୨୦୦୨ ମସିହା ବ୍ୟାଚର ବନ୍ଧୁ ମିଳନ

ପାରାଦ୍ୱୀପ, (ଓଏନ୍ଏସ୍): ସ୍ଥାନୀୟ ଏନ୍ଏସି ହାଇସ୍କୁଲର ବ୍ୟାଚ ୨୦୦୨ ମସିହା ଛାତ୍ରଛାତ୍ରୀ ମାନଙ୍କର ଗଲ୍ଫ ପଡିଆ ପରିସରରେ ବନ୍ଧୁ ମିଳନ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୭ବର୍ଷ ପରେ ପୁରାତନ ଛାତ୍ରଛାତ୍ରୀମାନେ ମିଶି ଏକ ଅତୁଟ ବନ୍ଧନ ସୃଷ୍ଟି କରିବା ସହ କିଭଳି ଭାବରେ ସ୍କୁଲର ପରିବେଶ ସୁରକ୍ଷା ରହିବ ତାହାରି ଉପରେ ସମସ୍ତେ ସଚେତନ ରହିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ସଜାଇ କେକ୍ କାଟିବା ସହ ୧୭ବର୍ଷ ତଳର ପୁରୁଣା ସାଙ୍ଗ ମାନଙ୍କୁ ଦେଖି ସ୍କୁଲର ଅଭୁଲା ସ୍ମୃତିକୁ ମନେ ପକାଇ ଆନନ୍ଦ ଉଲ୍ଲାସରେ ପରସ୍ପରକୁ ଆଲିଙ୍ଗନ କରି ଉପହାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଗତ ଡିସେମ୍ବର ୧୦ତାରିଖରେ ପାରାଦ୍ୱୀପ ବିଜୁ ମଇଦାନ ଠାରେ ଏକ ପରିଚାଳନା କମିଟି କରାଯାଇଥିଲା । ଏହି କମିଟିରେ ଜିତୁ ରଣସିଂ, ପ୍ରଦିପ ସୁନ୍ଦରା, ନିତ୍ୟପ୍ରକାଶ ଦାସ, ଚିତରଞ୍ଜନ ବିଶ୍ୱାଳ, ରବିନ୍ଦ୍ର ସ୍ୱାଇଁ, ବୁଧନି, ପ୍ରସାନ୍ତ ସ୍ୱାଇଁ ପ୍ରମୁଖ ରହିଥିଲେ ।

Leave a Reply

Your email address will not be published.