ଆଂଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ: ଥାନାରେ ଏତଲା

ପାରାଦୀପ, (ଓଏନ୍ଏସ୍): ପାରାଦୀପ ଗଡ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପୁନଃ ନିଯୁକ୍ତି, ବିଭାଗୀୟ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ଭଳି ବିଭିନ୍ନ ଦାବି ନେଇ ଦୀର୍ଘ ତିନିଦିନ ହେବ ବିଦ୍ୟାଳୟ ଫାଟକ ସାମ୍ନାରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିବା କୋମଳମତି ବିଦ୍ୟାର୍ଥୀ ମାନଙ୍କ ଉପରେ ହୋଇଛି ଆକ୍ରମଣ । ଘଟଣା କ୍ରମ ଅନୁସାରେ ଗତ ସୋମବାର ବିଦ୍ୟାଳୟର ସିଂହଭାଗ ବିଦ୍ୟାର୍ଥୀ ସାତ ଦଫା ଦାବି ନେଇ ବିଦ୍ୟାଳୟ ଫାଟକ ନିକଟରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ । ପ୍ରଥମ ଦିନ ସ୍ଥାନୀୟ ସରପଂଚ ପହଁଚି ବୁଝା ସୁଝା କରିବା ପରେ ବିଦ୍ୟାର୍ଥୀ ମାନେ ନିଜର ଦାବି ପୂରଣ ନହେବା ଯାଏ ଧାରଣାରେ ବସିରହିବେ ବୋଲି ଚେତାବନି ଦେଇଥିଲେ । ତେବେ ବ୍ଲକ ଶିକ୍ଷା ବିଭାଗ ତରଫରୁ କିଛି ସମାଧାନର ପନ୍ଥା ସ୍ଥିର କରାଯାଇଥିଲା । ଯାହା ବିଦ୍ୟାର୍ଥୀମାନଙ୍କ ଦାବିକୁ ସମ୍ପୁର୍ଣ୍ଣ ପୂରଣ କରି ନଥିଲା । ପରେ ବିଦ୍ୟାର୍ଥୀମାନେ ନିଜର ବିଦ୍ୟାଳୟ ପାଠ ପଢାରେ ଉନ୍ନତି ପାଇଁ ପୂର୍ବ ଦିନ ଭଳି ଶାନ୍ତି ଶୃଙ୍ଖଳାରେ ବସି ରହିଥିଲେ । ହଠାତ୍ ସ୍ଥାନୀୟ ଅଂଚଳର କିଛି ଯୁବକ ପହଁଚି ଅସଭ୍ୟ ଭାଷାରେ ଗାଳି ଗୁଲ୍ଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ଅନେକ ଛାତ୍ର ଛାତ୍ରୀ ଆହାତ ହୋଇଥିଲେ । ଏପରିକି ଉପସ୍ଥିତ ଥିବା ଗଣ ମାଧ୍ୟମ ପ୍ରତିନିଧି ଅସାମାଜିକ ମାନଙ୍କ ଆକ୍ରମଣରୁ ବର୍ତୀ ନଥିଲେ । ଏହି ଘଟଣା ପ୍ରଚାରିତ ହୋଇଯିବା ପରେ ସ୍ଥାନୀୟ ମୁରବୀ ମାନଙ୍କ ସହିତ ବିଦ୍ୟାର୍ଥୀ ମାନେ ଥାନାରେ ପହଁଚି ଦୋଷି ବିରୋଧରେ ଦୃଢ କାର୍ଯ୍ୟାନିଷ୍ଠାନ ଦବି କରି ଥାନା ଆଗରେ ବସିବା ସହିତ ଏଫଆଇଆର କରିଥିଲେ । ଉକ୍ତ ଘଟଣାର ନିନ୍ଦାକରି ଏମାନଙ୍କ ସହିତ ସ୍ଥାନୀୟ ସାମ୍ବାଦିକ ବନ୍ଧୁମାନେ ସାମିଲ ହୋଇ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିଲେ । କଂଗ୍ରେସ ନେତା ସେକ୍ ବସିର ଅଲ୍ଲି , ବିଜେପି ନେତା ସଂପଦ ସ୍ୱାଇଁ ସାମିଲ ହୋଇ ଆକ୍ରମଣକାରୀଙ୍କୁ ଗିରଫ କରିବା ସହିତ ଉଚ୍ଚ ପ୍ରଶାସନିକ ଅଧିକାରୀ ବିଦ୍ୟାଳୟର ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ ।

Leave a Reply

Your email address will not be published.