ଏସଏଚଜି ଗୃପକୁ ବିନା ସୁଧରେ ଋଣ ମିଳିବ: ମୁଖ୍ୟମନ୍ତ୍ରୀ
ପୁରୀ ଠାରେ ଅନୁଷ୍ଠିତ ମିଶନ ଶକ୍ତି ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ରାଜ୍ୟରେ ମହିଳା ମିଶନ ଶକ୍ତି ,କ ଆଂଦୋଳନରେ ପରିରତ ହୋଇଛି । ଦୁି ହଜାର ମସିହାର ମିଶନ ଶକ୍ତି ଆରମ୍ଭ ହୋଇଥିଲା । ୧୮ ବର୍ଷ ଭିତରେ ଏହା ଏକ ଆଂଦୋଳନର ରୂପ ନେଇଛି । ଏବେ ପ୍ରତି ପଂଚୟତରେ ଗଢି ଉଠିଛି, ମିଶନ ଶକ୍ତି ଗୋଷ୍ଠୀ । ରାଜ୍ୟର ମହିଳାମାନେ ଲହା ମାଧ୍ୟମରେ ବେଶ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସ୍ମାର୍ଟ ଫୋନ ପାଇଁ ତିନି ହଜାର ଟଙ୍କା ଦେଇଛନ୍ତି । ଏହା ସହିତ ପ୍ରତିଗୃପକୁ ୧୫ ହଜାର ଟଙ୍କର ବୀମା ରାଶି ଦିଆଯାଇଛି । ପ୍ରତି ଗୃକୁ ବିନାସୁଧରେ ଋଣ ରାଶିକୁ ତିନି ହଜାର ଟଙ୍କାକୁ ବୃଦ୍ଧି କରାଯାଇଚି । ଏହା ଉପରେ ସେମାନଙ୍କୁ କୌଣସି ସୁଧ ଦେବାକୁ ପଡିବ ନାହିଁ । ଏହା ଦ୍ୱରା ରାଜ୍ୟର ୭୦ ଲକ୍ଷ ମହିଳା ଉପକୃତ ହେବେ । ୪୫୦ କୋଟି ଟଙ୍କା ଗୋଷ୍ଠିମାନଙ୍କ ପାଇଁ ବ୍ୟୟ କରାଯିବ । ମିଶନ ଶକ୍ତି ମହାସଂଘକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ପ୍ରଥମେ ମିଶନ ଶକ୍ତିର କମିଶନର ସୁଜାତା କାର୍ତିକେୟନ ସ୍ୱାଗତ ଭାଷଣ ଦେଇ କହିଥିଲେ ୨୦୦୧ ମସିହା ସେପ୍ଟେମ୍ବର ୮ ତାରିଖରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା । ଏବେ ରାଜ୍ୟର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିଛନ୍ତି । ଅଙ୍ଗନବାହି କେନ୍ଦ୍ର ପାଇଁ ଏମାନେ ଛତୁଆ ପ୍ରସ୍ତୁତ କରୁଛନ୍ତି । ସେଥିଲାଗି ସରକାର ୪୦୦ କୋଯି ଟଙ୍କା ଦେଇଚନ୍ତି । ଏମାନଙ୍କ ପାଇଁ ରାଜ୍ୟରେ ଶିଶୁ ମୃତ୍ୟୁହାର ଠାରୁ ଆରମ୍ଭ କରି ମାତୃମୃତ୍ୟୁହାର କମିଛି । ସଭାରେ ପୁରୀ ଜିଲ୍ଲାର ଅରୁଣିମା ନନ୍ଦ ଓ ମୟୂରଭଂଜ ଜିଲ୍ଲାର ମିନାକ୍ଷି ପୃଷ୍ଟି ସେମାନଙ୍କ ସଫଳତା ସଂପର୍କରେ ପ୍ରକାଶ କରିଥିଲେ ।
ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସାଂସଦ ପିନାକୀ ମିଶ୍ର, କୂଳମଣି ସାମଲ, ସଂଜୟ ଦାସବର୍ମା ପ୍ରମୁଖ ୁପସ୍ତିତ ଥିଲେ ।