ଜବର ଦଖଲରେ ରାସ୍ତା: ଲୋକେ ହନ୍ତସନ୍ତ!

ବାଲେଶ୍ୱର, (ଓ.ଏନ୍.ଏସ୍) : ଓଡ଼ିଶା ଇତିହାସ କହେ ଓଡ଼ିଶା ଦିନେ ବୀର ପ୍ରସବିନି ଥିଲା । ଓଡ଼ିଶାର ସମ୍ଭ୍ରାନ୍ତ ଥିଲା ଦିଗନ୍ତ ବିସ୍ତାରୀ । ବି୍ରିଟିସ୍ ସାମ୍ରାଜ୍ୟକୁ ମଧ୍ୟ ଦୋହଲାଇ ଦେଇଥିଲା ଏହି ମାଟିର ସନ୍ତାନ । ଏବେ ବି ବରୁଣେଇର ସେହି ବରରଗଛ କହେ.ସେହି ଅମର ବୀରତ୍ୱର କାହାଣୀ । କିନ୍ତୁ ସମୟ ସହିତ ହଜିଯାଇଛି ସେହି ବୀରତ୍ୱ କେବଳ ରହିଯାଇଛି କାହାଣୀ, କର୍ପୁର ଉଡ଼ିଯାଇ କନା ପଡ଼ି ରହିଲା ଭଳି । ଅତୀତର ବୀରତ୍ୱକୁ କହି ଆତ୍ମଗର୍ବ କରିବା ବ୍ୟତୀତ ସେହି ବୀରତ୍ୱକୁ ଆଜି ଓଡ଼ିଆମାନେ ହରାଇ, ପୁରୁଷତ୍ୱକୁ ହରାଇ ନପୁଂସକ ସାଜିଛନ୍ତି । କିଛି ଘଟଣା ପ୍ରମାଣିତ କରୁଛିଯେ, ଆମେମାନେ ନପୁଂସକ ହେବାକୁ ଅଧିକ ପସନ୍ଦ କରୁଛୁଁ । ତାହାର ଦୃଷ୍ଟାନ୍ତ ହେଲା ରାସ୍ତା ଅବରୋଧ । ଲୋକମାନଙ୍କ ଯାତାୟତ ପାଇଁ ରାସ୍ତା ତିଆରୀ ହୋଇଛି । କିନ୍ତୁ ଏବେ ଦେଖିବାକୁ ମିଳୁଛି, ରାସ୍ତାକୁ ଅବରୋଧ କରି ନାଚ, ଗୀତ କରାଯାଉଛି । ଏପରିକି କେତେକ ବ୍ୟବସାୟୀ (ଦୋକାନୀ) ଦୋକାନର ପ୍ରଚାର ପ୍ରସାର ପାଇଁ ରାସ୍ତା ଅବରୋଧ କରି ନାଚ/ଗୀତ ଚରୁଥିବାର ଦେଖିବାକୁ ମିଳିଛି ।
ସୋର ଷ୍ଟେସନଛକ ନିକଟରେ “ଏଟସେଟରାଜ” ନାମକ ଏକ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଏହି ବ୍ୟବସାୟ ପ୍ରତିଷ୍ଠାନ ତା.୧୫.୦୧.୧୯ରିଖ ଅପରାହ୍ନରେ ରାସ୍ତା ଉପରେ ପେଣ୍ଡାଲ କରି ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନାଚ/ଗୀତ କରୁଥିବାର ଦେଖିବାକୁ ମିଳିଥିଲା । ରାସ୍ତା ଅବରୋଧକୁ ସୋର ଅଂଚଳର କୋ÷ଣସି ବ୍ୟକ୍ତି ବିରୋଧ କରିବା ପରିବର୍ତେ ଏହି ନାଚ/ଗୀତକୁ ଉପଭୋଗ କରିବା ଦେଖିବାକୁ ମିଳିଥିଲା । ଏଭଳି ଏକ ଘଟଣା କେବଳ ଆମର ସଚେତନତାର ଅଭାବକୁ ପ୍ରତିପାଦିତ କରୁନାହିଁ, ଆମର ନପୁଂସକତାକୁ ମଧ୍ୟ ପ୍ରମାଣିତ କରୁଛି । ମାଛିକୁ ‘ମ’ ବୋଲି ନକହିବା, ଗାଡିÿଆ ସାରା ମାଛ ଖାଇବା କିନ୍ତୁ କାଦ ଟୋପେ ଦେହରେ ପକାଇବାକୁ ନଦେବା ଭଳି ଆମର ମାନସିକତା ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରୁଛି । ପ୍ରତିବାଦ କରିବାକୁ ପଛଘୁଂଚା ଦେବା, ବେଆଇନ କାର୍ଯ୍ୟକୁ ବିରୋଧ ନକରିବା କାପୁରୁଷତାର ପରିଚୟ ନୁହେଁ କି? ପୁରୁଷ ହୋଇ ଏଭଳି କାପୁରୁଷ ଭଳି କାର୍ଯ୍ୟ କରିବା ଅପେକ୍ଷା ଆମେ ବରଂ ନପୁଂସକ ହୋଇଯିବା ଭଲ, ନୁହେଁ କି?

Leave a Reply

Your email address will not be published.