ସିରସ୍ତା ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ପାରାଦୀପ, (ଓଏନ୍ଏସ୍): ପାରାଦୀପ ନିର୍ବାଚନ ମଣ୍ଡଳୀର ଧୋୟା ଅଂଚଳ ଭାବେ ପରିଚିତ ସିରସ୍ତା ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଶିଶୁର ସର୍ବାଙ୍ଗୀନ ବିକାଶରେ କ୍ରୀଡାର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଥିବାରୁ ଶିକ୍ଷା ବିଭାଗର ନିଦେ୍ର୍ଦଶ କ୍ରମେ ପ୍ରତିବର୍ଷ ପରି ଚଳିତ ବର୍ଷ କ୍ରୀଡା ଉତ୍ସବ ଗତ ୫ ତାରିଖରୁ ଆରମ୍ଭ ହୋଇ ୪ ଦିନ ବ୍ୟାପି ଚାଲିଥିଲା । ଉଦଘାଟନ ଉସôବରେ ମୁଖ୍ୟ ଅତିଥି ଭାବେ ସାମନ୍ତରାପୁର ସରପଂଚ ଶ୍ରୀଯୁକ୍ତ ମନୋଜ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ତିର୍ତୋଲର ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅନନ୍ତ କିଶୋର ଭୂୟାଁ,ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ରଂଜିତ କୁମାର ସାହୁ, ସଂଯୋଜକ ଶ୍ରୀଯୁକ୍ତ ସୁଚିତ୍ର କୁମାର ସାହୁ, ଶିକ୍ଷାବିତ୍ ତଥା କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଧନୁର୍ଜୟ ସ୍ୱାଇଁ , ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଦାସ, ମାତା ମଠାଧିଶ ସନ୍ଥ ଦୟାନିଧି ଦାସ, ଶ୍ରୀଯୁକ୍ତ ବିଜୟ କୁମାର ଦାସ, ସରୋଜ କାନ୍ତ ବାରିକ, ଅଭିନ ସାହୁ, ବାମଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ଶ୍ରୀଯୁକ୍ତ ଆଲୋକ ଚନ୍ଦ୍ର ସାହୁ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଭିରାମ ସେଣ୍ଡ । ସେହିପରି ଉଦ୍ୟାପନି ଉସôବରେ ମୁଖ୍ୟ ଅତିଥି ଭାବେ ସଭାପତି ଇଂ ସୁକାନ୍ତ କୁମାର ସାହୁ,ମୁଖ୍ୟ ବକ୍ତା ଭାବେ ବିଜୁ ପଟ୍ଟନାୟକ ମହାବଦ୍ୟାଳୟ ଅନ୍ତେଇର ଓଡିଆ ବିଭାଗ ଅଧ୍ୟାପକ ଡ.ଅଭୟ କୁମାର ରଥ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଆଚାର୍ଯ୍ୟ ସୁଶ୍ରୀ ବିନୋଦିନୀ ମହାପାତ୍ର, ଅନୁପମା ସ୍ୱାଇଁ, ସାଧନାମୟୀ ଦାସ,ସିଲୁବାଳା ବାରିକ, ସୁଶ୍ରୀ ପ୍ରିୟଙ୍କା ସାହୁ,କୈାଶଲ୍ୟା ବେହେରା, ଶିବାନୀ ମୁଦୁଲି,ଇତିଶ୍ରୀ ନାୟକ, ସଙ୍ଗୀତା ନାୟକ,ସୋନାଲୀ ମହାନ୍ତି, ଦେବଶ୍ରୀ ନାୟକ,ଶର୍ମିଷ୍ଠା ନାୟକ,ଲକ୍ଷ୍ମୀପ୍ରିୟା ଦାସ, ସୁପ୍ରଜ୍ଞା ଦାସ, ସୈାଦାମିନୀ ସାମଲ ଏବଂ ସେବିକା ଶ୍ରୀମତିୀ ମଧୁସ୍ମିତା ବାରିକ ସହଯୋଗ କରିଥିଲେ । ତତ୍ ସହିତ ଅନୁଷ୍ଠାନର ଜେଜେ ମା ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଉସôବରେ କୃତିତ୍ୱ ଅର୍ଜ୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରତିବର୍ଷ ଭଳି ଚଳିତ ବାର୍ଷିକ ଉସôବରେ ପୁରଷ୍କୃତ କରାଯିବ ବୋଲି ଶିକ୍ଷାନୁଷ୍ଠାନ ତରଫରୁ କୁହାଯାଇଛି ।

Leave a Reply

Your email address will not be published.