କୃଷି, କୃଷକର ଉନ୍ନତି ଓ କାଳିଆ ଯୋଜନା!
ଶରତ କୁମାର ରାଉତ
ସାଧାରଣ ମଣିଷର ଅର୍ଥନୈତିକ ଉନ୍ନତି ଓ ସାମାଜିକ ଅବସ୍ଥାର ପରିବର୍ତନ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ·ଷ ବା କୃଷି ଉତ୍ପାଦନ ବୃଦ୍ଧି ଓ କୃଷି ତଥା କୃଷକକୁ ସରକାରୀ ସହାୟତାର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏଥିପ୍ରତି ବିଶ୍ୱର ବିଭିନ୍ନ ରାଷ୍ଟ୍ର ଗରୁତର ସହ ଦୃଷ୍ଟି ଦେଇଥାନ୍ତି । ଏଥିଯୋଗୁଁ କେତେକ ରାଷ୍ଟ୍ର ବିକଶିତ ରାଷ୍ଟ୍ରରେ ପରିଣତ ହୋଇ ପାରିଛନ୍ତି । ଆମ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ଏଠାରେ ପ୍ରାୟ ୭୦ ଭାଗ ଲୋକେ କୃଷି ଉପରେ ନିର୍ଭରଶୀଳ । ରାଜ୍ୟରେ ପ୍ରାୟ ୪୫ଲକ୍ଷ ହେକ୍ଟର ଜମିରେ ଧାନଚାଷ ହେଉଥିଲା ବେଳେ ୧ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଅର୍ଥକାରୀ ଫସଲ ହୋଇଥାଏ । ରାଜ୍ୟରେ ପ୍ରାୟ ୧୧ଲକ୍ଷ ହେକ୍ଟର ଚାଷଜମି ଜଳସେଚିତ ଥିବାବେଳେ ପାଖାପାଖି ୫ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ସମ୍ଭବ ନୁହେଁ । ବାସ୍ତବତା ଦେଖଗଲେ, ରାଜ୍ୟରେ ୭୯ ଲକ୍ଷ ହେକ୍ଟର କୃଷି ଉପଯୋଗୀ ଜମି ରହିଛି । ମାତ୍ର ବର୍ତମାନ ସୁଦ୍ଧା ସେଥିରୁ କେବଳ ୩୦ ଲକ୍ଷ ହେକ୍ଟର ·ଷ ଜମିକୁ ଉତ୍ପାଦନକ୍ଷମ କରାଯାଇ ପାରିଛି । ସେହିପରି ରାଜ୍ୟରେ ୭୦କୋଟି ଘନମିଟର ଭୂତଳ ଜଳ ଗଚ୍ଛିତ ଥିଲେ ମଧ୍ୟ ମାତ୍ର ୧ଶତକଡାରୁ କମ୍ ଭୂତଳ ଜଳର ଉପଯୋଗ କରାଯାଇ ପାରିଛି । ହେଲେ ପ୍ରାକୃତିକ ବିପର୍ଯ୍ୟୟ ଓଡିଶା ପାଇଁ ମୁଖ୍ୟ ସମସ୍ୟା । ଏଥିଯୋଗୁଁ ପ୍ରତିବର୍ଷ ଏକ-ଚତୁର୍ଥାଂଶ ·ଷ ଜମିରୁ ଫସଲ ମିଳି ପାରେନାହିଁ । ସୁତରାଂ ଓଡ଼ିଶାର କୃଷି ଓ କୃଷକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ହୁଏତ ଏଥିପାଇଁ ଓଡ଼ିଶାର ଚାଷୀମାନେ କୃଷି ଉପରେ ଗୁରୁତ୍ୱ ନଦେଇ ଜୀବିକା ପାଇଁ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି । ଏକ ସମୀକ୍ଷାରୁ ଜଣା ପଡ଼ିଛି ଯେ, ରାଜ୍ୟରେ ଯେଉଁମାନେ ·ଷବାସ କରନ୍ତି, ସେମାନଂକ ମଧ୍ୟରୁ ପ୍ରାୟ ୬୦ଭାଗ ଦେଶର ବିଭିନ୍ନ ସହର ଓ ବିଦେଶରେ ଶ୍ରମିକ ଭାବେ କାମ କରୁଛନ୍ତି । ·ଷ କାର୍ଯ୍ୟ ବାଧାପ୍ରାପ୍ତ ହିଁ ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟାର ମୁଖ୍ୟକାରଣ । ସ୍ୱାଧୀନତା ପର ଠାରୁ ଓଡିଶାର କୃଷି ଓ କୃଷକର ଉନ୍ନତି ପାଇଁ କୌଣସି ସରକାରଙ୍କ ଦ୍ୱାରା ସନ୍ତୋଷଜନକ ପଦକ୍ଷେପ ନିଆ ଯାଇନାହିଁ । ମାତ୍ର ଏବେ ସମୟ ବଦଳିଛି । ବିଳମ୍ବ ହେଲେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ଏଇମାତ୍ର କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ “କାଳିଆ” ଯୋଜନା ମାଧ୍ୟମରେ ଆଶୀର୍ବାଦ ଆଣି ଦେଇଛନ୍ତି ।
“କାଳିଆ” ଯୋଜନାର ଓଡ଼ିଆରେ ପୂର୍ଣ୍ଣ ଅର୍ଥ ହେଲା, ‘କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା’ । ବାସ୍ତବରେ ଏହି ଯୋଜନା ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ତେବେ ରାଜ୍ୟର କୃଷକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ସଶକ୍ତିକରଣ କରିବା ଓ କୃଷିର ବିକାଶ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ମୁଖ୍ୟତଃ ରାଜ୍ୟ କୃଷକ ମାନଙ୍କ ପାଇଁ ମଙ୍ଗଳକର ଏହି ବିଶାଳ ଯୋଜନା ମାଧ୍ୟମରେ ୧୦ ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ ରାଶି ବିନିଯୋଗ କରାଯାଇ ରାଜ୍ୟର ଅସମର୍ଥ କୃଷି ପରିବାର, ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଋଣ ଯନ୍ତା ଓ ଦାରିଦ୍ର୍ୟରୁ ମୁକ୍ତ କରିବା ଏହି ଯୋଜନାର ମୂଳ ଉଦେ୍ଦଶ୍ୟ । ଏଥିରେ ୯୨ ଶତକଡ଼ା ଚାଷୀ ଓ ଅଭାବଗ୍ରସ୍ତ ଭୂମିହୀନ ଚାଷୀ, ଅର୍ଥାତ୍ ୬୦ ଲକ୍ଷ ଚାଷୀ ପରିବାର ସିଧା ଉପକୃତ ହେବେ । ସମସ୍ତଙ୍କୁ ଚାଷକାର୍ଯ୍ୟ ପାଇଁ ୫ଟି ଫସଲ ଋତୁରେ ମୋଟ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି ।
ଏହି ଯୋଜନାରେ ଗ୍ରାମାଂଚଳ ଭୂମିହୀନ ଚାଷୀ ପରିବାର ପାଇଁ କ୍ଷୁଦ୍ର ଛେଳି ପାଳନ ଫାର୍ମ, କୁକୁଡ଼ା ପାଳନ ଫାର୍ମ, ବତକ ପାଳନ ଫାର୍ମ, ମତ୍ସ୍ୟଜୀବି ମାନଙ୍କୁ ମାଛଧରା ଉପକରଣ, ଛତୁ ଚାଷ ଓ ମହୁ ଚାଷ ପାଇଁ ୧୨ ହଜାର ୫ଶହ ଟଙ୍କାର ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ସହାୟକ ହେବା ନିଶ୍ଚିତ ମନେ ହେଉଛି । ସେହିପରି ଯେଉଁ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାର ବାର୍ଦ୍ଧକ୍ୟ, ଅକ୍ଷମତା ବା ରୋଗ ପୀଡ଼ିତ, ସେମାନଙ୍କ ପରିବାରର ଜୀବିକା ନିର୍ବାହ ପାଇଁ ବର୍ଷକୁ ଏକକାଳୀନ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ପ୍ରତିବର୍ଷ ୫ ଲକ୍ଷ ପରିବାର ଉପକୃତ ହେବେ ବୋଲି ସରକାରୀ ବ୍ୟବସ୍ଥା କରାଯାଇଛି । ଚାଷୀ ଓ ଭୂମିହୀନ ଚାଷୀଙ୍କ ମୃତୁ୍ୟ ବା ଅକ୍ଷମତା ଯୋଗୁ ତାଙ୍କର ପରିବାର ଲୋକମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଦୂରବସ୍ଥା ଲାଘବ କରିବା ପାଇଁ ରାଜ୍ୟ ସରକାର ଜୀବନବୀମା ସହାୟତାର୍ୱଧ୍ୟ ବ୍ୟବସ୍ଥା କରିଛନ୍ତି । ୧୮ରୁ ୫୦ ବର୍ଷ ବୟସ ମଧ୍ୟରେ ସମସ୍ତଙ୍କ ପାଇଁ ପ୍ରତ୍ୟେକ ବାର୍ଷିକ ୨ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା କରାଯାଇଛି । ଏଥିପାଇଁ ଧାର୍ଯ୍ୟ ବାର୍ଷିକ କିସ୍ତୀ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୧୬୫ ଟଙ୍କା ରାଜ୍ୟ ସରକାର ବହନ କରିବେ । ସେହିପରି ଏହି ବୟସର ସମସ୍ତଙ୍କ ପାଇଁ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମାର ମଧ୍ୟ ବ୍ୟବସ୍ଥା ରହିଛି । ଏଥିପାଇଁ ଧାର୍ଯ୍ୟ ବାର୍ଷିକ ୧୨ ଟଙ୍କା କିସ୍ତୀ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ ୬ ଟଙ୍କା ରାଜ୍ୟ ସରକାର ବହନ କରିବେ । ତେବେ ୫୧ରୁ ୭୦ ବର୍ଷ ବୟସର ସମସ୍ତଙ୍କୁ ଉପରୋକ୍ତ ପ୍ରଦତ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ପାଇଁ ବାର୍ଷିକ ୧୨ ଟଙ୍କା କିସ୍ତୀ ଦେୟକୁ ରାଜ୍ୟ ସରକାର ବହନ କରିବେ ବୋଲି ବ୍ୟବସ୍ଥା କରାଯାଇଛି । ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଲା, ଚାଷୀଙ୍କୁ ଖରିଫ ୨୦୧୯ ବର୍ଷ ଠାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଦିଆଯିବା ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା କରାଯାଇଛି । ସୂଚନା ଦିଆଯାଇ ପାରେ ଯେ, ପ୍ରତିବର୍ଷ ଅଧିକାଂଶ ଚାଷୀ ବା କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭାଗଚାଷୀ ଅର୍ଥ ଅଭାବରୁ ଠିକ୍ ଭାବେ ଚାଷକାର୍ଯ୍ୟ କରି ପାରନ୍ତି ନାହିଁ ଓ ପର୍ଯ୍ୟାପ୍ତ ଚାଷଜମି ପଡ଼ିଆ ରୁହେ । ଏହାର ସମାଧାନ ପାଇଁ ରାଜ୍ୟ ସରକାର ବିନା ସୁଧରେ ୫୦ ହଜାର ଟଙ୍କାର ଋଣ ଚାଷୀଙ୍କୁ ଦେବା ଦ୍ୱାରା ଓଡ଼ିଶାରେ ଆଉ ଚାଷଜମି ପଡ଼ିଆ ରହିବ ନାହିଁ ବୋଲି ସ୍ପଷ୍ଟ ହେଉଛି । ଯଦ୍ୱାରା ଆମର କୃଷି ଉତ୍ପାଦନ ବହୁ ପରିମାଣରେ ବଢିଯିବ ଏବଂ ଚାଷୀମାନେ ମଧ୍ୟ ଆର୍ଥିକ ସଶକ୍ତ ହୋଇ ପାରିବେ ବୋଲି ଅର୍ଥନୀତିଜ୍ଞ ମାନେ ମତ ଯେଉଛନ୍ତି ।
ତେବେ କାଳିଆ ଯୋଜନା ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ସରକାର ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ, କୃଷି ଶ୍ରମିକ, ଭାଗଚାଷୀ(ପ୍ରକୃତ ଚାଷୀ) ତଥା ଅସମର୍ଥ କୃଷି ପରିବାରକୁ ଯେଭଳି ପର୍ଯ୍ୟାପ୍ତ ସୁବିଧା ଓ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି, ତାହା ଆମ ଦେଶର କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାର ଏପର୍ଯ୍ୟନ୍ତ କରି ପାରି ନାହାନ୍ତି ।
ସଂପ୍ରତି ଭାରତୀୟ କୃଷି ଓ କୃଷକ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ଏବେ ଓଡ଼ିଶାର ଚାଷୀ କୁଳ ଯେ ଆଶ୍ୱସ୍ତ ହୋଇଛନ୍ତି, ଏଥିରେ ସନେ୍ଦହ ନାହିଁ । ପ୍ରତି ବର୍ଷର କେନ୍ଦ୍ର କୃଷି ବଜେଟ୍ରେ ଓଡିଶାର କୃଷି ଓ କୃଷକର ଉନ୍ନତି ପାଇଁ କୌଣସି ସ୍ୱତନ୍ତ୍ର ପଦକ୍ଷେପ ନିଆ ଯାଇନାହିଁ । ହୁଏତ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସରକାର କୃଷି ଉତ୍ପାଦନ କ୍ଷେତ୍ରରେ ସ୍ୱତନ୍ତ୍ର ପଦକ୍ଷେପ ନେବା ସହ କୃଷି ଓ କୃଷକର ଉନ୍ନତି ପାଇଁ ଅଦ୍ୱିତୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ବାସ୍ତବରେ ଓଡିଶାରେ କୃଷି ପାଇଁ ଥିବା ପ୍ରଚୁର ସୁଯୋଗକୁ ଠିକ୍ ଭାବେ ଉପଯୋଗ କରାଯାଇ ପାରିଲେ, ଓଡିଶା କୃଷି ଉତ୍ପାଦନ କ୍ଷେତ୍ରରେ ଦେଶରେ ୧ନମ୍ବର ରାଜ୍ୟରେ ପରିଣତ ହୋଇପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଓଡିଶାରେ କୃଷି ଓ କୃଷକର ଉନ୍ନତି ପାଇଁ ମୁଖ୍ୟତଃ ଜଳସେଚନର ଅତ୍ୟନ୍ତ ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଉଚିତ । ଆମ ରାଜ୍ୟରେ ୧୦୦ଭାଗ ଉର୍ବର ଚାଷଜମି ରହିଥିଲେ ମଧ୍ୟ ଜଳସେଚନ ଅଭାବ କୃଷକମାନଂକ ପାଇଁ ମୁଖ୍ୟ ସମସ୍ୟା ହେଉଛି । ଆମ ରାଜ୍ୟ ପାଇଁ କୃଷି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ କୃଷି ଓ ଜଳସେଚନ ବିଭାଗ ସଂପୂର୍ଣ୍ଣ ଭାବେ ସକି୍ରୟ ହେବା ଆବଶ୍ୟକ । ସୁଦକ୍ଷ ପ୍ରତିନିଧିମାନଂକୁ ଏଇ ବିଭାଗର ମନ୍ତ୍ରୀ ପଦରେ ଅଭିଷିକ୍ତ କରାଯିବା ଉଚିତ୍ । ସେହିପରି ରାଜ୍ୟ ବଜେଟ୍ରେ କୃଷି ଭିତିଭୂମିର ବିକାଶ ଓ କୃଷି ବିପଣନ କ୍ଷେତ୍ରରେ ଉପଯୁକ୍ତ ଆର୍ଥିକ ବ୍ୟବସ୍ଥା ହେବା ଉଚିତ । ରାଜ୍ୟରେ କୃଷି ଓ କୃଷକର ଉନ୍ନତି ରାଜ୍ୟ ସରକାରଙ୍କ ଦକ୍ଷତା ଓ ଅନ୍ତରିକତା ଉପରେ ନିର୍ଭର କରୁଥିବାରୁ ଏଥିପ୍ରତି ରାଜ୍ୟ ସରକାର ସଚେତନ ହୋଇ କାର୍ଯ୍ୟ କରିବା ଉଚିତ ବୋଲି କୁହାଯାଉଛି । କୃଷି ଓ ଜଳସେଚନ ବିଭାଗର କାର୍ଯ୍ୟ ତ୍ୱରାନ୍ୱିତ ହିଁ କୃଷି ଓ କୃଷକର ଉନ୍ନତିରେ ସହାୟକ ହୋଇ ପାରିବ । ରାଜ୍ୟରେ ଛୋଟ ଛୋଟ ବନ୍ଧ, କଟା, ମୁଣ୍ଡାଗୁଡିକୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପରିଣତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ହେବା ଜରୁରୀ । ବାସ୍ତବରେ କୌଣସି ପ୍ରକଳ୍ପ ଠିକ୍ ଭାବେ କାର୍ଯ୍ୟକାରୀ ଉପରେ ବିକାଶ ନିର୍ଭର କରୁଛି । ଏଣୁ “କାଳିଆ”ଭଳି ଏକ ଯୁଗପୋଯୋଗୀ ବିକାଶ ଯୋଜନାର ସଫଳତା ପ୍ରଶାସନର ନିଷ୍ଠା ଓ ପାରଙ୍ଗମତା ଉପରେ ନିର୍ଭର କରୁଛି ।