଭା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉସôବର ପ୍ରାରମ୍ଭରେ ରସାୟନ ବିଭାଗର ମୁଖ୍ୟ ଡ଼କ୍ଟର ଅଜନ୍ତା ଶତପଥି ତାଙ୍କ ସ୍ୱାଗତ ଭାଷଣରେ କହିଲେ ରସାୟନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଲୁମିନି ଉସôବ ପାଇଁ ଯେଉଁ ଉସôାହ ରହିଛି ତାହାକୁ ଆଗାମୀ ପ୍ରତିବର୍ଷ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ ଏବଂ ସେଥିପାଇଁ ଏକ କମିଟି କରାଯିବା ସହିତ ଏକ କର୍ପସ ଫଣ୍ଡ୍ ମଧ୍ୟ ରହିବ । ଆଗାମୀ ବର୍ଷମାନଙ୍କରେ ଆରମ୍ଭରୁ ପ୍ରତ୍ୟେକ ଶିକ୍ଷାବର୍ଷରୁ ପିଲାମାନଙ୍କୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ । ଅନ୍ୟତମ ଅତିଥି ଭାବରେ ଉତର ଓଡିଶା ବିଶ୍ୱବିଦ୍ୟାଳୟର କୂଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ କରାଯିବା ପାଇଁ କହି ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉସôାହିତ କରିଥିଲେ । ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ମୁଖ୍ୟ ଅତିଥି ପ୍ରାଧ୍ୟାପକ ଦିବାକର ପଟ୍ଟନାୟକଙ୍କୁ ତାଙ୍କ ଦୀର୍ଘ ୩୬ ବର୍ଷର ନିରବଚ୍ଛିନ୍ନ ତଥା ନିଷ୍ଠାପର ସେବା ପାଇଁ ଏକ ସ୍ମୃତିଫଳକ ଏବଂ ଉତରୀ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ସିପ୍ରା ମହାନ୍ତି ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ସଂଯୋଜକ ଅଧ୍ୟାପକ ଶୁଶାନ୍ତ କୁମାର ମିଶ୍ର, ଜଗନ୍ନ୍ାଥ ସାହୁ, ଗଦାଧର ରଥ, ଡଲି ମିଶ୍ର, ଡ. ପ୍ରିୟବ୍ରତ ମହାନ୍ତି, ଡ. ପୂର୍ଣ୍ଣଚନ୍ଦ୍ର ବୈଶାଖ, ଡ. ପ୍ରଣବ ମହାନ୍ତି, ଡ. ମଂଜୁ ପଟ୍ଟନାୟକ, ଡ. ମମତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହେଯାଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଧା ବିନୋଦ ଦାସ କାନୁନଗୋ, ଡ. ପଠାଣି ମାନସିଂହ, ଡ. ବ୍ରଜକିଶୋର ମହାନ୍ତି, ଡ. ଦିଗମ୍ବର ଦାସ, ଡ. ଗୌରିବାଳା ପ୍ରଧାନ, ଡ. ଜ୍ୟୋସ୍ନôା ପଟ୍ଟନାୟକ, ଡ. ରବୀନ୍ଦ୍ରନାଥ ମଲ୍ଲିକ, ଡ. ଶୁରେନ୍ଦ୍ର ନାଥ ମିଶ୍ର, ସଦାଶିବ ପଣ୍ଡାଙ୍କ ସମେତ ଅଦେ୍ର୍ଧନ୍ଦୁ ଦାସ, ପ୍ରିତି ରଂଜନ ମହାନ୍ତି, ମନୋଜ ହୋତା, ମଙ୍ଗୁଳି ନିଶଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।