ଗୋପବନ୍ଧୁ କୁଷ୍ଠାଶ୍ରମଠାରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଓଏନ୍ଏସ୍): ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନକଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପୁରୁଣା ଷ୍ଟେସନ୍ ବଜାର ଠାରେ ଥିବା ଗୋପବନ୍ଧୁ କୁଷ୍ଠାଶ୍ରମ ପରିସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ତରଫରୁ ଆଜି ଏକ ପ୍ରତିନିଧି ଦଳ ପହଂଚି କୁଷ୍ଠଗୋଗର କାରଣ ଓ ବିଭିନ୍ନ ପ୍ରକାର ନିରାକରଣ ପଦ୍ଧତି ଉପରେ ଆଲୋଚନା କରି ଲୋକମାନଙ୍କର ସେବା ଶୁଶ୍ରୂଷା କରିଥିଲେ । ସେମାନଙ୍କର ଆର୍ଥିକ ମାନଦଣ୍ଡ କିପରି ବୃଦ୍ଧି ହେବ ସେ ବିଷୟରେ କିହବା ସହିତ ଖାଦ୍ୟ ପଦାର୍ଥ ବଂଟନ କରିଥିଲେ । ଏଥିରେ ସମାଜ ସେବୀ ପ୍ରଦିପ କୁମାର ମଲ୍ଲିକ, ଉଦିତ୍ ବନ୍ଧିଆ ଯୋଗ ଦେଇଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଭାପତି ମୁକୁନ୍ଦ ଦାଶ୍ କହିଥିଲେ ଯେ, ଆଗାମୀ ଦନିରେ ଏହିଭଳି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଟ୍ରଷ୍ଟ ତରଫରୁ ବିଭିନ୍ନ ସ୍ଥାନରେ କରାଯିବ ।

Leave a Reply

Your email address will not be published.