ଜୟ ହନୁମାନ, ଜୟ!
ତ୍ରେତୟା ଯୁଗରେ ଯେତେବେଳେ ହନୁମାନ ଜନ୍ମ ନେଇଥିଲେ, ସେତେବେଳେ ବାର୍ଥ ସାର୍ଟିଫିକେଟ ବାହାର କରିବା କଥା ଚିନ୍ତା ମଧ୍ୟ କରିନଥିଲେ । କାରଣ ସେ ସମୟରେ ଏହାର ଦରକାର ନଥିଲା । କିନ୍ତୁ ଏ କଳିଯୁଗରେ ହନୁମାନଙ୍କର ବାର୍ଥ ସାର୍ଟିିଫିକେଟ ବାହାର କରିଛି, ଭାରତୀୟ ଜନତା ପାର୍ଟି ।
ଏଭଳି ବାର୍ଥ ସାର୍ଟିଫିକେଟ ପୁଣି ଅନ୍ୟ କେହି ଦେଇ ନାହାନ୍ତି, ଦେଇଛନ୍ତି, ଖୋଦ ବିଜେପିର ହିନ୍ଦୁତ୍ୱବାଦୀ ନେତା, ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜସ୍ଥାନର ଏକ ସଭାରେ ବଜରଙ୍ଗବାଲିଙ୍କୁ ସେ ଦଳିତ ଦେବତା ବୋଲି କହିଛନ୍ତି ।
ଏହାକୁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ମହାରାଜୀ ନିନ୍ଦା କରିଛନ୍ତି । ତାଙ୍କ ମତରେ ମୋଦି ଘୋର ଅପରାଧ କରିଛନ୍ତି । ସେଇପରି ରାଜସ୍ଥାନର ସର୍ବ ବ୍ରାହ୍ମଣ ମହାସଭା ମଧ୍ୟ ଏନେଇ ନୋଟିସ ଦେଇଛି । ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ଚାଲିଛି ।
ହନୁମାନ ଜଣେ ଅସାଧାରଣ ବୀର । ତାଙ୍କୁ ବିପଦରେ ପକାଇଲା ଭଳି ଲୋକ ଏ ମର୍ତ୍ୟମଣ୍ଡଳରେ ବାସ କରିବା ଅସମ୍ଭବ । କାରଣ ଖାଲି ମଣିଷ କାହିଁକି, ଦେବତାମାନେ ମଧ୍ୟ ଚାହିଁଲେ ବି ତାଙ୍କର କୌଣସି କ୍ଷତି କରି ପାରି ନାହାନ୍ତି । ମାତ୍ର ଭାରତର ଏବେର କିଛି ହିନ୍ଦୁତ୍ୱବାଦୀ ନେତା ତାଙ୍କୁ ଏବେ ବିପଦରେ ପକାଇ ଦେଇଛନ୍ତି ।
ଏଥିରେ ଅବଶ୍ୟ ହନୁମାନଙ୍କର ଭୟ କରିବାର କୌଣସି କାରଣ ନାହିଁ । କାରଣ ସେ ଜନ୍ମରୁ ବିପଦର ସମ୍ମୁଖୀନ୍ନ ହୋଇ ଆସୁଛନ୍ତି । ଜନ୍ମମାତ୍ରକେ ତାଙ୍କୁ ତଳେ ଫୋପାହି ଦିଆଗଲା । କାରଣ, ସେ ହେଉଛନ୍ତି ଅଞନାଙ୍କ ଔରସରୁ ପବନପୁତ୍ର । ଅଞନାଙ୍କର ସ୍ୱାମୀ ପବନ ଦେବତା ନୁହଁନ୍ତି । ତାପରେ ଜନ୍ମ ହେଉ ହେଉ ତାଙ୍କୁ ଏମିତି ଭୋ ହେଲା ଯେ ସେ ସୂର୍ଯ୍ୟଙ୍କୁ ଗୋଟାଏ ଫଳ ଭାବି ପାଟିରେ ପକାଇବାକୁ ଯାଇଥିଲେ । ଏହି ସମୟରେ ରାହୁ ସୂର୍ଯ୍ୟଙ୍କୁ ଗିଳିବାକୁ ଆସିଥିଲେ । ସେ ହନୁମାନଙ୍କ ଏଭଳି ଅନୈତିକ କାର୍ଯ୍ୟ ଦେଖି ଇନ୍ଦ୍ରଙ୍କ ପାଖରେ ଫେରାଦ ହେଲେ । ଇନ୍ଦ୍ର ସଙ୍ଗେ ସଙ୍ଗେ ବଜ୍ର ଫିଙ୍ଗିଦେଲେ । ବଜ୍ରାଘାତରେ ହନୁମାନ ତଳେ ପଡିଗଲେ । ପବନ ଦେବତା ନିଜ ପୁଅ ଉପରେ ଅତ୍ୟାଚାର ଦେଖି ରାଗିଯାଇ ହନୁମାନଙ୍କ ସହ ନିଜେ ଏକ ଗୁମ୍ଫା ଭିତରେ ଲୁଚିଗଲେ । ପବନ ନ ମିଳିବାରୁ ଲୋକମାନେ ଡହଳ ବିକଳ ହେଲେ । ଏହ ଦେଖି ସବୁଦେବତାମାନେ ଆସି ସେଇ ଗୁମ୍ଫାରେ ପହଂଚି ହନୁମାନଙ୍କୁ ବିଭିନ୍ନ ବର ଦେଲେ । ଯାହାଫଳରେ ହନୁମାନ ବଳୀୟାନ ହୋଇ ଉଠିଲେ । ନିଜର ଅମାପ ଶକ୍ତି ଫଳରେ ସେ ବିଭିନ୍ନ ମୁନିଙ୍କ ଉପରେ ଅତ୍ୟାଚାର କଲେ । ଫଳରେ ମୁନିମାନେ ତାଙ୍କୁ ଅଭିଶାପ ଦେଲେ, ‘ହନୁମାନଙ୍କର ସବୁ ବଳ ପାଶୋର ଯିବ’ । ପରେ ହନୁମାନ ବିନୟ ହେବାରୁ ମୁନିମାନେ ଅଭିଶାପର ସଂଶୋଦନ କଲେ ‘କେହ ଯଦି ହନୁମାନଙ୍କର ଗୁଣଗାନ କରେ, ତେବେ ସେ ବଳୀୟାନ ହୋଇ ଉଠିବେ, ଶତୃକୁ ପରାଜିତ କରିବେ ।
ଏଣୁ ଭୋଟ ବୈତରଣୀ ପାର ହେବା ପାଇଁ କେହି ଯଦି ହନୁମାନଙ୍କର ଶରଣାପନ୍ନ ହୁଏ, ତାଙ୍କର ଗୁଣଗାନ କରେ, ତେବେ ସେ ସାହଯ୍ୟ ପାଇବାକୁ ଆଶା ରଖିବ । ତେବେ ପ୍ରକୃତରେ ହନୁମାନ ତାଙ୍କୁ ସାହାଯ୍ୟ କରିବେ କି ନାହିଁ, ତାହା ଭିନ୍ନ ପ୍ରଶ୍ନ । ମାତ୍ର ଏହା ପୂର୍ବରୁ ହନୁମାନ ଅନେକ ଅବାନ୍ତର ଓ ଅପ୍ରୟୋଜନୀୟ ଅନେକ ସମସ୍ୟାର ସମୁଖୀନ୍ନ ହୋଇଛନ୍ତି । ସୀତାଙ୍କସ୍ନ୍ାନ ପାଇଁ ସେ ଯେତେବେଳେ ସମୁଦ୍ର ଲଂଘନ କରିବାକୁ ଯାଉଥିଲେ, ସେତେବେଳେ ତାଙ୍କ ଗତିପଥ ଅବରୋଧ କରିବା ପାଇଁ ଗନ୍ଧର୍ବମାନେ ନାଗମାତା ସୁରମାଙ୍କୁ ପ୍ରବର୍ତାଇଥିଲେ । ସେ ବିଭିନ୍ନ ଆଳରେ ହନୁମାନଙ୍କ ଗତିରୋଧ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ତାଙ୍କର ଏପରି କାମରେ ହନୁମାନ ରାଗି ନଥିଲେ, ବରଂ କେତେବେଳ ନିଜ ଦେହକୁ ବର୍ଦ୍ଧିତ କରି ତ ଆଉ କେତେବେଳେ ସଂକୁଚିତ କରି ନାଗମାତାଙ୍କ ଦେହରେ ପ୍ରବେଶ କରି ବାହାରି ଯାଇଥିଲେ । ଏଥିରୁ ପ୍ରମାଣିତ ହୁଏଯେ କାର୍ଯ୍ୟ ସିଦ୍ଧି ସମୟରେ ସେ ବଡସାନ ସମସ୍ତଙ୍କୁ ଉଚିତ ପ୍ରାଧାନ୍ୟ ଦିଅନ୍ତି । ଏଣୁ ସେ ନ୍ୟାୟ ପରାଞଣ ଓ ବୁଦ୍ଦିମାନ । ସେ ଉଚଜାତି ବା ନୀଚଜାତି ଭଳି ପ୍ରସଙ୍ଗ ଭିତରକୁ କେବେହେଲେ ଯିବାକୁ ଚାହିଁବେ ନାହିଁ । ନାଟକୀୟତା ତାଙ୍କର ଭାରି ପସନ୍ଦ । ତା ନହୋଇଥିଲେ, ସୀତାଙ୍କୁ ସେ ପିିଂରେ ବସାଇ ଲଙ୍କାରୁ ଆଣି ପାରିଥାନ୍ତେ, ମାତ୍ର ଏହା ଦ୍ୱାରା ଶ୍ରୀରାମଚନ୍ଦ୍ରଙ୍କର ଅପମାନ ହେବ ବୋଲି, ଚାଲି ଆସିଲେ ।
ତେବେ ଏଠାରେ ପ୍ରଶ୍ନ ଉଠେ, ହନୁମାନଙ୍କ ଦଳିତ ଦେମତା ବୋଲି କହିବାର କାରଣ କଣ? ଇଏ ହେଉଛି, ନିର୍ବାଚନର ସମୟ । ଭାରତୀୟ ଜନତା ପାର୍ଟି ସବୁବେଳେ ଉଚବର୍ଗର ପାର୍ଟି ହିସାବରେ ଜଣାଯାଇଛି । ଏଣୁ ଦଳିତ ଭୋଟରମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଜେପିର ଏହା ଏକ ଚାଲ । ଲୋକଙ୍କର ବିଶ୍ୱାସ ହେବା ପାଇଁ ଯଦି ଜଣେ ଦେବତାଙ୍କୁ ଦଳିତ କରିଦିଆଯାଏ, ତେବେ କ୍ଷତି କଣ? ବରଂ ପ୍ରମାଣିତ ହେବ ଯେ ବିଜେପି ମଧ୍ୟ ଦଳିତମାନଙ୍କୁ ଦେବତା ଭାବେ ପୂଜା କରେ । ମାତ୍ର ବ୍ରାହ୍ମଣମାନେ ଦଳିତମାନଙ୍କୁ ହୀନ ଚକ୍ଷୁରେ ଦେଖନ୍ତି । ସେମାନେ କଣ ଏହାକୁ ଗ୍ରହଣ କରିବେ? ମୋଷଯ ନୁହେଁ । ଯାହାଫଳରେ ଦ୍ୱନ୍ଦ୍ୱ ଦେଖା ଦେବ । କିଏ କହୁଛି, ହନୁମାନ ବ୍ରାହ୍ମଣ, କିଏ କହୁଛି କ୍ଷତ୍ରିୟ, ଆଉ କିଏ କହୁଛି, ଦଳିତ । କିଏ ଛାତିକୁ ଚାହୁଂଛିତ ଆଉ କିଏ ଚାହୁଂଛି ଲାଞକୁ ।
ଏମନ୍ତ ଦେବତା ଯଦି ଜାତି କଥା ଶୁଣି ରାଗିଯିବେ,ତେବେ ଔଷଧ ଗଛ ଆଣିବା ବଦଳରେ ପୁରା ପର୍ବତଟାକୁ ଟେକି ଆଣିଲା ଭଳି ପରିସ୍ଥିତି ଦେଖା ଦେଇପାରେ । କାରଣ କ୍ରୋଧ ହେଉଛି, ପରମ ଚଣ୍ଡାଳ । କିନ୍ତୁ ମନେରଖିବାକୁ ହେବ, ସିଏ ହେଉଛନ୍ତି, ଏକମାତ୍ର ଦେବତା ଯିଏ ଖାଲି ଛାତି ତାଙ୍କର ଚଉଡା ବୋଲି କହ ନାହାନ୍ତି, ଏକ୍ସ-ରେ ନ କରି ନିଜ ଛାତି ଭିତରେ କଣ ଅଛି ତାହା ଦେଖେଇ ଦେଇ ପାରିଥିଲେ । ହେଲେ ଏମାନେ କଣ ଚଉଡା ଛାତି ବୋଲି ଡିଣ୍ଡି ପିଟୁଛନ୍ତି ସିନା କାମ କିଛି ନାହିଁ ।
ଛାଡନ୍ତୁ, ଏ ଦେବତା ଯଦି ଘୋଷଣା କରନ୍ତି, ମୁଁ ବ୍ରାହ୍ମଣ ନୁହେଁ, କ୍ଷତ୍ରିୟ ନୁହେଁ କି ଦଳିତ ନୁହେଁ । ମୁଁ ସମସ୍ତଙ୍କର, ସମସ୍ତେ ମୋର । ତେବେ ଜଗତର କଲ୍ୟାଣ ହୁଅନ୍ତା । କିନ୍ତୁ ଏକଥା କହିବାକୁ କେହି ଚାହାନ୍ତି ନାହିଁ । ଇଏ ପରା ଭୋଟ ରାଜନୀତି । ଦେଶ ରସାତଳକୁ ଯାଉ । ଆମ ଦଳ କ୍ଷମତାକୁ ଆସୁ । ସେଥିପାଇଁ ଜାତ, ବର୍ଗ, ଗୋଷ୍ଠୀ, ଯାହା କରିବାକୁ ହେବ , ସବୁଥି ପାଇଁ ଆମେ ତୟାର । ହନୁମାନ କେବଳ ନାମକୁ ମାତ୍ର ।
ଯଦି କ୍ଷମତା ଏକମାତ୍ର କାମ୍ୟ ହୁଏ, ତେବେ ସବୁ ଦେବାଦେବୀଙ୍କୁ ଦଳିତ କରିଦେଲେ ଅସୁବିଧା କେଉଁଠି?
ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିଲେ, ଏକାମଟା ଆଗ କରିବେ ନିଶ୍ଚୟ ।
‘ନରେ ବା ଗୁଞରେ ଅଶ୍ୱତଥମା ହତଃ । ଇତି ନିବାଚନ ରାଜନୀତି’ ।
(ସୁବାସ ଷଡଙ୍ଗୀଙ୍କ ରିପୋର୍ଟ) ମୋ-୯୪୩୯୬୫୨୩୨୨