ଘରୋଇ ନର୍ସିଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ରାଜ୍ୟରେ ଏବେ ନର୍ସିଂ ଶିକ୍ଷା ବ୍ୟବସାୟରେ ପରିଣତ ହୋଇଛି । ସବୁକ୍ଷେତ୍ରରେ ସରକାରୀ ଆଇନ ଓ ବାସ୍ତବତା ଭିନ୍ନ ଭିନ୍ନ ଦିଗରେ ଗତି କଲା ଭଳି ରାଜ୍ୟରେ ବର୍ତମାନ ଛତୁ ଫୁଟିବା ଭଳି ଘରୋଇ ନର୍ସିଂ ସ୍କୁଲ୍ ଓ କଲେଜ ପ୍ରତିଷ୍ଠା ହୋଇ ଚାଲିଛି । ଏଏନ୍ଏମ୍ ଓ ଜିଏନ୍ଏମ୍ ତାଲିମ୍ କେନ୍ଦ୍ର ଖୋଲିବା ପାଇଁ ଆଇଏନ୍ସିର ନିର୍ଦ୍ଦିଷ୍ଟ ନିୟମାବଳୀ ଥିବା ସତ୍ୱେ ବିନା ଭିତିଭୂମି, ଥିଓରି ଶିକ୍ଷା, ପ୍ରାକ୍ଟିକାଲ୍ ଶିକ୍ଷାର ଆଦୌ ସୁବିଧା ନଥିବା ସ୍ଥାନରେ କିପରି ଏହିସବୁ ତାଲିମ୍ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି, ତାହା ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲକୁ ସ୍ତବ୍ଧ କରିଛି । ଅଭିଯୋଗ ଅନୁଯାୟୀ କେତେକ ନର୍ସିଂ ସ୍କୁଲ୍ ବା କଲେଜ ଦ୍ୱାରା ନାମ ଲେଖାରେ ବ୍ୟାପକ ଜାଲିଆତି କରାଯାଇ ପ୍ରାର୍ଥୀ/ପ୍ରାର୍ଥିନୀ ମାନଙ୍କ ଠାରୁ ନିୟମ ବର୍ହିଭୂତ ମୋଟା ଅଙ୍କର ଅର୍ଥ ଆଦାୟ କରା ଯାଉଛି । ଜିଏନ୍ଏମ୍ ଓ ଏଏନ୍ଏମ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ +୨ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ । ଏଏନ୍ଏମ୍ ପାଠ୍ୟକ୍ରମ ପାଇଁ +୨ କଳାରେ ଗଣିତ, ଫିଜିକ୍ସ, କେମିଷ୍ଟ୍ରି, ବାୟୋଲଜି, ବାୟୋଟେକ୍ନୋଲଜି, ହୋମ୍ ସାଇନ୍ସ, ସୋସିଓଲଜି, ଫିଜିଓଲଜି, ଫିଲୋସଫି, ଇକୋନ୍ମିକ୍ସ, ଇତିହାସ, ଭୂଗୋଳ, ପଲିଟିକାଲ୍ ସାଇନ୍ସ, ବିଜ୍ନେସ୍ ଷ୍ଟଡ଼ିଜ୍, ଆକାଉଂଟାନ୍ସୀ ମଧ୍ୟରୁ ଯେକୌଣସି ନିର୍ଦ୍ଧାରିତ ବିଷୟ ରହିଥିବା ଦରକାର । ସେହିପରି ଜିଏନ୍ଏମ୍ ପାଠ୍ୟକ୍ରମ ପାଇଁ ଆଇଏନ୍ସି ଦ୍ୱାରା ଅଗ୍ରାଧିକାର ଭିତିରେ +୨ ବିଜ୍ଞାନ(ପିସିବି) ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି । ଏହା ଅତିରିକ୍ତ +୨କଳାରେ ଗଣିତ, ବାୟୋଟେକ୍ନୋଲଜି, ପଲିଟିକାଲ୍ ସାଇନ୍ସ, ଇକୋନ୍ମିକ୍ସ, ଇତିହାସ, ଭୂଗୋଳ, ବିଜ୍ନେସ୍ ଷ୍ଟଡ଼ିଜ୍, ଆକାଉଂଟାନ୍ସୀ,ହୋମ୍ ସାଇନ୍ସ, ଫିଜିଓଲଜି, ଫିଲୋସଫି, ଭୋକେସନାଲ୍ରେ ହେଲ୍ଥକେୟାର୍ ସାଇନ୍ସ ମଧ୍ୟରୁ ଯେକୌଣସି ନିର୍ଦ୍ଧାରିତ ବିଷୟ ରହିଥିବା ଦରକାର । ହେଲେ ଅଧିକାଂଶ ନର୍ସିଂ ସ୍କୁଲ୍ ବା କଲେଜରେ ଉପରୋକ୍ତ ଯୋଗ୍ୟତା ନଥିବା କେତେକ ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ତାଲିମ୍ ନେବାର ସୁଯୋଗ ଦିଆ ଯାଇଥିôବା ଜଣାପଡ଼ିଛି । ମାଟି୍ରକ୍ ପରେ ସଂସ୍କୃତ ମହାବିଦ୍ୟାଳୟରେ +୨ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ନାମ ଲେଖାଇବାର ସୁଯୋଗ ଦିଆ ଯାଇଛି । ମୁଖ୍ୟତଃ ୨୦୧୨-୧୩, ୨୦୧୩-୧୪ ଓ ୨୦୧୪-୧୫ ଶିକ୍ଷାବର୍ଷରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶଙ୍କର ନାମଲେଖା ବେଆଇନ ବୋଲି ଅଭିଯୋଗ ହେଉଛି । ତେବେ ଆଇଏନ୍ସି, ଓଡ଼ିଶା ନର୍ସେସ୍ ଏଣ୍ଡ୍ ମିଡ଼୍ୱାଇଭ୍ସ କାଉନସିଲ୍ ଓ ରାଜ୍ୟ ସରକାର ଉକ୍ତ ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ କିଭଳି ପରୀକ୍ଷା ଦେବାର ସୁଯୋଗ ଦେଇଛନ୍ତି, ତାହା ବୁଦ୍ଧିଜୀବୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ସରକାର ଏଭଳି ଜାଲିଆତି ଜାଣିବା ପରେ ନାମଲେଖା ନିୟମ କଡ଼ାକଡ଼ି କରିଥିବା ଜଣା ପଡ଼ିଛି । ସୂଚନାଯୋଗ୍ୟ ଯେ, ସରକାରୀ ବା ଘରୋଇ ଚିକିତ୍ସାଳୟରେ ନିଯୁକ୍ତି ବେଳେ ଚୟନ ପ୍ରକି୍ରୟାରେ ମୁଖ୍ୟତଃ ମାଟି୍ରକ୍ ଏବଂ +୨ ବିଜ୍ଞାନ ବା କଳାର ମାର୍କ କୁ ଅଗ୍ରାଧିକାର ଦିଆ ଯାଉଛି । ଏହି ହିସାବରେ ଯେଉଁମାନେ ଏଏନ୍ଏମ୍ ଓ ଜିଏନ୍ଏମ୍ ତାଲିମ୍ରେ ଉତୀର୍ଣ୍ଣ ହୋଇ ପ୍ରମାଣପତ୍ର ହାସଲ କରିଛନ୍ତି, ସେମାନେ ସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇ ପାରିବେ ନାହିଁ ବୋଲି କୁହାଯାଉଛି । ତେବେ କେତେକ ନର୍ସିଂ ସ୍କୁଲ୍ ବା କଲେଜରେ ପୂର୍ବପରି ନାମଲେଖାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି । ପରିକ୍ଷାରେ ଘରୋଇ ଛାତ୍ରଛାତ୍ରୀ ବହୁ ଅଧିକ ନମ୍ବର ରଖି ପାସ୍ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ନିୟମାବଳୀ ଅନୁଯାୟୀ ଅଳ୍ପ କେତୋଟି ଘରୋଇ ନର୍ସିଂ ତାଲିମ୍ କେନ୍ଦ୍ର ମଜଭୁତ ଭିତିଭୂମି ଓ ପ୍ରଭାବଶାଳୀ ତାଲିମ୍ ବ୍ୟବସ୍ଥା ରହିଥିବା ବଡ଼ବଡ଼ ଘରୋଇ ହସ୍ପିଟାଲ୍ ପରିସରରେ ଅବସ୍ଥିତ । ତେବେ ଘରୋଇ କର୍ତୂପକ୍ଷଙ୍କୁ ମ୍ୟାନେଜମେଂଟ କୋଟା ବାବଦରେ ୧୫ ଭାଗ ସିଟ୍ ପୂରଣ ପାଇଁ ସ୍ୱାଧୀନତା ଦିଆଯାଇଛି, ଯାହା ୨୦୧୫ ପର୍ଯ୍ୟନ୍ତ ୫୦ଭାଗ ଥିଲା । ଯଦ୍ୱାରା ଏହି କୋଟା ସିଟ୍ରେ ହିଁ ଘରୋଇ ନର୍ସିଂ ତାଲିମ୍ କେନ୍ଦ୍ରର ମାଲିକ ମାନେ ହୁଏତ ଅର୍ଥ ଲାଳସାରେ ଅଯୋଗ୍ୟ ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ନାମ ଲେଖାର ସୁଯୋଗ ଦେଇଥିବା ଅଭିଯୋଗ ହେଉଛି । ସେହି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟଇ ହେଉଛି । ସଂପୃକ୍ତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ଦାୟୀ ହେବ କିଏ? ଏଥିପ୍ରତି ସରକାର ସଚେତନ ରହିବା ଉଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
ସେହିପରି ନର୍ସିଂ ସ୍କୁଲ ସ୍ଥାପନ ପାଇଁ ଆଇଏନ୍ସିର ନିୟମାବଳୀ ଅନୁଯାୟୀ ଅଧିକାଂଶ ଘରୋଇ ନର୍ସିଂ ସ୍କୁଲ୍ ଓ କଲେଜ ଗୁଡ଼ିକର ଆବଶ୍ୟକ ଭିତିଭୂମିର ଘୋର ଅଭାବ ରହିଛି । ନିୟମାବଳୀ ଅନୁଯାୟୀ ୪୦ରୁ ୬୦ ଜିଏନ୍ଏମ୍ ଛାତ୍ରୀଛାତ୍ର ପଢିବା ପାଇଁ ଶିକ୍ଷା ଗୃହର ନିର୍ମାଣ କ୍ଷେତ୍ର୨୦ ହଜାର ବର୍ଗଫୁଟ୍ ହେବାର ଆବଶ୍ୟକତା ଥିବାବେଳେ ହଷ୍ଟେଲ୍ର ନିର୍ମାଣ କ୍ଷେତ୍ରଟି ୧୭,୫୦୦ ବର୍ଗଫୁଟ୍ ହେବା ଆବଶ୍ୟକ । ଶିକ୍ଷାଗୃହର ଲେକ୍ଚର ହଲ୍ର ନିର୍ମାଣ କ୍ଷେତ୍ର ୨୭୦୦ ବର୍ଗଫୁଟ୍ ହୋଇଥିବା ବେଳେ ଫାଉଣ୍ଡେସନ୍ ଲାବ୍ ୧୫୦୦ ବର୍ଗଫୁଟ୍, ସିଏଚ୍ଏନ୍ ଓ ନୁ୍ୟଟ୍ରିସନ୍ ଲାବ୍ ୯୦୦ ବର୍ଗଫୁଟ୍, କମ୍ପୁ୍ୟଟର୍ ଲାବ୍ ୧୫୦୦ ବର୍ଗଫୁଟ୍, ମଲ୍ଟି ପରପୋଜ୍ ହଲ୍ ୩୦୦୦ ବର୍ଗଫୁଟ୍, କମନ୍ ରୁମ୍ ୧୦୦୦ ବର୍ଗଫୁଟ୍ , ଲାଇବ୍ରେରୀ ୧୮୦୦ ବର୍ଗଫୁଟ୍, ଫାକଲ୍ଟୀ ରୁମ୍ ୧୮୦୦ ବର୍ଗଫୁଟ୍, ଷ୍ଟାଫ୍ ରୁମ୍ ୧୦୦୦ ବର୍ଗଫୁଟ୍, ଆଡ଼ଭାନ୍ସ ନର୍ସିଂ ସ୍କିଲ୍ ଲାବ୍ ୯୦୦ ବର୍ଗଫୁଟ୍, ଓବିଜି ଏବଂ ପେଡ଼ିଆଟି୍ରକ୍ ଲାବ୍ ୯୦୦ ବର୍ଗଫୁଟ୍, ପି୍ର-କ୍ଲିନିକାଲ୍ ସାଇନ୍ସ ଲାବ୍ ୯୦୦ ବର୍ଗଫୁଟ୍, ଏ.ଭି. ଏଡ୍ÿସ ରୁମ୍ ୬୦୦ ବର୍ଗଫୁଟ୍, ପି୍ରନ୍ସିପାଲ୍ ରୁମ୍ ୩୦୦ ବର୍ଗଫୁଟ୍ ଓ ଭାଇସ୍-ପି୍ରନ୍ସିପାଲ୍ ରୁମ୍ ୨୦୦ ବର୍ଗଫୁଟ୍ ହେବାର ଆବଶ୍ୟକତା ରହିଛି । ସେହପରି ୧୭,୫୦୦ ବର୍ଗଫୁଟର ହଷ୍ଟେଲ୍ ନିର୍ମାଣ କ୍ଷେତ୍ର ମଧ୍ୟରେ ଡ଼ାଇନିଂ ହଲ୍ ୩୦୦୦ ବର୍ଗଫୁଟର ହେବା ସହ ରିଡ଼ିଙ୍ଗ୍ ରୁମ୍ ୨୫୦ ବର୍ଗଫୁଟ, ଭିଜିଟର୍ ରୁମ୍ ୫୦୦ ବର୍ଗଫୁଟ, କିଚେନ୍ ଓ ଷ୍ଟୋର ୧୫୦୦ ବର୍ଗଫୁଟ, ୱାଡ଼େନ୍ ରୁମ୍ ୪୫୦ବର୍ଗଫୁଟ, ସାନିଟାରୀ ୧୮୦୦ ବର୍ଗଫୁଟ୍ ଏବଂ ଛାତ୍ରୀଛାତ୍ର ମାନଙ୍କ ପାଇଁ ମୋଟ ୯୦୦୦ ବର୍ଗଫୁଟ ଅଂଚଳରେ(ପ୍ରତ୍ୟେକ ୫୦ବର୍ଗଫୁଟ ଆକାରର) ଡ଼ବଲ୍ ତଥା ସିଙ୍ଗଲ ରୁମ୍ ନିର୍ମାଣର ନିୟମ ରହିଛି । ସେହିପରି ଆଇଏନ୍ସିର ନିୟମାବଳୀ ଅନୁଯାୟୀ ୪୦ରୁ ୬୦ ଏଏନ୍ଏମ୍ ଛାତ୍ରୀଛାତ୍ର ପଢିବା ପାଇଁ ଶିକ୍ଷା ଗୃହର ନିର୍ମାଣ କ୍ଷେତ୍ର ୧୦,୦୬୦ବର୍ଗଫୁଟ୍ ହେବାର ଆବଶ୍ୟକତା ଥିବାବେଳେ ହଷ୍ଟେଲ୍ର ନିର୍ମାଣ କ୍ଷେତ୍ରଟି ୧୫,୬୨୫ ବର୍ଗଫୁଟ୍ ହେବା ଆବଶ୍ୟକ । ଶିକ୍ଷାଗୃହର କ୍ଲାସ୍ ରୁମ୍ର ନିର୍ମାଣ କ୍ଷେତ୍ର ୨୧୬୦ ବର୍ଗଫୁଟ୍ ହେବା ସହିତ ଫାକଲ୍ଟୀ ରୁମ୍ ୧୨୦୦ ବର୍ଗଫୁଟ୍, ଷ୍ଟାଫ୍ ରୁମ୍ ୫୦୦ ବର୍ଗଫୁଟ୍, ନର୍ସିଂ ଲାବୋରେଟରୀ ୧୫୦୦ ବର୍ଗଫୁଟ୍, ଲାଇବ୍ରେରୀ ତଥା ଷ୍ଟଡ଼ି ରୁମ୍ ୧୨୦୦ ବର୍ଗଫୁଟ୍, ଏ.ଭି.ଏଡ୍ସ ରୁମ୍ ୬୦୦ ବର୍ଗଫୁଟ୍, ଟୟେଲେଟ୍ ୫୦୦ ବର୍ଗଫୁଟ୍, ମଲ୍ଟିପରପୋଜ୍ ହଲ୍ ୧୫୦୦ ବର୍ଗଫୁଟ୍ ତଥା ୧୫,୬୨୫ ବର୍ଗଫୁଟ୍ ଆକାରର ହଷ୍ଟେଲ୍ ନିର୍ମାଣ ହେବାର ନିୟମ ରହିଛି । ମାତ୍ର ଆଇଏନ୍ସିର ଏହି ନିୟମ କେବଳ ଖାତାପତ୍ରରେ ସୀମିତ ରହିଥିବା ମନେ ହେଉଛି । ଅଧିକାଂଶ ଘରୋଇ ନର୍ସିଂ ଶିକ୍ଷା କେନ୍ଦ୍ରରେ ଉପରୋକ୍ତ ନିୟମକୁ ସିଧା ଉଲଂଘନ କରାଯାଇ ଆସୁଛି । ଅନ୍ୟପକ୍ଷରେ ନର୍ସିଂ ଶିକ୍ଷା କେନ୍ଦ୍ର ଗୁଡ଼ିକ ନିଜସ୍ୱ ଗୃହରେ କାର୍ଯ୍ୟକ୍ଷମ ହେବାର ନିୟମ ରହିଛି । ତଥାପି ପ୍ରଥମ ୨ବର୍ଷ ଭଡ଼ା ଗୃହରେ ଚାଲିବା ପାଇଁ ସୁଯୋଗ ଦିଆ ଯାଇଛି । ଅନ୍ୟଥା ପରବର୍ତୀ ୩ ବର୍ଷ ପାଇଁ ୫୦,୦୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟର ସଶକ୍ତ ନିୟମ ରହିଛି । ଏହି ସମୟ ମଧ୍ୟରେ ଯଦିଓ ନିଜସ୍ୱ ଗୃହ ଦର୍ଶାଯାଇ ପାରିବ ନାହିଁ, ତେବେ ସଂପୃକ୍ତ ନର୍ସିଂ ଶିକ୍ଷା କେନ୍ଦ୍ରର ସରକାରୀ ଅନୁମତି ଆଇଏନ୍ସି ଦ୍ୱାରା ପ୍ରତ୍ୟାହାର କରି ନିଆଯିବାର ନିୟମ ରହିଛି । ଏହି ନିୟମ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Leave a Reply

Your email address will not be published.