ଦୀର୍ଘ ସାତ ବର୍ଷ ପରେ ପାରାଦୀପ ବନ୍ଦରରେ ଯାତ୍ରୀବାହୀ ବିଦେଶୀ ଜାହାଜ!

ପାରାଦୀପ, (ଓଏନ୍ଏସ୍): ଭାରତର ପବିତ୍ର ମହାନ ଜାତୀୟ ପର୍ବଭାବେ ପାଳିତ ୭୦ ତମ ସାଧାରଣତନ୍ତ୍ର ଦିବସ ରେ ପାରାଦୀପ ବନ୍ଦରରେ ପହଁଚିଛି ଏକ ବିଦେଶୀ ଯାତ୍ରୀବାହୀ ପର୍ଯ୍ୟଟକ ଜାହାଜ । ପାରାଦୀପ ବନ୍ଦରରେ ଆଜି ସକାଳୁ ସିଲଭର ଡିସକଭର ନାମକ ଯାତ୍ରୀବାହୀ ଜାହାଜ ପାହଁଚିଥିଲା । ପାରାଦୀପ ବନ୍ଦରରେ ପହଁଚିବା ପରେ ଏମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଓଡିଶୀ ନୃତ୍ୟ ସହିତ ପାରମ୍ପାରିକ ଯୋଡି ନାଗରା ବାଦ୍ୟ ବଜାଇ ସାଧବ ପୁଅମାନେ ଏମାନଙ୍କୁ ସ୍ୱଗତ କରିଥିଲେ । ତେଣୁ ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ପର୍ଯ୍ୟଟକମାନେ ବେସ୍ ଖୁସି ଅନୁଭବ କରିଥିଲେ । ଓଡିଶାର ଐତିହ, ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ଆମେରିକା, ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ଭଳି ବିଭିନ୍ନ ଦେଶରୁ ଆସିଥିବା ୬୨ ଜଣ ବିଦେଶୀ ପର୍ଯ୍ୟଟକ ମାନେ ଏକ ଘରୋଇ ଟ୍ରାଭେଲ ଏଜେନ୍ସି ଜରିଆରେ ଆସି ଓଡିଶାରେ ଥିବା ବିଭିନ୍ ବୈାଦ୍ଧ କିର୍ତୀରାଜୀ ବୁଲିଦେଖିଥିଲେ । ରନôଗିରି ଏବଂ ଉଦୟଗିରି ବୁଲି ଦେଖିଥିଲେ । ଓଡିଶାର କଳା ସଂସ୍କୃତି ବିଷୟରେ ଜାଣିବା ଏମାନଙ୍କର ମୁଖ୍ୟ ଲକ୍ଷ ବୋଲି କହିଛନ୍ତି ଏଜେନ୍ସି ସଂସ୍ଥାର ବେଂଜାମିନ ସାଇମନ । ରାଜ୍ୟର କଳା ସଂସ୍କୃତି ତଥା ଲୋକମାନଙ୍କର ଚାଲି ଚଳନ ସମ୍ପର୍କରେ ଜାଣିବା ପରେ ଖୁସି ଅନୁଭବ କରିଛନ୍ତି ପର୍ଯ୍ୟଟକଗଣ । ଜଳ ପଥରେ ପାରାଦୀପ ଆସି ଓଡିଶାର ବୈାଦ୍ଧ କିର୍ତୀରାଜୀ ବୁଲି ଦେଖିବା ନିଶ୍ଚିତ ଭାବେ ପର୍ଯ୍ୟଟନ ଶିଳ୍ପ ପାଇଁ ଏକ ଶୁଭ ସୂଚନା ବୋଲି କହିଛନ୍ତି ପାରାଦୀପ ବନ୍ଦର ଉପ ସଂରକ୍ଷକ କ୍ୟାପେଟେନ୍ ଅତୁଲ୍ୟ ମହାପାତ୍ର । ଦୀର୍ଘ ସାତ ବର୍ଷ ପୂର୍ବେ ଏକ ଯାତ୍ରୀବାହୀ ଜାହାଜ ପାରାଦୀପ ବନ୍ଦରରେ ଲାଗିଥିବା ବେଳେ ଆଜି ଦ୍ୱିତୀୟ ଯାତ୍ରୀବାହୀ ଜାହାଜ ଆସିବା ପରେ ପାରାଦୀପ ବନ୍ଦର ଆଉ ଏକ ସଫଳତାର ପାହାଚ ଚଢିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଉଲ୍ଲେକନୀୟ ଅବଦାନ ପାଇଁ ଦେଶରେ ଦ୍ୱିତୀୟ ବୃହତମ ବନ୍ଦରର ମାନ୍ୟତା ପାଇଥିବା ବେଳେ ଏବେ ଯାତ୍ରୀବାହୀ ଜାହାଜ ଚଳାଚଳ କ୍ଷେତ୍ରରେ ଆଉ ଏକ ସଫଳତା ଅର୍ଜ୍ଜନ କରିଛି । ଏହା ଦ୍ୱାରା ରାଜ୍ୟରେ ତଥା ସ୍ଥାନୀୟ ଅଂଚଳରେ ପର୍ଯ୍ୟଟନର ବିକାଶ ହେବା ସହିତ ଅଧିକ କର୍ମ ସଂସ୍ଥାନ ମଧ୍ୟ ସୃଷ୍ଟି ହେବ ବୋଲି ବନ୍ଦର କର୍ତୃୁପକ୍ଷ ଆଶା ରଖିଛନ୍ତି । ଆଗାମି ଦିନରେ ପାରାଦୀପ ବନ୍ଦରକୁ ଏକ ନମ୍ବର ପୂର୍ଣ୍ଣାଙ୍ଗ ବନ୍ଦର ଭାବେ ପରିଗଣିତ କରିବାକୁ ଲକ୍ଷ ରଖାଯାଇଛି ବୋଲି ବନ୍ଦର ପ୍ରଶାସନ ତରଫରୁ କୁହାଯାଇଛି ।

Leave a Reply

Your email address will not be published.