ବିଦ୍ୟାର୍ଥୀଙ୍କ ଦ୍ୱାରା ବିଦ୍ୟାଳୟ ଫାଟକରେ ତାଲା:ବିଭିନ୍ନ ଦାବି ନେଇ ଧାରଣା
ପାରାଦୀପ, (ଓଏନ୍ଏସ୍): ପାରାଦୀପ ଗଡ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଆଜି ବିଭିନ୍ନ ଦାବି ନେଇ ଫାଟକ ସାମ୍ନାରେ ଧାରଣା ଦିଆ ଯାଇଥିଲା । ଘଟଣା କ୍ରମ ଅନୁସାଂରେ ୧୯୬୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଅନେକ କୃତି ଛାତ୍ର ଛାତ୍ରୀ ଗଢି ସ୍ଥାନୀୟ ଅଂଚଳରେ ନିଜର ସୁନାମ ଅର୍ଜ୍ଜନ କରିଥିଲା । ହେଲେ କିଛି ରାଜନୈତିକ ବ୍ୟକ୍ତିଙ୍କ ଚକ୍ରାନ୍ତରେ ପେସି ହୋଇ ଏହି ବିଦ୍ୟାଳୟ ନିଜର ଗାରିମା ନଷ୍ଟ କରିବାକୁ ଯିବା ସହିତ କୋମଳମତି ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠାଲି ଦିଆଯାଇଛି ବୋଲି ଅବୀଯୋଗ ହୋଇଛି । ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ଶିକ୍ଷୟିତ୍ରୀ ନଥିବା ସ୍ଥଳେ ଭଲ ପାଠ ପଢାଉଥିବା ଶିକ୍ଷୟିତ୍ରୀଙ୍କୁ ରାଜନୈତିକ ପଶାପାଲି ବ୍ୟବହାର କରି ବଦଳି କରି ଦିଆ ଯାଇଛି । ଘଟଣା ସମ୍ପର୍କରେ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ମାନଙ୍କୁ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଲିଖିତ ଜଣାଇଥିଲେବି ତାହା ଅଫିସରଙ୍କ ଟେବୁଲ ତଳେ ଚପି ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଅନ୍ୟ ଏକ ଦରଖାସ୍ତ ପ୍ରଦାନ ସମୟରେ ମହୋଦୟ ସେହି ଦରଖାସ୍ତକୁ ପିଲାଙ୍କ ସମ୍ନାରେ ଚିରି ଡଷ୍ଟବିନˆୁ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି କୋମଳମତି ବିଦ୍ୟାର୍ଥୀମାନେ । ତତ୍ ସହିତ ହାତରେ ପ୍ଲାକାର୍ଡ ଧରି ନିଜର ଭବିଷ୍ୟତ ତଥା ବିଦ୍ୟାଳୟର ଉନ୍ନତି ନିମନ୍ତେ ସ୍ଲୋଗାନ ଦେଇଥିଲେ । ସେମାନଙ୍କର ଦାବିଥିଲା ଯେଉଁ ସୁଯୋଗ୍ୟ, ସୁଜ୍ଞାନୀ, ମିଷ୍ଟଭାଷି, ଛାତ୍ର ବସôଳ ଶିକ୍ଷୟିତ୍ରୀଙ୍କୁ ଏଠାରୁ ରାଜନୈତିକ ଚକ୍ର ବୁ୍ୟହରେ ବଦଳି କରାଯାଇ ବିଦ୍ୟାଳୟର ଶିକ୍ଷାଦାନ କୁ ବ୍ୟାଘାତ କରାଯାଇଛି ତାହା ପରିବର୍ତନ କରି ଉକ୍ତ ଶିକ୍ଷୟିତ୍ରୀଙ୍କୁ ପୁନଃ ନିୟୋଜିତ କରାଯାଉ । ବିଦ୍ୟାଳୟରେ ଶିକ୍ଷକ ମଦ୍ୟପାନ କରି ପାଠ ପଢାଉଛନ୍ତି ।ଯେଉଁ ବିଭାଗର ଶିକ୍ଷକ ଦାଇତ୍ୱରେ ଅଛନ୍ତି ସେ ସେହି ପାଠ ନ ପଢାଇ ଅନ୍ୟ ବିଭାଗର ପାଠ ପଢାଉଛନ୍ତି । ସେଭଳି ଶିକ୍ଷକଙ୍କୁ ବଦଳି କରାଯାଉ । ଛାତ୍ରଛାତ୍ରୀ ମାନଙ୍କପ୍ରତି ହେଉଥିବା ଖରାପ ବ୍ୟବହାରକୁ ବନ୍ଦ କରାଯାଉ । ପ୍ରଧାନ ଶିକ୍ଷକ ପିଲାମାନଙ୍କ ଦରଖାସ୍ତ ଉଚ୍ଚ କର୍ତୃୁପକ୍ଷଙ୍କୁ କାହିଁକି ନଦେଇ କାହା ଚାପରେ ଚିରିଦେଲେ ତାହା ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗୋଟିଏ କ୍ଲାସର ଖାତାକୁ ଅନ୍ୟ କ୍ଲାସରେ ଦେଖାନଯାଉ । ଏହିଭଳି ଜିଦ୍ ଧରି ବସିବା ପରେ ସ୍ଥାନୀୟ ସରପନ୍ଚ ପହଂଚି ବୁଝାବୁଝି କରିଥିଲେ । ହେଲେ ପିଲାମାନେ ସେମାନଙ୍କ ଜିଦ୍ରେ ଅଟଳ ଥିଲେ । ଏହି ପ୍ରସଂଗରେ ମହୋଦୟଙ୍କ ମତ ନେବାରୁ ଜଣାପଡିଥିଲା ଜାହା ସମସ୍ୟା ହୋଇଛି ତାହାକୁ ଦୁଇଦିନ ମଧ୍ୟରେ ସମାଧାନ କରାଯିବା ବୋଲି । ହେଲେ ଗ୍ରାମବାସୀଙ୍କ ମତାମତ ନେବାରୁ ଜଣା ପଡିଛି କିଛି ହୀନ ଚିନ୍ତା ଧାରାର ବ୍ୟକ୍ତି ଏହି ସ୍କୁଲ କମିଟିର ଦାଇତ୍ୱ ଗ୍ରହଣ କରିବା ପରେ ନିଜ ମନଇଛା କାମ କରୁଛନ୍ତି । ଯାହା ଫଳରେ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି । ଯେଉଁ ଶିକ୍ଷକଙ୍କ ସହିତ ଭିତିରି ସଲାସୁତୁରା ଅଛି ସେମାନଙ୍କୁ ଏଠାରେ ରଖି ବିଜ୍ଞ ,ଆଦର୍ଶ ଶିକ୍ଷକଙ୍କୁ ବଦଳି କରିଦିଆ ଯାଉଛି । ଯାହାଫଳରେ ଦୀର୍ଘଦିନର ବିଦ୍ୟାର୍ଥୀ ମାନଙ୍କ କ୍ରୋଧ ଆଜି ବଷ୍ଫୋରଣ ପରିସ୍ତିତି ସୃଷ୍ଟି କରିଛି । ଗ୍ରାମର ଅନନ୍ୟ ପ୍ରତିଭାଧାରୀ ମୁରବୀ ଶେକ୍ ବସିର ଅଲ୍ଲିଙ୍କ ମତାମତ ନେବାରୁ ସେ କହିଛନ୍ତି ଗ୍ରାମ କମିଟି ଯେତେଦିନ ବିଦ୍ୟାଳୟ କଥା ବୁଝୁଥିଲା ସବୁ ଠିକ୍ ଠାକ୍ ଥିଲା । ହେଲେ ଗା୍ରମ କମିଟିର ସଦସ୍ୟଙ୍କୁ ଖରାପ ବ୍ୟବହାର କରି କିଛିଦିନ ତଳେ ବିଦ୍ୟାଳୟ କମିଟି ଗଠନ କରାଯିବା ପରେ ଏକଚାଟିଆ ଶାସନ ଚାଲିଛି । ବିଦ୍ୟାଳୟକୁ ପସିଲେ ମଦ ବୋତଲ ଗଡୁଥିବାର ଦେଖିବାକୁ ମିଳୁଛି । ତେଣୁ ବିଦ୍ୟାର୍ଥୀମାନେ ଯାହା ଅଭିଯୋଗ କରିଛନ୍ତି ତାହା ନିଶ୍ଚିନ୍ତ ସତ୍ୟା । ଏ ବାବଦରେ ଶିକ୍ଷକଙ୍କୁ ପାଚାରିଲେ କୁହନ୍ତି କିଏ ବାହାର ପିଲା ମଦ ପିଇ ବୋତଲ ପିଙ୍ଗି ଥିବେ ଆମେ ଜାଣିନୁ । ତେଣୁ ଛନ୍ଦ କପଟ ଜାଣି ନଥିବା ଏହି ପିଲାମାନେ ଯେଉଁ ମାନେକି ଆଗାମି ଭବିଷ୍ୟତ ସେମାନଙ୍କ ଭବିଷ୍ୟତ ସହିତ ଖେଳିବା ଏକ ନିନ୍ଦନୀୟ ଘଟଣା । ଏ ଘଟଣାକୁ ତର୍ଜ୍ଜମା କରି ଦେଖାଯାଉ ବିଦ୍ୟାଳୟର ସମସ୍ତ ପିଲା ଯେଉଁମାନେକି ବିଭିନ୍ନ ରାଜନୈତିକ ଦଳରେ ଆଗୁଆ ଥିବା ବ୍ୟକ୍ତିମାନଙ୍କର ଉତରାଧିକାରୀ ଅଟନ୍ତି ସମସ୍ତେ ଏକ ସ୍ୱରେର ନିଦ୍ଧିଷ୍ଟ ଦାବି କରୁଛନ୍ତି । ତେଣୁ ସେମାନଙ୍କ ଦାବିକୁ ଜିଲ୍ଲା ପ୍ରଶାସନ ତୁରନ୍ତ ପୁରଣ କରିବା ଦରକାର । ଏହି ବାବଦରେ ବ୍ଲକ ଏବଂ ଜିଲ୍ଲାର ଉଚ୍ଚ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେବି ତାହ ସମ୍ଭବ ହୋଇ ନଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ କମିଟି ଶଭାପତିଙ୍କ ସହିତ ଯୋଗାଯୋଗ କରିବାରେ ମହୋଦୟଙ୍କ ମୋବାଇଲ ବନ୍ଦ ରହିଥିବା ଜାଣିବାକୁ ମିଳିଥିଲା । ତେଣୁ ତୁରନ୍ତ ବିଦ୍ୟାର୍ଥୀମାନଙ୍କ ଦାବି ପୂରଣ କରିବାପାଇଁ ଦଳମତ ନିର୍ବିଶେଷରେ ସ୍ଥାନୀୟ ଅଭିଭାବକ, ଗ୍ରାମବାସୀମାନେ ଦାବି କରିଛନ୍ତି ।