ସଂଦେହରେ ସୋର ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଭୂମିକା
ବାଲେଶ୍ୱର, (ଓଏନ୍ଏସ୍): ଆଧାର ତଥ୍ୟ ଗରୁତ୍ୱପୂର୍ଣ୍ଣ । ଏହାର ସୁରକ୍ଷାକୁ କେନ୍ଦ୍ର କରି ବହୁ ବାଦବିବାଦ ଦେଖାଦେଇଛି । ଏପରିକି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ମଧ୍ୟ ଯାଇଛି । ଆଧାରର ତଥ୍ୟର ସୁରକ୍ଷା ଉପରେ ମାନ୍ୟବର ସୁପ୍ରିମକୋର୍ଟର୍ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ଅତୀତର ସମସ୍ତ ବ୍ୟବସ୍ଥାକୁ ଉଛେଦକରି UIDAI ଆଧାର ପଞ୍ଜିକରଣ କେନ୍ଦ୍ର ପାଇଁ ନୂଆ ଗାଇଡଲାଇନ ପ୍ରଚଳନ କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ କେବଳ ସରକାରୀ କାର୍ଯ୍ୟାଳୟ, ଯଥା – ଡାକଘର, ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ ଏବଂ ଏନ୍.ଏ.ସି/ପୋ÷ରପାଳିକା ଭଳି ଅର୍ବାନ ଲୋକାଲ ବଡି କାର୍ଯ୍ୟାଳୟରେ/ କାର୍ଯ୍ୟାଳୟ ପରିସରରେ, ସରକାରୀ କାର୍ଯ୍ୟଦିବସରେ ଏବଂ ଅଫିସ ସମୟରେ, ଅଧିକାରୀଙ୍କ ତତ୍ୱାବଧାନରେ ଆଧାର ପଞ୍ଜିକରଣ କେନ୍ଦ୍ର ଚାଲିପାରିବ । ଆଧାର ପଂଜିକରଣ କେନ୍ଦ୍ରର ସରଞ୍ଜାମ ଏହିସବୁ ସରକାରୀ କାର୍ଯ୍ୟାଳୟ ପରିସରର ବାହାରକୁ ଯାଇ ପାରିବ ନାହିଁ । ନିହାତି ଆବଶ୍ୟକ ହେଲେ ଜଣେ ଦକ୍ଷ ଅଧିକାରୀଙ୍କ ତତ୍ୱାବଧାନରେ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଭଳି ସରକାରୀ ସ୍ୱୀକୃତିପ୍ରାପ୍ତ ସ୍ଥାନକୁ ଯାଇପାରିବ । ନଚେତ୍ କୋ÷ଣସି ପରିସ୍ଥିତିରେ ସରକାରୀ କାର୍ଯ୍ୟାଳୟ/କାର୍ଯ୍ୟାଳୟ ପରିସରର ବାହାରେ ଆଧାର ପଞ୍ଜିକରଣ କେନ୍ଦ୍ର ଚାଲିପାରିବ ନାହିଁ ବୋଲି ଟଓଊଇଓ ଗାଇଡଲାଇନ କହୁଛି । ଏସମ୍ପର୍କରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏଣ୍ଡ ଇନଫରମେସନ ଟେକ୍ନୋଲୋଜି ଡିପାର୍ଟମେ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମୁ୍ୟନିସ୍ପାଲ କମିସନର ଏବଂ ସମସ୍ତ ମ୍ୟୁନିସ୍ପାଲ କର୍ପୋରେସନକୁ ଚିଠି ଦ୍ୱାରା (Ref. No. OCAC-NEGP-INFRA-0001-2017- 4822/Dated 03.12.2018) ଜଣାଇବା ସହିତ, ହାଉସିଂ ଏଣ୍ଡ ଅର୍ବାନ ଡେଭ୍ଲପ୍ମେଂଟ ଡିପାର୍ଟମେଂଟର ସ୍ପେଷାଲ ସେକ୍ରେଟାରୀ ସୁରେନ୍ଦ୍ର ପ୍ରସାଦ ଦାସ ମଧ୍ୟ ମୁ୍ୟନିସ୍ପାଲ କମିସନର, ସମସ୍ତ ମୁ୍ୟନିସ୍ପାଲ କର୍ପୋରେସନ, ସମସ୍ତ ମୁ୍ୟନିସ୍ପାଲିଟ୍ ଓ ଏନ.ଏ.ସିର ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି ଦ୍ୱାରା (No.13-52-22-112/2018/ 28857/HUD/ Dated 3.11.18) ଏହି ଗାଇଡଲାଇନ୍ ସମ୍ପର୍କରେ ଜଣାଇଛନ୍ତି । ଏପରିସ୍ଥଳେ ଉପରିସ୍ଥ ଅଧିକାରୀଙ୍କ ନିଦେ୍ର୍ଦଶ ଓ ୟୁଆଇଡିଏଆଇର ଗାଇଡ ଳାଇନକୁ ବେଖାତିର କରି ସୋର ପୋ÷ରପାଳିକା କାର୍ଯ୍ୟାଳୟ ପରିସର ବାହାରେ ମାର୍କେଟ କମ୍ପ୍ଲେକ୍ସରେ ଚାଲିଛି ଆଧାର ପଞ୍ଜିକରଣ କେନ୍ଦ୍ର ।
ବାଲେଶ୍ୱର ଜିଲ୍ଲାରେ ମୋଟ ୧୪ଟି ଆଧାର ପଞ୍ଜିକରଣ କେନ୍ଦ୍ର ପାଇଁ ୟୁଆଇଡିଏଆଇ ସ୍ୱୀକୃତି ଦେଇଛି । ସୋର ପୋରପାଳିକା ପାଇଁ ସୁମତି ରାଣୀ ବେହେରା ଅଧିକୃତ ହୋଇଥିବା ବେଳେ ସେ ପୋ÷ରପାଳିକା କାର୍ଯ୍ୟାଳୟ ପରିସର ବାହାରେ, ପୋ÷ରପାଳିକା ଦ୍ୱାରା ଦୋକାନ କରିବା ପାଇଁ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସରେ ଆଧାର ପଞ୍ଜିକରଣ କେନ୍ଦ୍ର ଚଳାଇଛନ୍ତି । ଏସମ୍ପର୍କରେ ଜାଣିବା ପାଇଁ ତାଲିକାରେ ଥିବା ତାଙ୍କର ମୋବାଇଲ ନମ୍ବର-୯୮୬୧୪୩୯୭୨୭କୁ କଲ କରିବାରୁ ଶ୍ରୀମତୀ ବେହେରାଙ୍କ ଶିକ୍ଷକ ସ୍ୱାମୀ ମୋବାଇଲ ଉଠାଇ ଥିଲେ ଏବଂ ସେ ବାହାରେ ରହିଛନ୍ତି, ଯାହା ପଚାରିବାର ଅଛି ମୋତେ ପଚାରନ୍ତୁ ବୋଲି କହିଥିଲେ । ପୋ÷ରପାଳିକା କାର୍ଯ୍ୟାଳୟ ପରିସର ବାହାରେ କିପରି ଆଧାର କେନ୍ଦ୍ର ଚାଲିଛି ପ୍ରଶ୍ନର ଉତରରେ ସେ କହିଥିଲେ, ଆଧାର କେନ୍ଦ୍ର ଚାଲିଥିବା ଘରଟି ପୋ÷ରପାଳିକା କାର୍ଯ୍ୟାଳୟ ଆଗରେ, ପୋ÷ର ପାଳିକା ଦ୍ୱାରା ନିର୍ମିତ ଘରେ ଚାଲିଛି ଏବଂ ନିର୍ବାହୀ ଅଧିକାରୀଙ୍କ ଅନୁମତି ନେଇ ସେ ଚଲାଇଛନ୍ତି । ଏଥିରୁ ପ୍ରମାଣିତ ହେଉଛିଯେ, ସୁମତି ରାଣୀ ବେହେରାଙ୍କ ନାମରେ ତାଙ୍କର ଶିକ୍ଷକ ସ୍ୱାମୀ ପ୍ରଛଦରେ ରହି (ଯେହେତୁ ଚାକିରୀ କରିଥିବାରୁ ତାଙ୍କ ନାମରେ ଆଧାର କେନ୍ଦ୍ର ଚାଲିପାରିବ ନାହିଁ) ଏହି କେନ୍ଦ୍ର ଚଳାଇଛନ୍ତି । ଅନ୍ୟପକ୍ଷରେ ସୋର ପୋ÷ର ପାଳିକା ନିର୍ବାହୀ ଅଧିକାରୀ ଙ୍କୁ ତାଙ୍କର ମୋବାଇଲ ନମ୍ବର ୯୪୩୭୧୦୪୩୫୧ରେ ଆଧାର କେନ୍ଦ୍ର ସମ୍ପର୍କରେ ପଚାରିବାରୁ, କାର୍ଯ୍ୟାଳୟ ପରିସରରେ ଘର ନଥିବାରୁ ଏବଂ ପୋରପାଳିକାଦ୍ୱାରା ନିର୍ମାଣ କରାଯାଇଥିବା ଘର ପୋ÷ରପାଳିକାର ହୋଇଥିବାରୁ ଆଧାର କେନ୍ଦ୍ର ଚଳାଇବାକୁ ସେ ଦେଇଥିବା ଅନୁମତି ବେଆଇନ୍ ନୁହେଁ ବୋଲି କହିଥିଲେ ।
ବେଆଇନ୍ ଭାବେ ସୋର ପୋ÷ରପାଳିକାରେ ଚାଲିଥିବା ଆଧାର କେନ୍ଦ୍ରର ଫଟୋ ଏବଂ ଉଭୟ ସୋର ପୋ÷ରପାଳିକା ନିର୍ବାହୀ ଅଧିକାରୀ ଓ ଆଧାରକେନ୍ଦ୍ର ପରିଚାଳନା ପାଇଁ ଅଧିକୃତ ସୁମତି ବେହେରାଙ୍କ ଶିକ୍ଷକ ସ୍ୱାମୀଙ୍କ ସହିତ ଫୋନରେ ହୋଇଥିବା କଥାବାର୍ତାର ରେକଡିଂ ତା୧୬.୦୧.୧୯ରିଖରେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିକଟକୁ ତାଙ୍କର ହ୍ୱାଟ୍ସ ଆପ୍ (ନଂ.୯୯୩୭୮୨୦୦୭୬)କୁ ପଠାଇ ଦେବା ପରେ ଫୋନ ରେକଡ଼ିଂ ଓ ଫଟୋକୁ ୧୨.୦୧ ସମୟରେ ଦେଖିବା ସହିତ ଏସମ୍ପର୍କରେ ଲେଖାକୁ୧୨.୨୧ମି. ସମୟରେ ଜିଲ୍ଲାପାଳ ମହୋଦୟ ପଢ଼ିଛନ୍ତି । ଏହାପରେ ଏହି ବେଆଇନ ଆଧାରକେନ୍ଦ୍ର ଘଟଣାରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଜିଲ୍ଲାପାଳ ମହୋଦୟ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।