ପାରାଦୀପରେ ଦିଗହରା ସହର ସ୍ୱଚ୍ଛ ମିଶନ କାର୍ଯ୍ୟକ୍ରମ: ଜଳାଶୟରେ ହଜାରରୁ ଉର୍ଦ୍ଧ ଉଠା ପାଇଖାନା!
ପାରାଦୀପ, (ଓଏନ୍ଏସ୍): ପାରାଦୀପ ବନ୍ଦରକୁ ନେଇ ସ୍ଥାନୀୟ ଅଂଚଳରେ ଗଢି ଉଠିଛି ଛୋଟ ବଡ ୧୫ ରୁ ଉର୍ଦ୍ଧ ବସ୍ତି । ସେମାନଙ୍କ ଥଇଥାନ, ସ୍ୱଚ୍ଛତା , ପରିମଳ ବ୍ୟବସ୍ଥା ପାଇଁ ଶୈାଚାଳୟ , ସୁଦ୍ଧ ପାନୀୟ ଜଳ , ବିଜୁଳି ଆଲୋକ ପାଇଁ ବନ୍ଦର ଠାରୁ ଆରମ୍ଭ କରି , ବିଭିନ୍ନ ଶିଳ୍ପ ସଂସ୍ଥାର କୋଟି କୋଟି ଟଙ୍କାର ସି.ଏସ.ଆର ଫଣ୍ଡ ଖର୍ଚ୍ଛ କରାଯାଉଥିବା ଦର୍ଶାଇ ନେତା ମନ୍ତ୍ରୀ ଠାରୁ ଠିକାଦାର , ଦଲାଲ ମାନଙ୍କ ପକେଟ ଗରମ କରାଯାଉଛି । ତତ୍ ସହିତ ସରକାରୀ ତହ ବିଲରୁ ବିଭିନ୍ନ ବସ୍ଥି ଉନ୍ନତି ପାଇଁ ପକ୍କା ରାସ୍ତା ଠାରୁ ଆଲୋକି କରଣ ଇତ୍ୟାଦି ବିଭିନ୍ନ ମୈାଳିକ ସୁବିଧା ଯୋଗାଇ ଦେବାକୁ ଚକୋଲେଟ୍ ଧରେଇବା ନ୍ୟାୟରେ ବାଟମାରଣା ହେଉଛି ସିଂହଭାଗ ଅର୍ଥରାଶି । ପାରାଦୀପ ବନ୍ଦର ଓ ପୈାର ପାଳିକା ସ୍ୱଚ୍ଛ ପାରାଦୀପ ଆମ ପାରାଦୀପ କାର୍ଯ୍ୟ କ୍ରମର ନାରା ଦେଇ ପଥପ୍ରାନ୍ତ ନାଟକ , ସଭା ଠାରୁ ଆରମ୍ଭ କରି ଜନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଯାହା ପାରଦୀପର ଶ୍ରୀ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ । ହେଲେ ବାସ୍ତବ ଚିତ୍ର ଏମିତି ତାହା ଆଖିରେ ନ ଦେଖିଲେ ବୁଝି ହେବ ନାହିଁ । ପୈ÷ାର ପାଳିକା ବିବିନ୍ନ ସ୍କିମ୍ କରି ବସ୍ତିରେ ରହୁଥିବା ଜନସାଧାରଣଙ୍କ ଶୈାଚ ନିମନ୍ତେ ଶୈାଚାଳୟ ଯୋଗାଇ ଦେଇଛି ବୋଲି ଡିଣ୍ଡିମ ପିଟୁଛି । ଦୀର୍ଘ ଦିନର ଦାବି ପରେ ମଧ୍ୟ ପାରାଦୀପ ବନ୍ଦର ମୁଖ୍ୟ ଦ୍ୱାରରେ ଗୋଷ୍ଠି ଶୈାଚାଳୟ ଟିଏ ସ୍ଥାପନ ହୋଇ ପାରିଲା ନାହିଁ । ଜଦିଓ ଦୈାନିକ ହଜାର ହଜାର ଗାଡି ଚାଳକ , ହେଲପର ଉଠାରେ ଯିବା ଆସିବା କରି ରାତ୍ର ଯାପନ କରୁଛନ୍ତି । ତତ୍ ସହିତ ବାସ୍ତବ ଚିତ୍ର ଏମିତି ପାରାଦୀପ ଅଂଚଳର ଜଳାଶ୍ରୟ ଗୁଡିକରେ ଏବେବି ହଜାରରୁ ଉର୍ଦ୍ଧ ବାଉଁଶ ଜରି ଘେରା ଖୋଲା ପାଇଖାନା ବ୍ୟବହାର ହେଉଛି । ଯାହା ଫଳରେ ଜଳାଶ୍ରୟ ଗୁଡିକର ପାଣି ପ୍ରଦୂଷିତ ହେଉଛି । ଜଳ ଚର ଜୀବ ମରି ଯାଉଛନ୍ତି । ବିଭିନ୍ନ ମାରାତ୍ମକ ରୋଗ , ଚର୍ମ ରୋଗ ଗ୍ରାସ କରୁଛି । ଉଡନ୍ତା ପକ୍ଷୀ ସେହି ପାଣିକୁ ପିଇ ମୃତୁ୍ୟ ବରଣ କରିବା ସହିତ ସ୍ଥାନୀୟ ଅଂଚଳର ବୁଲା ଗୋରୁ ଗାଇ ଷଣ୍ଢ ରୋଗାଗ୍ରସ୍ଥ ହେଉଛନ୍ତି । ସେଥି ପ୍ରତି ସ୍ଥାନୀୟ ପ୍ରଶାସନର ନଜର ପଡୁ ନାହିଁ । ପାରାଦୀପକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ନିକଟରେ ପାରାଦୀପକୁ ସମୁଦ୍ର ପଥରେ ଜାହାଜ ଦ୍ୱାରା ଶହଶହ ବିଦେଶି ପର୍ଯ୍ୟଟକ ଆସିବାର ସୂଚନା ମିଳିଛି । ସେମାନେ ପାରାଦୀପ ଭଳି ଆନ୍ତଃର୍ଜାତିକ ବନ୍ଦରରେ ପହଁଚିବା ପରେ ଯାହା ଦେଖିବେ ତାହା ଭାରତର ଗୈାରବକୁ ବୃଦ୍ଧି କରିବ ନା ଧୂଳିସାତ କରିବ ସେଥିପ୍ରତି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି । ବିଦେଶି ପର୍ଯ୍ୟଟକଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ବିଭିନ୍ନ ସ୍ଥରରୁ ଉଦ୍ୟମ କରାଯିବ । ହେଲେ ପାରାଦୀପର ଏହି ଦୟନୀୟ ପ୍ରଦୂଷିତ ଅବସ୍ଥାକୁ ପରିବର୍ତନ କରିବାକୁ ପ୍ରଶାସନ ଗୁରୁତ୍ୱ ସହକାରେ ଗ୍ରହଣ କରୁ ନଥିବାରୁ ସ୍ଥାନୀୟ ଅଂଚଳରେ କ୍ଷୋଭ ପ୍ରକାଶ ପାଇଛି । ତେଣୁ ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ବନ୍ଦର ଅଂଚଳର ଶ୍ରୀ ବୃଦ୍ଧି କରିବାକୁ ସ୍ଥାନୀୟ ଅଂଛଳରେ ଦାବି ହେଉଛି ।