ଛାଟିଆ ବୃଦ୍ଧାଶ୍ରମ ପ୍ରତିଷ୍ଠା ଦିବସର ପ୍ରଥମ ବାର୍ଷିକ ଉତ୍ସବ ପାଳିତ
ଢେଙ୍କାନାଳ,(ଓଏନ୍ଏସ୍)): ଛାଟିଆ ବୃଦ୍ଧାଶ୍ରମ ପ୍ରତିଷ୍ଠା ଦିବସର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସମାଜସେବୀ ଇଂ. ଦେବାଶିଷ ହୋତାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳର ବରିଷ୍ଠ ଓକିଲ ସତ୍ୟ ପ୍ରକାଶ ଶରଣ କହିଲେ ଯେ, ସିଆର୍ପିସିର ୧୨୫ ଧାରା ଅନୁଯାୟୀ ବୃଦ୍ଧ ବାପା ମା ମାନେ ନିଜର ପିଲାମାନଙ୍କ ଦ୍ୱାରା ଅବହେଳାର ଶିକାର ହେଲେ କୋର୍ଟରେ କେସ୍ ଦାୟାର କରିପାରିବେ ।
ଅନ୍ୟତମ ଅତିଥି ଭାବରେ କାମାକ୍ଷା ପ୍ରସାଦ ହୋତା ଏବଂ ଧନେଶ୍ୱର ରାଉତ ଯୋଗଦେଇ ମାର୍ଗଦର୍ଶନ କରିଥିଲେ ।
ସଭା ପରେ ଭଜନ କୀର୍ତନ, ନଗର ପରିକ୍ରମା ଏବଂ ସାମୁହିକ ଭୋଜନ ପରିବେଷଣ କରାଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଚକ୍ରଧର ଷଣ୍ଢ, ଦଣ୍ଡଧର ଦେହୁରୀ, ଛାୟାକାନ୍ତ ପଧାନ, ସୁଶାନ୍ତ ଦେହୁରୀ, ସୁକାନ୍ତ ନାଏକ, ବରୁଣ ନାୟକ, ଶିରିଣି ଦେହୁରୀ, ବିଚ୍ଛନ୍ଦ ବାରିକ, ଆକାଶ, ପ୍ରହଲ୍ଲାଦ ଦେହୁରୀ, ଡମ୍ବରୁଧର ଭୋଇ, କ୍ଷୀରୋଦ ଦେହୁରୀ, ସିପୁନ ଦେହୁରୀ, ଶ୍ରୀତମ ଦେହୁରୀ, କୁନ୍ତଳା ନାଏକ, ରସ ନାଏକ, ଗୋଲାପି ନାଏକ, ରେବତୀ ପଧାନ, ଚାରିଆ ଦେହୁରୀ, ରୁକୁଣା ନାଏକ, ଉତମ ଦେହୁରୀ, ବାଳି ପଧାନ, ସଂସାରି ନାଏକ, ଲକ୍ଷ୍ମୀ ଦେହୁରୀ ଏବଂ ଗିରିଶ ନାଏକ ପ୍ରମୁଖ ସଂଯୋଜନା କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ସମାଜସେବୀ ଇଂ. ହୋତାଙ୍କ ମା ସ୍ୱର୍ଗତ ଜ୍ୟୋତ୍ସ୍ନାମୟୀ ହୋତାଙ୍କ ବର୍ଷିକିଆ ପାଳନ ଅବସରରେ ଗତ ୧୦ ଜାନୁୟାରୀ ୨୦୧୮ ଦିନ ଛାଟିଆ ବୃଦ୍ଧାଶ୍ରମ ପ୍ରତିଷ୍ଠା କରାଯାଇଥିଲା । ସ୍ୱର୍ଗତ ହୋତା ଛାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷୟିତ୍ରୀ ଭାବରେ ୧୨ ନଭେମ୍ବର ୧୯୭୫ ଦିନ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସ୍ୱର୍ଗତ ହୋତାଙ୍କର ୨୦୧୭ ମସିହାରେ ୬୫ ବର୍ଷ ବୟସରେ ଦେହାବସାନ ଘଟିଥିଲା ।