୩୦ତମ ସଡକ ସୁରକ୍ଷା ସପ୍ତାହ ପାଳିତ

ପାରାଦ୍ୱୀପ, (ଓଏନ୍ଏସ୍): ଫେବୃଆରୀ ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଜାତୀୟ ସଡକ ସୁରକ୍ଷା ସପ୍ତାହ ପରିପେକ୍ଷିରେ ପାରାଦୀପ ପୁଲିସ ପକ୍ଷରୁ ବିଭିନ୍ନ ସଚ୍ଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଉପଲକ୍ଷେ ପାରାଦୀପ ମିଳିତ ଟ୍ରକ ସଂଘ, ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ଟ୍ରାଫିକ ସଚେତନତା ଏକ ନିମିରାଲି ଥାନା ପରିସରୁ ବାହାରି ବନ୍ଦର ସହରର ବିଭିନ୍ନ ମୁଖ୍ୟ ସ୍ଥାନ ପରିକ୍ରମା କରିଥିଲେ । ଏହି ରାଲିରେ ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଷ୍ଣୁ ଚରଣ ମିଶ୍ର, ପାରାଦୀପ ଥାନା ଅଧିକାରୀ ରଜନୀକାନ୍ତ ସାମଲ, ସ୍ଥାନୀୟ ପାଞ୍ଚଟି ଥାନାର ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଥାନା ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର ଦୁର୍ଘଟଣା ଏଡାଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସଡକ ସୁରକ୍ଷା ସପ୍ତାହ ପାଳନ କରିବାର ମୁଳ ଲକ୍ଷ ବୋଲି କହିଥିଲେ ଏବଂ ସମସ୍ତେ ସଡକ ସୁରକ୍ଷା ନିୟମ ପ୍ରତି ଗୁରୁତ୍ୱ ଦେବା ସହ ହେଲମେଟ ଓ ସଟ୍ବେଲ୍ଟ ବ୍ୟବହାର କରିବା, ଗାଡି ଚଲାଇବାବେଳେ ମୋବାଇଲ ଫୋନ ବ୍ୟବହାର ନ କରିବା, ମଦ୍ୟପାନ କରି ଗାଡି ନ ଚଲାଇବା ଓ ଦୃତ ଗତିରେ ଗାଡି ନ ଚଲାଇବା ଅଂଚଳବାସୀଙ୍କୁ ଏକ ବାର୍ତା ଦିଆଯାଇଥିଲା ।

Leave a Reply

Your email address will not be published.